fbpx

(Video) ପମ୍ପ ଦେବା ବେଳେ ଫାଟିଲା ଜେସିବି ଟାୟାର: ଘଟଣା ସ୍ଥଳରେ ଚାଲିଗଲା ଦୁଇ ଜୀବନ, ସିସିଟିଭିରେ ରେକର୍ଡ ହେଲା ଦୃଶ୍ୟ

ଏମିତିବି ଆସେ ମୃତ୍ୟୁ… ଟାୟାର ବ୍ଲାଷ୍ଟ ଯୋଗୁଁ ଅକାଳରେ ଚାଲିଗଲା ଜୀବନ । ଜେସିବି ଟାୟାରରେ ପ୍ରେସର ଦେଉଥିବା ସମୟରେ ଟାୟାର ଫାଟି ଦୁଇ ଜଣକ ମୃତ୍ୟୁ ଘଟିଛି । ଏହାର ଏକ ସିସିଟିଭି ଭିଡିଓ ସାମ୍ନାକୁ ଆସିଛି । ଆଉ ଏହି ଭିଡିଓ ଦେଖିଲେ ଯେ କେହିବି ଭୟ କରିବ । ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି କିପରି ଥିଲା ସେହି ସମୟରେ ଦୃଶ୍ୟ । ଆଉ ବିସ୍ଫୋରଣ ପ୍ରଭାବ କେତେ ଥିଲା ତାହା ସ୍ପଷ୍ଟ ଭାବରେ ଜଣାପଡ଼ୁଛି । ଟାୟାର ଫାଟିବା କାରଣରୁ ଦୁଇ ଜଣ ପବନରେ ଉଡ଼ିଯାଇଥିଲେ । ଘଟଣାସ୍ଥଳରେ ହିଁ ଦୁହିଁଙ୍କ ମୃତ୍ୟୁ ହୋଇଯାଇଛି ।

ଛତିଶଗଡ଼ ରାଜଧାନୀ ରାୟପୁରରେ ଘଟିଛି ଏହି ଦୁଃଖଦ ଘଟଣା । ଘଟଣା ରାୟପୁର ସିଲତରା ଫେଜ ୨ ଅଞ୍ଚଳର । ଧନକୁଲ ଷ୍ଟିଲ ପ୍ଲାଣ୍ଟରେ ଜେସିବିର ଚକା ମରାମତି କରୁଥିବା ସମୟରେ ହୋଇଥିଲା । ଭିଡିଓରେ ଦେଖାଯାଉଛି ଯେ କିଭଳି ଦୁଇ ଜଣ ଲୋକ ଜେସିବି ଟାୟାରରେ ପ୍ରେସର ଦେଉଛନ୍ତି । ଆଉ ହଠାତ୍ ଏଥିରେ ବ୍ଲାଷ୍ଟ ହେଉଛି ଏବଂ ଦୁହେଁ ସେଠାରୁ ଅତି ଖୀପ୍ର ବେଗରେ ଛିଟକି ପଡ଼ିଥିଲେ ଆଉ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ଟାୟାର ଫାଟିବା ପରେ ଘଟଣା ସ୍ଥଳରେ କୋଳାହଳ ଦେଖିବାକୁ ମିଳିଥଲା । ସେଠାରେ ଥିବା କର୍ମଚାରୀ ଏପଟ ସେପଟ ଧାଇଁବାକୁ ଲାଗିଥିଲେ । ସ୍ଥାନୀୟ ଲୋକମାନେ ମଧ୍ୟ ବିସ୍ପୋରଣରେ ଭୟଭୀତ ହୋଇଯାଇଥିଲେ । ଘଟଣା ସ୍ଥଳରେ ପହଞ୍ଚିବା ପରେ ସେଠାରେ ଦୁଇ ଶବ ଦେଖିବାକୁ ମିଳିଥିଲା । ମୃତକଙ୍କ ନାମ ରାଜପାଲ ସିଂହ ଏବଂ ପ୍ରାଞ୍ଜନ ନାମଦେବ । ଦୁହେଁ ମଧ୍ୟପ୍ରଦେଶର ସତନା ଜିଲ୍ଲାର । ଘଟଣାର ସୂଚନା ପରିବାର ଲୋକଙ୍କୁ ଦିଆଯାଇଛି ।

ସିସିଟିଭରେ ଦେଖାଯାଉଛି ଜଣେ ବ୍ୟକ୍ତି ଟାୟାର ପମ୍ପ ଦେଉଛନ୍ତି ଏବଂ ଅନ୍ୟ ଜଣେ ଟାୟାରରେ ଟାୟାର ଚେକ କରୁଛନ୍ତି । ଆଉ ଏହି ସମୟରେ ହଠାତ୍ ଟାୟାର ଫାଟିଯାଇଥିଲା । କୁହାଯାଉଛି ଯେ ଟାୟାରରେ ଅଧିକ ଏୟାର ରହିବା କାରଣରୁ ଏହା ବ୍ଲାଷ୍ଟ ହୋଇଯାଇଥିଲା । ଏହା ସହ ଟାୟାର ମଧ୍ୟ ପୁରୁଣା ଥିଲା । ଶବ ବ୍ୟବଚ୍ଛେଦ ପରେ ମୃତକଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.