fbpx

କଂଗ୍ରେସ ପାର୍ଟି ସମାପ୍ତ ହୋଇଯାଇଛି ମାତ୍ର ରାହୁଲଙ୍କ ପାର୍ଟି ଚାଲିବ: ଦଳ ସଙ୍କଟରେ ପଡ଼ିଥିବା ବେଳେ ନେପାଳରେ ପବର ମଜା ନେଉଛନ୍ତି ରାହୁଲ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ପୂର୍ବତନ ଏଆଇସିସି ଅଧ୍ୟକ୍ଷ ରାହୁଲ ଦୁଇଦିନ ତଳେ ନେପାଳ ଗସ୍ତରେ ଯାଇଥିଲେ । ତେବେ ରାହୁଲ ସେଠାରେ ଏକ ବିବାହ ସମାରୋହରେ ସାମିଲ ହେବାକୁ ଯାଇଥିବା ଚର୍ଚ୍ଚା ହେଉଛି । ରାହୁଲ କାଠମାଣ୍ଡୁର ମୈରିଏଟ ହୋଟେଲରେ ଅବସ୍ଥାନ କରୁଥିବା ବେଳେ ଏହି ଅବସରରେ ତାଙ୍କର ଏକ ପବ ପାର୍ଟିର ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡିଓ ଭାଇରାଲ ହେବା ପରେ ବିଜେପି ପକ୍ଷରୁ ହମଲା ଆରମ୍ଭ ହୋଇଯାଇଛି ।

ବିଜେପି ମୁଖପାତ୍ର ଶାହଜାଦ ପୁନାୱାଲା କହିଛନ୍ତି ଯେ, ରାହୁଲ ଗାନ୍ଧି କ’ଣ କରିବେ କୁଆଡ଼େ ଯିବେ ତାହା ତାଙ୍କର ବ୍ୟକ୍ତିଗତ ମାମଲା । ଗୋଟିଏ ପଟେ ରାଜସ୍ଥାନର ଯୋଧପୁରରେ ହିଂସାକାଣ୍ଡ ଘଟୁଥିବା ବେଳେ ରାହୁଲ ବିଦେଶରେ ପବର ମଜାନେବା କେତେଦୂର ଯଥାର୍ଥ? ଦେଶବାସୀ ବିଭିନ୍ନ ସମସ୍ୟା ସହିତ ଜଡ଼ିତ ରହୁଥିବା ବେଳେ ରାହୁଲ ସେମାନଙ୍କ ସାଥ୍ ଦେବା ଉଚିତ । କଂଗ୍ରେସ ପାର୍ଟି ଖତମ ହୋଇଯାଇଛି, ମାତ୍ର ରାହୁଲଙ୍କ ପାର୍ଟି ଏମିତି ଚାଲିବ । ରାଜନୀତିକୁ ନେଇ ରାହୁଲ ସିରିୟସ୍ ନୁହନ୍ତି ।

ସେହିପରି କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ଯେ, ଭେକେସନ, ପାର୍ଟି, ହଲିଡେ, ପ୍ଲେଜର ଟ୍ରିପ, ପ୍ରାଇଭେଟ ଫରେନ୍ ଭିଜିଟ ଆଦି ଦେଶ ଉପରେ ପ୍ରଭାବ ପକାଇବ ନାହିଁ । ଯେତେବେଳେ ମୁମ୍ବାଇରେ ଆକ୍ରମଣ ହୋଇଥିଲା, ସେ ସମୟରେ ରାହୁଲ ନାଇଟ କ୍ଲବରେ ଥିଲେ । ବର୍ତ୍ତମାନ ତାଙ୍କର ପାର୍ଟି ସଙ୍କଟରେ ପଡ଼ିଥିବା ବେଳେ ସେ ମଧ୍ୟ ନାଇଟ କ୍ଲବରେ ମଜା ନେଉଛନ୍ତି ବୋଲି ବିଜେପି ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.