fbpx

କରୋନାରେ ଗୁଜୁରାଟରେ ଆଉ ଜଣଙ୍କ ମୃତ୍ୟୁ

ଗୁଜୁରାଟ, ୨୫ା୩: ସାରା ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି । ଆଜି ଗୁଜୁରାଟରେ କରୋନାରେ ଆକ୍ରାନ୍ତ ଥିବା ଜଣେ ୮୫ବର୍ଷୀୟ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ ଯେ ବୃଦ୍ଧା ଜଣଙ୍କ ବିଦେଶରୁ ଫେରି କରୋନାରେ ଆକ୍ରାନ୍ତ ଥିଲେ । ଗତ ୨୨ତାରିଖରେ ବୃଦ୍ଧାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗୁଜୁରାଟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି । ଏହାସହ ଗୁଜୁରାଟରେ କରୋନାରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇବା ସହ ଦେଶରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.