ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ରାମବନ ଜିଲ୍ଲାରେ ନିର୍ମାଣଧୀନ ଟନେଲ ଭୁଷୁଡ଼ିବା ଘଟଣାରେ ଉଦ୍ଧାର ହେଲା ସମମସ୍ତ ୧୦ ଶ୍ରମିକଙ୍କ ମୃତଦେହ । ନିର୍ମାଣାଧୀନ ଟନେଲ ଭୁଷୁଡ଼ିବା ଯୋଗୁଁ ୧୦ ଶ୍ରମିକ ଟନେଲ ଭିତରେ ଫସି ମୃତ ହୋଇଥିଲା ।
ସୂଚନା ଅନୂଯାୟୀ, ଗୁରୁବାର ରାମବନ ଜିଲ୍ଲାରେ ଏକ ଚାରି ଲେନ୍ ବିଶିଷ୍ଟ ଟନେଲର ନିର୍ମାଣ କାମ ହେଉଥିବା ସମୟରେ ଭୁଷୁଡ଼ି ପଡ଼ିଥିଲେ । ଯେଉଁଥିରେ ୩ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ଟନେଲ ଭିତରେ ଆଉ ୭ ଶ୍ରମିକ ଫସି ରହିଥିଲେ । ତେବେ ଶନିବାର ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।
ଦୀର୍ଘ ୫୦ ଘଣ୍ଟାର ଅପରେସନ ପରେ ମୃତଦେହ ଉଦ୍ଧାର କରାଯାଇଥିଲା । ଏନଡିଆରଏଫ୍, ଏସଡିଆରଏଫ୍, ପୋଲିସ, ଆର୍ମୀ ଏବଂ ସ୍ଥାନୀୟ ପ୍ରଶାସନ ସହଯୋଗରେ ଉଦ୍ଧାର କାର୍ଯ୍ୟ ହୋଇଥିଲା । ସେପଟେ ମୃତକଙ୍କ ପରିବାର ପିଛା ୧୬ ଲକ୍ଷ ଅନୁକମ୍ପା ରାଶି ଘୋଷଣା କରିଛନ୍ତି
ଜମ୍ମୁ ରାମବନରେ ନିର୍ମାଣଧୀନ ଟନେଲ ଭୁଷୁଡ଼ିବା ଘଟଣାରେ ଉଦ୍ଧାର ହେଲା ୧୦ ମୃତଦେହ । ୫୦ ଘଣ୍ଟା ଧରି ଚାଲିଥିଲା ଅପରେସନ । କାମ ଚାଲିଥିବାବେଳେ ଭୁଷୁଡ଼ିଥିଲା ଟନେଲ । ମୃତକଙ୍କ ପରିବାର ପିଛା ୧୬ ଲକ୍ଷ ଅନୁକମ୍ପା ଘୋଷଣା କରାଯାଇଛି ।