ମୁମ୍ବାଇ: ରିଲିଏନ୍ସ ଜିଓ ୨୦୨୧-୨୨ ଆର୍ଥିକ ବର୍ଷର ଚତୁର୍ଥ ତୈମାସିକର ଫଳାଫଳ ଘୋଷଣା କରିଛି । ମାର୍ଚ୍ଚରେ ଶେଷ ହୋଇଥିବା ତ୍ରୈମାସିକରେ “ଜିଓ’ର ଲାଭ ୨୪ ପ୍ରତିଶତ ବୃଦ୍ଧି ପାଇ ୪,୧୭୩ କୋଟିରେ ପହଁଞ୍ଚିଛି । ଯାହା ଗତବର୍ଷ ସମାନ ସମୟରେ ୩,୩୬୦ କୋଟି ରହିଥିଲା । ଚଳିତ ବର୍ଷ ଚତୁର୍ଥ ତ୍ରୈମାସିକ ସୁଦ୍ଧା କମ୍ପାନୀ ମୋଟ ଆୟ ୭୭,୨୦୪ କୋଟି ରହିଛି । ଯାହା ଗଲା ବର୍ଷ ୭୦,୪୩୬ କୋଟି ଥିଲା ।
ବାର୍ଷିକ ଆଧାରରେ କମ୍ପାନୀର ଲାଭ ଆକଳନ କଲେ ୩୧ ମାର୍ଚ୍ଚ ୨୦୨୨ ସୁଦ୍ଧା ୧୪,୮୧୭ କୋଟି ଟଙ୍କା ରହିଛି । ତେବେ ଗତ ବର୍ଷ ୩୧ ମାର୍ଚ୍ଚ ୨୦୨୧ ଶେଷ ହୋଇଥିବା ଆର୍ଥିକ ବର୍ଷରେ ଏହା ୧୨,୦୧୫ କୋଟି ଟଙ୍କା ଥିଲା । ବାର୍ଷିକ ଭିତ୍ତିରେ ଏହି ଅଭିବୃଦ୍ଧି ୨୩.୨ ପ୍ରତିଶତ ଅଟେ ।