ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର: ୨୬୧ ଟି ପୋଷ୍ଟ ପାଇଁ ହେବ ନିଯୁକ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: କୋଚିନ୍ ସିପୟାର୍ଡ ଲିମିଟେଡ୍ (ସିଏସଏଲ) ପକ୍ଷରୁ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ସିନିୟର ସିପ୍ ଡ୍ରାଫ୍ଟମ୍ୟାନ୍, ଜୁନିଅର୍ ଟେକ୍ନିକାଲ୍ ଆସିଷ୍ଟାଣ୍ଟ ସହିତ ୨୬୧ ଟି ପୋଷ୍ଟ ପାଇଁ ସିଏସଏଲ ନିଯୁକ୍ତି ବାହାର କରିଛି ।

ଏଥିପାଇଁ ନିକଟରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଆବେଦନ ପ୍ରକ୍ରିୟା ୧୪ ମେ’ ୨୦୨୨ ରୁ ଆରମ୍ଭ ହୋଇଛି । ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିବା ପ୍ରାର୍ଥୀମାନେ କୋଚିନ୍ ସିପୟାର୍ଡର ଅଫିସିଆଲ୍ ୱେବସାଇଟ http://cochinshipyard.inକୁ ଯାଇ ଅନଲାଇନ ଆବେଦନ କରିପାରିବେ । ଏଥିରେ ମନୋନୀତ ପ୍ରାର୍ଥୀମାନେ ଭଲ ଦରମା ପାଇବେ ।

ଆବଶ୍ୟକ ଯୋଗ୍ୟତା:-
ବିଜ୍ଞପ୍ତି ଅନୁସାରେ, ଇଞ୍ଜିନିୟରିଂ ଡିଗ୍ରୀ ଓ ଡିପ୍ଲୋମା ହାସଲ କରିଥିବା ପ୍ରାର୍ଥୀମାନେ କିଛି ପଦବୀ ପାଇଁ ଆବେଦନ କରିପାରିବେ । ଅନ୍ୟ ପଦବୀ ପାଇଁ ସମ୍ପୃକ୍ତ ଟ୍ରେଡରେ ଡିଗ୍ରୀ କିମ୍ବା ଡିପ୍ଲୋମା ହାସଲ କରିଥିବା ପ୍ରାର୍ଥୀମାନେ ଆବେଦନ କରିପାରିବେ ।

ବୟସ ସୀମା :-
ଏଥିପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୩୫ ବର୍ଷରୁ କମ୍ ହେବା ଉଚିତ୍ । ତାଙ୍କର ଜନ୍ମ ତାରିଖ ୭ ଜୁନ୍ ୧୯୮୭ କିମ୍ବା ପରେ ହେବା ଉଚିତ୍ ।

ଚୟନ ପ୍ରକ୍ରିୟା :-
ବିଭିନ୍ନ ପଦବୀ ପାଇଁ ଲିଖିତ ପରୀକ୍ଷା / ଇଣ୍ଟରଭ୍ୟୁ ଆଧାରରେ ପ୍ରାର୍ଥୀ ଚୟନ କରାଯିବ । ଯେଉଁ ପ୍ରାର୍ଥୀମାନେ ଫାଇନାଲ ଲିଷ୍ଟରେ ରହିବାକୁ ସକ୍ଷମ ହେବେ, ଡକ୍ୟୁମେଣ୍ଟ ଯାଞ୍ଚ ପରେ ସେମାନଙ୍କୁ ଚାକିରି ମିଳିବ ।

ଦରମା:-
ବିଭିନ୍ନ ପଦବୀ ପାଇଁ ଦରମା ଅଲଗା ଅଲଗା ଭାବେ ସ୍ଥିର କରାଯାଇଛି । ସର୍ବନିମ୍ନ ଦରମା ୨୨,୫୦୦ ଟଙ୍କା ଏବଂ ସର୍ବାଧିକ ଦରମା ୭. ୦୦୦ ଟଙ୍କା ସ୍ଥିର କରାଯାଇଛି ।

କିପରି କରିବେ ଆବେଦନ:-
ଏହି ପଦବୀ ପାଇଁ ଆବେଦନ କରିବାକୁ ପ୍ରାର୍ଥୀମାନଙ୍କୁ କୋଚିନ୍ ସିପୟାର୍ଡ ଲିମିଟେଡର ଅଫିସିଆଲ୍ ୱେବସାଇଟ http://cochinshipyard.inକୁ ଯିବାକୁ ପଡିବ । ଏଠାରେ ସେମାନଙ୍କୁ ଏହି ନିଯୁକ୍ତିର ବିଜ୍ଞପ୍ତି ମିଳିଯିବ, ଯାହାକୁ ଡାଉନଲୋଡ କରି ଭଲ ଭାବରେ ପଢ଼ିନିଅନ୍ତୁ । ନୋଟିଫିକେସରେ ଦିଆଯାଇଥିବା ସୂଚନା ଅନୁସାରେ ଆପଣ ଆବେଦନ ଫର୍ମ ପୂରଣ କରିପାରିବେ ।