fbpx

(Video) ବିମାନ ଭିତରେ ଲାଗିଲା ଯୁଦ୍ଧ! ଫ୍ଲାଇଟ ଭିତରେ ହେଲେ ହାତାହାତି: ଭାଇରାଲ ହେଉଛି ଭିଡିଓ…

ମଝି ଆକାଶରେ ଲାଗିଲା ଯୁଦ୍ଧ । ବିମାନ ଭିତରେ ଭିଡ଼ିଗଲେ ଦୁଇ ଗୋଷ୍ଠୀ । ଚାଲିଲା ମୁକ୍କାବାଜି, ବିଧାଗୋଇଠା । ଆହତ ହେଲେ ବିମାନ ଯାତ୍ରୀ । ଜଣେ କ୍ରୁ ମେମ୍ବର ସମାଧାନ କରିବାକୁ ଆସିଥିଲେ ବି ହୋଇନଥିଲେ ସଫଳ । ଆଉ ଏହି ଘଟଣାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଡଚ୍ ନ୍ୟୁଜ ଅନୁଯାୟୀ, ଏହି ଘଟଣା ବ୍ରିଟେନର ମାଞ୍ଚେଷ୍ଟରରୁ ନେଦରଲାଣ୍ଡର ଆର୍ମଷ୍ଟରଡମ ଯାଉଥିବା କେଏଲଏମ ଏୟାରଲାଇନର ଫ୍ଲାଇଟରେ ଏହି ଘଟଣା ଦେଖିବାକୁ ମିଳିଥିଲା । କୁହାଯାଉଛି ଯେ ଫ୍ଲାଇଟରେ କୌଣସି କଥାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଆଉ ଦେଖୁଦେଖୁ ଉଭୟ ଗୋଷ୍ଠୀ ତରଫରୁ ମୁଥା-ଗୋଇଠା ଆରମ୍ଭ ହୋଇଯାଇଥିଲା । ଝଗଡ଼ାରେ ଜଣେ ଯାତ୍ରୀ ଆହତ ମଧ୍ୟ ହୋଇଯାଇଥିଲେ ।

ଭାଇରାଲ ଭିଡିଓରେ ଦେଖାଯାଉଛି ଯେ କିଭଳି କିଛି ଲୋକ ପରସ୍ପର ଉପରେ ମୁଥାମାରିବାରେ ବ୍ୟସ୍ତ । ବିମାନରୁ ଲୋକମାନେ ହୋହାଲ୍ଲା କରୁଥିବାର ଶବ୍ଦ ମଧ୍ୟ ଆସୁଛି । ଏହାରି ମଧ୍ୟରେ ଜଣେ କ୍ରୁ ମେମ୍ବର ଆସିଥିଲେ କିନ୍ତୁ ସେ ମଧ୍ୟ କିଛି କରିପାରିନଥିଲେ । ଆଉ ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଉ ଏହା ଉପରେ ଅନେକ କମେଣ୍ଟ ମଧ୍ୟ ଦେଇଛନ୍ତି ।

ସୂଚନା ଅନୁଯାୟୀ ଗୁରୁବାର ସ୍କିଫୋଲ ଏୟାରପୋର୍ଟ ପହଞ୍ଚିବା ପରେ ଝଗଡ଼ା କରୁଥିବା ଛଅ ବ୍ରିଟିଶ ଯାତ୍ରୀଙ୍କୁ ଗିରଫ କରିନିଆଯାଇଛି । ଏମାନଙ୍କ ବିରୋଧରେ ଯାଞ୍ଚ ଆରମ୍ଭ ହୋଇଛି ।

Get real time updates directly on you device, subscribe now.