fbpx

କ୍ୟାପିଟାଲ୍‌ ରିଜିଅନ୍‌ ରିଂ ରୋଡ୍‌ କାର୍ଯ୍ୟ ତ୍ୱରାନ୍ୱିତ ହେବ, ଖୁବ୍‌ଶୀଘ୍ର ଆରମ୍ଭ ହେବ ଜମି ଅଧିଗ୍ରହଣ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): କ୍ୟାପିଟାଲ ରିଜିଅନ ରିଂ ରୋଡ୍‌ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହେବ । ଖୁବ୍‌ ଶୀଘ୍ର ଏଥିପାଇଁ ଜମି ଅଧିଗ୍ରହଣ ଆରମ୍ଭ ହେବ । ଜାତୀୟ ରାଜପଥ ପ୍ରାଧିକରଣର ସମସ୍ତ ପୁରୁଣା ପ୍ରକଳ୍ପରେ ଜମି ଅଧିଗ୍ରହଣ କାର୍ଯ୍ୟ ସମ୍ପୂର୍ଣ ହୋଇଯାଇଛି । ତେଣୁ ଜାତୀୟ ରାଜପଥ ଅଧିକାରୀମାନେ କ୍ୟାପିଟାଲ ରିଜିଅନ ରିଂ ରୋଡ, ସମ୍ବଲପୁର ନେକଲେସ ରୋଡ, ପୁରୀ ଭୁବନେଶ୍ୱର ରୋଡ, ଗୋପାଳପୁର- ଛତ୍ରପୁର ମଧ୍ୟରେ ଜମି ଅଧିଗ୍ରହଣ ତ୍ୱରାନ୍ୱିତ ପାଇଁ ରାଜସ୍ୱ ବିଭାଗକୁ ଅନୁରୋଧ କରିଥିଲେ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏହି ସବୁ ପ୍ରକଳ୍ପର ଜମି ଅଧିଗ୍ରହଣରେ କୌଣସି ବିଳମ୍ବ ନ କରିବାକୁ କ୍ଷେତ୍ରାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଶନିବାର ଦିନ ରାଜସ୍ୱ ଓ ବିର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ତ୍ୱରାନ୍ୱିତ କରିବା ନିମେନ୍ତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ସମୀକ୍ଷା ପରେ ଜଣାପଡିଲା ଯେ ବିଗତ ୪ ମାସ ମଧ୍ୟରେ ଜାତୀୟ ରାଜପଥ ୨୧୫ରେ ପାଣିକୋଇଲି-ରିମୁଳି ମଧ୍ୟରେ ଜମି ମାଲିକମାନଙ୍କୁ ୨୩୭ କୋଟି ପ୍ରାପ୍ୟ ବଂଟନ କରାଯାଇ ୧୩୦ ଗ୍ରାମରେ ଓ ରିମୁଳି-କୋଇଡା ମଧ୍ୟରେ ୬୧ କୋଟି ପ୍ରାପ୍ୟ ବଣ୍ଟନ କରାଯାଇ ୨୧ ଗ୍ରାମରେ, କୋଇଡା-ରଜାମୁଣ୍ଡା ମଧ୍ୟରେ ୨୫ ଗ୍ରାମରେ ଜମି ଅଧିଗ୍ରହଣ ସମ୍ପୂର୍ଣ କରାଯାଇଛି । ଜାତୀୟ ରାଜପଥ-୬ରେ ସିଂହଡା-ବିଞ୍ଜବାହାଲ ମଧ୍ୟରେ ପାଟଣା ତହସିଲରେ ୧୧ ଗ୍ରାମ, କେନ୍ଦୁଝର ତହସିଲରେ ୧୪ ଗ୍ରାମ, ବାଂଶପାଳ ତହସିଲରେ ୯ ଗ୍ରାମ ଓ ତେଲକୋଇ ତହସିଲରେ ୫ ଗ୍ରାମରେ, କରଞ୍ଜିଆ ତହସିଲରେ ୬ ଗ୍ରାମରେ ଜାତୀୟ ରାଜପଥ ନିମନ୍ତେ ଅଧିଗ୍ରହଣ ସମ୍ପୂର୍ଣ ହୋଇପାରିଛି । ଜାତୀୟ ରାଜପଥ- ୬ରେ ବାହାରଗୋରା-ସିଂହଡା ମଧ୍ୟରେ ୮୭ ଗ୍ରାମରେ ଜମି ଅଧିଗ୍ରହଣ ସମ୍ପୂର୍ଣ ହୋଇ ଜାତୀୟ ରାଜପଥ ପ୍ରାଧିକରଣକୁ ଜମି ହସ୍ତାନ୍ତର କରାଯାଇଛି ।

ଜାତୀୟ ରାଜପଥ-୬ରେ ତିଳେଇବଣିସ ମ୍ବଲପୁର ମଧ୍ୟରେ ୨ ଗ୍ରାମ, ବିଞ୍ଜବାହାଲ-ତିଳେଇବଣି ମଧ୍ୟରେ ବାରକୋଟ ତହସିଲରେ ୨୭ ଗ୍ରାମ, ଦେବଗଡ ତହସିଲରେ ୨୧ ଗ୍ରାମ ଓ ଅନଗୁଳ ତହସିଲରେ ୯ ଗ୍ରାମରେ ଜମି ଅଧିଗ୍ରହଣ ସମ୍ପୂର୍ଣ ହୋଇପାରିଛି । ସେହିରି ଜାତୀୟ ରାଜପଥ ୨୩ରେ ରଜାମୁଣ୍ଡା-ବାରକୋଟ ମଧ୍ୟରେ ୧୯ ଗ୍ରାମରେ ଜମି ଅଧିଗ୍ରହଣ ସମ୍ପୂର୍ଣ ହୋଇପାରିଛି । ଜାତୀୟ ରାଜପଥ ୪୨ରେ କଟକ-ଅନୁଗୁଳ ମଧ୍ୟରେ ଢେଙ୍କାନାଳ ତହସିଲରେ ୬୨ ଗ୍ରାମରେ, ଅନଗୁଳ ତହସିଲରେ ୨୧ ଗ୍ରାମରେ ଓ କଟକ ତହସିଲରେ ୨୪ ଗ୍ରାମରେ ଜମି ଅଧିଗ୍ରହଣ ସମ୍ପୂର୍ଣ ହୋଇସାରିଛି । ସେହିରି ଜାତୀୟ ରାଜପଥ ୪୨ରେ ଅନୁଗୁଳସ ମ୍ବଲପୁର ମଧ୍ୟରେ ଜମି ମାଲିକମାନଙ୍କୁ ୪୩୮ କୋଟି ପ୍ରାପ୍ୟ ବଂଟନ କରାଯାଇ ୧୧୬ ଗ୍ରାମରେ ଜମି ଅଧିଗ୍ରହଣ ସମ୍ପୂର୍ଣ ହେରିସାରିଛି । ଜାତୀୟ ରାଜପଥ ୨୩ରେ ବୀରମିତ୍ର ପୁର-ବ୍ରାହ୍ମଣୀ ବାଇପାସ ମଧ୍ୟରେ ୫୧ ଗ୍ରାମରେ ଓ ରଜାମୁଣ୍ଡାବାରକୋଟ ମଧ୍ୟରେ ୨୨ ଗ୍ରାମରେ ଜମି ଅଧିଗ୍ରହଣ ସମ୍ପୂର୍ଣ ହେଇଛି ।

Get real time updates directly on you device, subscribe now.