fbpx

ବିଶ୍ୱର ଟପ୍-୧୦ ଆର୍ମି ପାୱାର ଦେଶ: ଜାଣନ୍ତୁ ଭାରତ ଓ ପାକିସ୍ତାନର ସ୍ଥାନ କେଉଁଠି

୧- ଆମେରିକା ପାଖରେ ବିଶ୍ୱର ସବୁଠାରୁ ପାୱାରଫୁଲ ଆର୍ମି ଶକ୍ତି ରହିଛି । ଆମେରିକା ପାଖରେ ୧୨.୫୨ ଲକ୍ଷରୁ ଅଧିକ ସୈନ୍ୟ, ୪୪୦୦ରୁ ଅଧିକ କ୍ରୁ ଏୟାରକ୍ରାଫ୍ଟସ, ୬୧୦୦ ଟ୍ୟାଙ୍କ, ୪୦ ହଜାର ବାହନ, ୧୫୦୦ ସେଲ୍ଫ ପ୍ରୋପେଲ୍ଡ ତୋପ, ୧୩୬୫ ରକେଟ ରହିଛି ।

୨- ରୁଷର ସ୍ଥଳସେନାକୁ ରୁଷୀ ଗ୍ରାଉଣ୍ଡ ଫୋର୍ସ କୁହାଯାଏ । ସେଥିରେ ୨.୮ ଲକ୍ଷରୁ ଅଧିକ ଆକ୍ଟିଭ ଯବାନ, ୧୩ ହଜାର ଟ୍ୟାଙ୍କ, ୨୭,୧୦୦ ବାହନ, ୬୫୪୦ ସେଲ୍ଫ ପ୍ରୋପେଲ୍ଡ ତୋପ, ୩୮୬୦ ରକେଟ ଲଞ୍ଚର୍ସ ରହିଛି ।

୩- ଚୀନର ସେନାକୁ ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) କୁହାଯାଏ । ଚୀନ ପାଖରେ ୨୦.୩୫ରୁ ଅଧିକ ସୈନ୍ୟ, ୫.୧୦ ଲକ୍ଷ ରିଜର୍ଭ ସୈନ୍ୟ, ୩୨୦୫ ଟ୍ୟାଙ୍କ, ୩୫ ହଜାର ବାହନ, ୧୯୭୦ ସେଲ୍ଫ ପ୍ରୋପେଲ୍ଡ ତୋପ ରହିଛି ।

୪- ଭାରତ ପାଖରେ ୧୨.୩୭ ଲକ୍ଷରୁ ଅଧିକ ଆକ୍ଟିଭ ସୈନ୍ୟ ରହିଛନ୍ତି । ଏଥିସହ ୨୯୬ ଏୟାରକ୍ରାଫ୍ଟସ, ୪୭୩୦ ଟ୍ୟାଙ୍କ, ୧୦ ହଜାର ଗାଡ଼ି, ୧୦୦ ସେଲ୍ଫ ପ୍ରୋପେଲ୍ଡ ତୋପ, ୩୭୪ ରକେଟ ଲଞ୍ଚର୍ସ ରହିଛି ।

୫- ଜାପାନ ପାଖରେ ୨.୪୭ ଲକ୍ଷରୁ ଅଧିକ ସକ୍ରିୟ ଯବାନ, ୫୬ ହଜାର ରିଜର୍ଭ ସୈନ୍ୟ, ୧୦୦୪ ଟ୍ୟାଙ୍କ, ୫୫୦୦ରୁ ଅଧିକ ବାହନ, ୨୧୪ ସେଲ୍ଫ ପ୍ରୋପେଲ୍ଡ ତୋପ ରହିଛି ।

୬- ଦକ୍ଷିଣ କୋରିଆ ପାଖରେ ୪.୨୦ ଲକ୍ଷ ଆକ୍ଟିଭ ସୈନ୍ୟ, ୨୧୩୦ ଯୁଦ୍ଧ ଟ୍ୟାଙ୍କ, ୧୪,୧୦୦ ଯୁଦ୍ଧକ ବାହନ, ୩୦୪୦ ସେଲ୍ଫ ପ୍ରୋପେଲ୍ଡ ତୋପ, ୨୭୦ ମଲ୍ଡିପଲ ରକେଟ ଲଞ୍ଚର୍ସ ରହିଛି ।

୭- ଫ୍ରାନ୍ସ ପାଖରେ ୨.୦୮ ଲକ୍ଷ ସକ୍ରିୟ ଯବାନ, ୩୫ ହଜାର ରିଜର୍ଭ ଯବାନ, ୪୦୬ ଟ୍ୟାଙ୍କ, ୬୪୨୦ ବାହନ, ୧୦୯ ସେଲ୍ଫ ପ୍ରୋପେଲ୍ଡ ତୋପ ଓ ୧୩ ରକେଟ ପ୍ରୋଜେକ୍ଟର୍ସ ରହିଛି ।

୮- ବ୍ରିଟେନ ପାଖରେ ୮୨,୪୦୦ ଆକ୍ଟିଭ ସେନା ରହିଛନ୍ତି । ସେଥିରେ ୪ ହଜାର ଗୁର୍ଖା ରହିଛନ୍ତି । ଏଥିସହ ୧୦୯ ଟ୍ୟାଙ୍କ, ୫୫୦୦ ବାହନ, ୮୯ ସେଲ୍ଫ ପ୍ରୋପେଲ୍ଡ ତୋପ, ୩୫ ରକେଟ ଲଞ୍ଚର୍ସ ରହିଛି ।

୯- ବ୍ରାଜିଲ ପାଖରେ ୨.୩୫ ଲକ୍ଷ ସକ୍ରିୟ ଯବାନ ଓ ୧୩.୩୫ ଲକ୍ଷ ରିଜର୍ଭ ରହିଛନ୍ତି । ଏଥିସହ ୪୬୯ ଯୁଦ୍ଧକ ଟ୍ୟାଙ୍କ, ୧୯୭୬ ବାହନ ,୨୧୨ ସେଲ୍ଫ ପ୍ରୋପେଲ୍ଡ ତୋପ, ୨୩୯ ସୈମ ସିଷ୍ଟମ, ୨୦ ହଜାର ସର୍ପୋଟ ଭେହିକିଲ, ୬୦ ରକେଟ ଲଞ୍ଚର୍ସ ରହିଛି ।

୧୦- ପାକିସ୍ତାନ ପାଖରେ ୫.୬୦ ଲକ୍ଷ ଆକ୍ଟିଭ ଓ ୫.୫୦ ଲକ୍ଷ ରିଜର୍ଭ ଯବାନ ରହିଛନ୍ତି । ଏଥିସହ ୬୫୦୦ ସିଭିଲିଆନ ପର୍ସନଲ, ୨୬୮୦ ଟ୍ୟାଙ୍କ, ୯୬୩୫ ବାହନ, ୪୨୯ ସେଲ୍ଫ ପ୍ରୋପେଲ୍ଡ ତୋପ, ୩୩୦ ରକେଟ ଲଞ୍ଚର୍ସ ରହିଛି ।

Get real time updates directly on you device, subscribe now.