fbpx

ଘରେ ପଡିଛି ଭାଇ-ଭଉଣୀଙ୍କ ମୃତଦେହ: ଏକତରଫା ପ୍ରେମ ପାଇଁ ହତ୍ୟା କରି ଥାନାରେ ପହଞ୍ଚିଲା ପ୍ରେମିକ

ଜୟପୁର: ରାଜସ୍ଥାନର ଜୟପୁରରେ ଘଟିଛି ଏକ ଅଭାବନୀୟ ଘଟଣା । ଏକତରଫା ପ୍ରେମରେ ପାଗଳ ହୋଇ ଦୁଇଟି ମୂଲ୍ୟବାନ ଜୀବନକୁ ବଳି ପକାଇ ଦେଇଛି ପ୍ରେମିକ । ଭାଇ-ଭଉଣୀଙ୍କୁ ହତ୍ୟା କରିବା ପରେ ନିଜେ ପୋଲିସ ଷ୍ଟେସନରେ ପହଞ୍ଚି ସମସ୍ତ କଥା କହିଛି ହତ୍ୟାକାରୀ । ପୋଲିସକୁ ଘଟଣାସ୍ଥଳରୁ ଶବ ଉଠାଇବା ପାଇଁ ମଧ୍ୟ ଅଭିଯୁକ୍ତ କହିଛି ।

ଏଭଳି ଏକ ଘଟରା ଘଟିଛି ଜୟପୁରର ହସନପୁରା ଅଞ୍ଚଳରେ । ଅଭିଯୁକ୍ତର ଏପରି କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ପୋଲିସ କର୍ମଚାରୀ । ଏକତରଫା ପ୍ରେମ ପାଇଁ ଏଭଳି ଏକ ଡବଲ ମର୍ଡର ଘଟଣଶ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟ କରିଛି । ଗୁଲଶନ ନାମକ ଜଣେ ଯୁବକ ୧୭ ବର୍ଷୀୟ ପୁନମ ଏବଂ ୧୯ ବର୍ଷୀୟ ଭାଇ ସୋନୁଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ଉଭୟଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ସଦର ଥାନାରେ ପହଞ୍ଚି ନିଜ ଦୋଷ ସ୍ୱୀକାର କରିଛି । ପୋଲିସ କର୍ମଚାରୀଙ୍କୁ ଅଭିଯୁକ୍ତ କହିଛି, ‘ମୁଁ ଦୁଇ ଜଣଙ୍କୁ ହତ୍ୟା କରି ଦେଇଛି । ଘରକୁ ଯାଇ ସେମାନଙ୍କ ଶବ ଉଠାଇ ନିଅ’ । ପୋଲିସ କର୍ମଚାରୀ ଗୁଲଶନର ଏପରି କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ତେବେ ଅଭିଯୁକ୍ତର କହିବା ଅନୁଯାୟୀ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ମୃତକ ଭାଇ-ଭଉଣୀଭ୍କ ପିତାମାତା କାମରେ ବାହାରକୁ ଯାଇଥିବା ବେଳେ ମଉକା ଦେଖି ଘରେ ପଶିବା ସହ ପୁନମକୁ ବିବାହ କରିବା ପାଇଁ ଜିଦ ଧରି ବସିଲା । ଏହି କଥାକୁ ନେଇ ତିନି ଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ଗୁଲଶନ ପୁନମ ଏବଂ ସୋନୁଙ୍କ ଗଳା କାଟି ହତ୍ୟା କରିଥିବା ପୋଲିସ ସୂତ୍ରରୁ ଜଣାପଡିଛି । ତେବେ ଘଟଣାସ୍ଥଳରେ ହତ୍ୟାରେ ବ୍ୟବହାର ହୋଇଥିବା ଛୁରୀ ଜବତ କରିଛି ପୋଲିସ ।

Get real time updates directly on you device, subscribe now.