fbpx

“ଏହା ବହୁତ ବଡ ଭୁଲ ଥିଲା”: ଧୋନୀଙ୍କର କେଉଁ ନିଷ୍ପତ୍ତିକୁ ନେଇ ଏମିତି କହିଲେ ବିରେନ୍ଦ୍ର ସେହୱାଗ?

ନୂଆଦିଲ୍ଲୀ: IPL ୨୦୨୨ରେ ଲିଗର ସବୁଠୁ ସଫଳ ଟିମ ଚେନ୍ନାଇ ସୁପର କିଙ୍ଗସର ପ୍ରଦର୍ଶନ ନିରାଶଜନକ ରହିଛି । ୧୦ଟି ମ୍ୟାଚରୁ ମାତ୍ର ୩ଟିରେ ବିଜୟ ହାସଲ କରିଛି ସିଏସକେ । ଏହି ସିଜନରେ ୨ଜଣ ଅଧିନାୟକ ପଦ ନେବା ପରେ ବି ଦଳ ପ୍ଲେଅଫରେ ପହଞ୍ଚିବା ସ୍ୱପ୍ନରେ ରହିଯାଇଛି । ତେବେ ଏ ନେଇ ଧୋନୀଙ୍କର ଏକ ନିଷ୍ପତ୍ତିକୁ ଭୁଲ ବୋଲି ଦର୍ଶାଇଛନ୍ତି ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହୱାଗ ।

After Chahar-Milne, CSK endure fresh injury scare; star all-rounder hurts ankle | Cricket - Hindustan Times

ଏବେ ଚେନ୍ନାଇର ନେତୃତ୍ୱଭାର ପୁଣି ଥରେ ଧୋନୀଙ୍କ ହାତକୁ ଫେରିଛି । କିନ୍ତୁ ସିଜନ ଆରମ୍ଭରୁ ଧୋନୀଭ୍କୁ ଅଧିନାୟକ ପଦ ଛାଡିବା ନିଷ୍ପତ୍ତିକୁ ଭୁଲ ବୋଲି କହିଛନ୍ତି ସେହୱାଗ । ଧୋନୀ ସିରିଜ ଆରମ୍ଭରୁ ଜାଡେଜାଙ୍କୁ ଅଧିନାୟକ ପଦ ଦେବା ଭୁଲ ଥିଲା ବୋଲି ସେ କହିଛନ୍ତି । ଯଦି ବି ଜାଡେଜାଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା । ତେବେ ଜାଡେଜା ଏହି ସିଜନ ସମ୍ପୂର୍ଣ୍ଣ ଭାବରେ ନେତୃତ୍ୱ ନେବା ଉଚିତ ଥିଲା । ଏହା ସହିତ ଦଳର ପ୍ଲେଇଙ୍ଗ ଇଲେଭେନ ମଧ୍ୟ ଠିକ ନଥିବା କହିଛନ୍ତି ସେହୱାଗ । ଋତୁରାଜ ପ୍ରଥମେ ରନ କରିବାରେ ସଂଘର୍ଷ କରୁଥିବା ବେଳେ ଜାଡେଜା ମଧ୍ୟ ନିରାଶ କରିଛନ୍ତି । ଅନ୍ୟ ଖେଳାଳି ରାୟୁଡୁ ଏବଂ ବ୍ରାଭୋଙ୍କ ବ୍ୟାଟ ମଧ୍ୟ ପ୍ରାୟତଃ ଶାନ୍ତ ରହିଛି । ସେହିପରି ବୋଲିଂ ଏବଂ ଫିଲ୍ଡିଂରେ ବି ଦଳ ଚଳିତ ବର୍ଷ ନରାଶ କରିଛି । ଫଳରେ ପ୍ଲେଅଫରେ ପହଞ୍ଚିବା ଆଶା ଭାଙ୍ଗିଯାଇଛି ।

Chennai Super Kings

IPL ଆରମ୍ଭର ମାତ୍ର ୨ ଦିନ ପୂର୍ବରୁ ଧୋନୀ ଅଧିନାୟକ ପଦ ଜାଡେଜାଙ୍କୁ ହସ୍ତାନ୍ତର କରିଥିଲେ । କିନ୍ତୁ ଜାଡେଜାଙ୍କ ଅଧୀନରେ ଦଳ ୯ଟି ମ୍ୟାଚରୁ ମାତ୍ର ୨ଟିରେ ବିଜୟ ହାସଲ କରିବାରେ ସଫଳ ହୋଇ ପାରିଥିଲା । ଏହାସହିତ ବ୍ୟକ୍ତିଗତ ଖେଳ ଉପରେ ମଧ୍ୟ ଏହାର ପ୍ରଭାବ ପଡିଥିଲା । ତେଣୁ ସେ ପୁଣିଥରେ ଧୋନୀଙ୍କୁ ସିଜନ ଅଧାରୁ ତାଙ୍କ ଦାୟିତ୍ୱ ଫେରାଇ ଦେଇଛନ୍ତି । ଏହାପରେ ୨ଟି ମ୍ୟାଚରୁ ଗୋଟିଏ ବିଜୟୀ ହୋଇତିବା ବେଳେ ଗୋଟିଏରେ ପରାଜୟର ସାମନା କରିଛି ଚେନ୍ନାଇ ।

Get real time updates directly on you device, subscribe now.