fbpx

ଭିଜିଲାନ୍ସ ଜାଲରେ ପ୍ରକଳ୍ପ ନିର୍ଦ୍ଦେଶକ, ନଗଦ ଟଙ୍କା ଜବତ, ଏକକାଳୀନ ୩ଟି ସ୍ଥାନରେ ଚାଲିଛି ଚଢ଼ାଉ

ନବରଙ୍ଗପୁର ଜିଲ୍ଲା ପ୍ରଥମ ଶ୍ରେଣି ଜଳୀୟ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ ଲକ୍ଷ୍ମୀଧର ଜେନାଙ୍କ ନିକଟରୁ ୨,୨୦,୦୦୦ ଟଙ୍କା ଜବତ କରିବା ପରେ ତାଙ୍କୁ ଅଟକ ରଖିଛି ଭିଜିଲାନ୍ସ ଟିମ୍ । ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଜେନା ଏହି ଟଙ୍କା ନେଇ ତାଙ୍କ ଘରକୁ ଯିବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ନବରଙ୍ଗପୁର ମାଝିଗୁଡ଼ା ବାଇପାସ୍ ନିକଟରେ ଅଟକାଇଥିଲା । ଏହି ସମୟରେ ତାଙ୍କ ଗାଡ଼ିରୁ ୨ ଲକ୍ଷ ୨୦ ହଜାର ଟଙ୍କା ଜବତ କରାଯାଇଥିଲା ।

ତେବେ ଏହି ଟଙ୍କା ସମ୍ବନ୍ଧରେ ସନ୍ତୋଷ ଜନକ ଉତ୍ତର ଦେଇ ନପାରିବା ପରେ ଜନୋଙ୍କ ବାସଭବନ ସମେତବ ଏକଲାଳୀନ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଟିମ୍ ଯାଞ୍ଚ ଆରମ୍ଭ କରିଛି । ପୁରୀର ବାଲୁଖଣ୍ଡର କୁମୁତିପାଟନାର ସିଙ୍ଗହରୀ ବାଗିଚା ଠାରେ ଲକ୍ଷ୍ମିଧରଙ୍କ ପୈତୃକ ଘର, ନବରଙ୍ଗପୁର ମାଝିଗୁଡ଼ାରେ ଥିବା ତାଙ୍କର ଭଡ଼ା ଘର ଏବଂ ଭୁବନେଶ୍ୱର ତମାଣ୍ଡୋରେ ଦୁଇ ମହଲା ବିଶିଷ୍ଠ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି ।

ଚଢ଼ାଉ ସମୟରେ ତାଙ୍କ ନବରଙ୍ଗପୁରସ୍ଥିତ ଭଡ଼ା ଗରୁ ନଗଦ ଏଲ ଲକ୍ଷ ଟଙ୍କା, ଭୁବନେଶ୍ୱର ତମାଣ୍ଡୋ ଘରୁ ସାଢ଼େ ୩ ଲକ୍ଷ ଟଙ୍କା ଏବଂ ଭୁବନେଶ୍ୱର, ପରୀ ଏବଂ ଖୋର୍ଦ୍ଦାରେ ୯ଟି ପ୍ଲଟ ଠାବ କରିଛି ଭିଜିଲାନ୍ସ । ତେବେ ବର୍ତ୍ତମାନ ଚଢ଼ାଇ ଜାରି ରହିଥିବାରୁ ଆଗକୁ ସମ୍ପତ୍ତି ତାଲିକା ବଢ଼ିପାରେ ।

Get real time updates directly on you device, subscribe now.