fbpx

ସମ୍ଭାବ୍ୟ ବାତ୍ୟା ନେଇ ଏସଆରସିଙ୍କ ପ୍ରେସମିଟ୍: ଓଡ଼ିଶା ଉପକୂଳ ଛୁଇଁବାକୁ ନେଇ କ’ଣ କହିଲେ ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି । ଏହାରି ମଧ୍ୟରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ବା ଏସଆରସି ପ୍ରଦୀପ ଜେନା । ପୁରୀଠାରୁ ୧୨୫୦ କିମି ଦୂରରେ ଅବପାତ ଥିବା ସେ କହିଛନ୍ତି ।

ତାଙ୍କ କହିବା ମୁତାବକ, ‘୧୦ ତାରିଖ ପର୍ଯ୍ୟନ୍ତ ଏହା ପୂର୍ବ ଦିଗକୁ ଗତି କରିବ । ୧୦ ତାରିଖ ମଧ୍ୟାହ୍ନ ବେଳକୁ ଉତ୍ତର, ଉତ୍ତର-ପୂର୍ବକୁ ରିକର୍ଭ କରିବ । ବର୍ତ୍ତମାନର ଆକଳନ ଅନୁସାରେ, ଏହା ଓଡ଼ିଶା ଉପକୂଳ ଛୁଇଁବନି । ଏହା ପ୍ରଭାବରେ ବର୍ଷା ହେବ, ପବନ କମ୍ ହେବ ।’

୧୦ରେ ଗଞ୍ଜାମ, ଗଜପତି ଓ ପୁରୀରେ ବର୍ଷା ହେବାର ଆଶଙ୍କା ରହିଛି । କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ବର୍ଷା ପ୍ରଭାବରେ ଚାଷ ପ୍ରଭାବିତ ହୋଇପାରେ । ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ଚାଷୀଙ୍କୁ ଅପିଲ କରାଯାଉଛି । ଓଡ଼ିଶା ଉପକୂଳରେ ୮ରୁ କୌଣସି ମତ୍ସଜୀବୀ ସମୁଦ୍ରକୁ ଯିବେନି । ଦରକାର ପଡ଼ିଲେ ସାଢ଼େ ୭ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ । ଲୋକଙ୍କୁ ସ୍ଥାନାନ୍ତର ନେଇ ଆବଶ୍ୟକ ଅନୁସାରେ ଜିଲ୍ଲାପାଳ ପଦକ୍ଷେପ ନେବେ ବୋଲି ଏସଆରସି କହିଛନ୍ତି ।

Get real time updates directly on you device, subscribe now.