fbpx

ଇନ୍ଦୌର ଅଗ୍ନିକାଣ୍ଡରେ ବଡ଼ ଖୁଲାସା: ସର୍ଟସର୍କିଟ ନୁହେଁ, ବରଂ ଏକତରଫା ପ୍ରେମର ‘ନିଆଁ’ ନେଲା ୭ ଜୀବନ

ଇନ୍ଦୌର: ଇନ୍ଦୌରର ବିଜୟନଗର ସ୍ଥିତ ସ୍ୱର୍ଣ୍ଣବାଗ କଲୋନୀରେ ହୋଇଥିବା ଅଗ୍ନିକାଣ୍ଡ ଘଟଣାରେ ଆସିଛି ନୂଆ ଟ୍ୱିଷ୍ଟ୍ । ପୋଲିସର କହିବା ମୁତାବକ, ଏକ ତରଫା ପ୍ରେମ ଯୋଗୁଁ ଚାଲିଗଲା ୭ ଜୀବନ । ୨୪ ଘଣ୍ଟା ମଧ୍ୟରେ ଘଟଣାର ଖୁଲାସା କରିଛି ପୋଲିସ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ପୋଲିସ ଯାଞ୍ଚ ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିଲା । ଏହି ଘଟଣାର ଅଭିଯୁକ୍ତ ପ୍ରାୟ ୬ ମାସ ହେବ ସେହି ବିଲ୍ଡିଂରେ ଭଡ଼ାରେ ରହୁଥିଲା । ଏକ ତରଫା ପ୍ରେମ ଓ ଟଙ୍କାକୁ ନେଇ ସମସ୍ୟା ଯୋଗୁଁ ସଞ୍ଜୟ ଓରଫ୍ ଶୁଭମ ଦୀକ୍ଷିତ୍ ଏହି ଭୀଷଣ ଅଗ୍ନିକାଣ୍ଡ ଘଟାଇଥିଲା ।

ଏକତରଫା ପ୍ରେମ କରୁଥିବା ଯୁବତୀଙ୍କ ବିବାହ ଅନ୍ୟତ୍ର ସ୍ଥିର ହେବାରୁ ସଞ୍ଜୟ ନିଆଁ ଲଗାଇଥିଲା । ଯୁବତୀ ଯେଉଁ ବିଲ୍ଡିଂରେ ରହୁଥିଲେ, ଯୁବକ ସେହି ବିଲ୍ଡିଂରେ ଥିବା ତାଙ୍କ ଗାଡ଼ିରେ ନିଆଁ ଲଗାଇଥିବା ଜଣାପଡିଛି । କିନ୍ତୁ ନିଆଁ ପୂରା ବିଲ୍ଡିଂରେ ବ୍ୟାପିଗଲା, ଯାହାଫଳରେ ଚାଲିଗଲା ୭ ଜଣ ଲୋକଙ୍କ ଜୀବନ ।

ଗୁରୁତର ଆହତ ହୋଇଥିବା ଯୁବତୀ ଆଗଜନୀରେ ଭର୍ତ୍ତି ହୋଇଥିବା ବେଳେ ଅଭିଯୁକ୍ତ ଯୁବକ ଏବେ ଫେରାର ଅଛି । ଏନେଇ ଇନ୍ଦୌରର ପୋଲିସ କମିଶନର ସୂଚନା ଦେଇଛନ୍ତି । ପୂର୍ବରୁ ଏହି ଅଗ୍ନିକାଣ୍ଡ ସର୍ଟ ସର୍କିଟ ଯୋଗୁଁ ହୋଇଥିବା କୁହାଯାଉଥିଲା, କିନ୍ତୁ ପୋଲିସ ଏହି ଅଗ୍ନିକାଣ୍ଡର ଖୁଲାସା କରିଛି ।

ତେବେ ଶୁକ୍ରବାର ବିଳମ୍ବିତ ରାତିରେ ହିଁ ଏହି ଅଗ୍ନିକାଣ୍ଡ ହୋଇଥିଲା । ପ୍ରଥମେ ସର୍ଟ ସର୍କିଟରୁ ୩ ମହଲା ବିଲ୍ଡିଂରେ ନିଆଁ ଲାଗିଥିବା କୁହାଯାଉଥିଲା । ଅଗ୍ନିକାଣ୍ଡ ଏତେ ଭୀଷଣ ଥିଲା ଯେ, ୭ ଜଣ ଲୋକ ଜିଅନ୍ତା ଦଗ୍ଧ ହୋଇଗଲେ । ଏହା ସହ ୮ ଜଣ ଲୋକ ଗୁରୁତର ଆହତ ହୋଇ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସମସ୍ତ ଗୁରୁତରଙ୍କୁ ଏମବାୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.