fbpx

ଜିଆରପି ଯବାନଙ୍କ ପାଇଁ ମରୁ ମରୁ ବଞ୍ଚିଲେ ଯୁବତୀ, ଯୁବକଙ୍କୁ ମୃତ୍ୟୁମୁଖରୁ ଉଦ୍ଧାର କଲେ ମହିଳା କନଷ୍ଟେବଳ: ଦେଖନ୍ତୁ ଏହି ଦୁଇଟି ଘଟଣାର Video

ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା କରୁଥିବା ସମୟରେ ଯାତ୍ରୀଙ୍କର ଅସାବଧାନତା କାରଣରୁ ଅନେକ ସମୟରେ ଦୁର୍ଘଟଣା ଘଟିଥାଏ । ଏନେଇ ଅନେକ ଭିଡିଓ ସୋସିଆଲ ମିଡ଼ିଆରେ ମଧ୍ୟ ଭାଇରାଲ୍ ହୋଇଥାଏ । ଏତେସବୁ ଘଟଣା ଘଟିବା ପରେ ମଧ୍ୟ ଲୋକମାନେ ଚେତୁ ନାହାନ୍ତି । ନିକଟରେ ଏକ ଚଳନ୍ତା ଟ୍ରେନରୁ ତିନିଜଣ ଯୁବତୀ ଏକାଥରକେ ଟ୍ରେନରୁ ଡେଇଁଥିଲେ । ଏନେଇ ଜଣେ ଆଇପିଏସ୍ ଅଧିକାରୀ ଟ୍ୱିଟରରେ ଭିଡିଓ ଶେୟାର କରିଛନ୍ତି ।

ସୋସିଆଲ ମିଡ଼ିଆରେ ଶେୟାର ହୋଇଥିବା ଉକ୍ତ ଭିଡିଓରେ ଟ୍ରେନଟି ଧୀରେଧୀରେ ଗଡ଼ିବା ଆରମ୍ଭ କରୁଥିବା ସମୟରେ ଜଣେ ଯୁବତୀ ଟ୍ରେନରୁ ଡେଇଁ ପଡ଼ିଥିଲେ । ଏହାପରେ ଯୁବତୀ ଜଣଙ୍କ ପ୍ଲାଟଫର୍ମ ଉପରେ ପଡ଼ିଯାଇଥିଲେ । ତେବେ ଯୁବତୀଙ୍କ ସହ କିଛି ଘଟିବା ପୂର୍ବରୁ ଜଣେ ହୋମଗାର୍ଡ ଉକ୍ତ ଯୁବତୀଙ୍କୁ ବଞ୍ଚାଇ ଦେଇଥିଲେ । ଏହାପରେ ଆଉ ଦୁଇଜଣ ଯୁବତୀ ମଧ୍ୟ ଟ୍ରେନରୁ ଡେଇଁଥିବା ଦେଖାଯାଇଥିଲା । ଏହି ଘଟଣା ରେଲୱେ ଷ୍ଟେସନରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି । ତେବେ ଯୁବତୀଙ୍କୁ ନିଶ୍ଚିତ ମୃତ୍ୟୁରୁ ବଞ୍ଚାଇ ଥିବା ଉକ୍ତ ଜିଆରପି ଯବାନ ଅଲତାଫ ଶେଖଙ୍କୁ ସମ୍ମାନିତ କରାଯାଇଛି ।

ସେହିପରି ଅନ୍ୟ ଏକ ଘଟଣାକ୍ରମେ, ଚେନ୍ନାଇରେ ଜଣେ ଆରପିଏଫ୍ ଲେଡି କନଷ୍ଟେବଳ ଜଣେ ଟ୍ରେନ ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଛନ୍ତି । ଚେନ୍ନାଇର ଏଗମୋରେ ଠାରେ ଏହି ଘଟଣାଟି ଘଟିଥିଲା । ଟ୍ରେନ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିବା ଏ. ମାଥୁରୀଙ୍କୁ ସାହସିକତା ପାଇଁ ସମସ୍ତେ ପ୍ରଶଂସା କରୁଛନ୍ତି । ଦକ୍ଷିଣ ରେଳପଥ ପକ୍ଷରୁ ସିଟିଟିଭି ଫୁଟେଜକୁ ସୋସିଆଲ ମିଡ଼ିଆରେ ଶେୟାର କରାଯାଇଛି ।

Get real time updates directly on you device, subscribe now.