fbpx

ପିଞ୍ଜରାରେ ବନ୍ଦ ସିଂହକୁ ବିରକ୍ତି କରିବା ପଡିଲା ମହଙ୍ଗା, ଝାମ୍ପି ନେଲା ଯୁବକଙ୍କ ଆଙ୍ଗୁଠି…ଦେଖନ୍ତୁ ଭିଡିଓ

ନୂଆଦିଳ୍ଲୀ: ପିଞ୍ଜରା ଭିତରେ ବନ୍ଦ ଥିବା ପଶୁଙ୍କୁ ବିରକ୍ତି କରିବା ଠିକ୍‌ ନୁହେଁ । କେତେବେଳେ ସେମାନେ ବିଚଳିତ ହୋଇପଡିବେ ତାହା କହିହେବନି । ଏହାର ପରିଣାମ ବେଶ୍‌ ଭୟଙ୍କର ହୋଇପାରେ । ନିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ପିଞ୍ଜରା ଭିତରେ ବନ୍ଦ ଥିବା ସିଂହ ସହ ଖେଳିବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡିଛି । ରାଗି ଯାଇ ସିଂହଟି ତାଙ୍କ ଆଙ୍ଗୁଠି ଖାଇଯାଇଛି ।

ନିକଟରେ ଜମାଇକାର ଏକ ପ୍ରାଣୀ ଉଦ୍ୟାନର କର୍ମଚାରୀଙ୍କ ଆଙ୍ଗୁଠିକୁ ସିଂହ କାମୁଡି ଖାଇଯାଇଛି । ପ୍ରକୃତରେ ପ୍ରାଣୀ ଉଦ୍ୟାନର ଉକ୍ତ କର୍ମଚାରୀ ପିଞ୍ଜରାରେ ବନ୍ଦ ଥିବା ସିଂହ ସହ ଖେଳୁଥିଲେ । ପିଞ୍ଜରା ଭିତରେ ଆଙ୍ଗୁଠି ପୂରାଇ ସିଂହଟିକୁ ଆଉଁସି ଦେଉଥିଲେ । ହେଲେ ଜଙ୍ଗଲର ରାଜା ସିଂହଙ୍କୁ କିନ୍ତୁ ଏହା କରିବା ପସନ୍ଦ ଆସିନଥିଲା । ବିରକ୍ତି ହୋଇ ରାଗିଯାଇ ସିଂହଟି କାମୁଡି ନେଇଥିଲା ଉକ୍ତ ପ୍ରାଣୀ ଉଦ୍ୟାନ କର୍ମଚାରୀଙ୍କ ଆଙ୍ଗୁଠି । ଏହାପରେ ସିଂହ ପାଟି ଭିତରୁ ନିଜ ଆଙ୍ଗୁଠିକୁ ଛଡାଇବା ପାଇଁ ବ୍ୟକ୍ତି ଜଣକ ଯେତେ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ । ଶେଷରେ ତାଙ୍କୁ ନିଜ ଆଙ୍ଗୁଠି ହରାଇବାକୁ ପଡିଛି ।

 

ଉକ୍ତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାକୁ ନେଇ ଜାମାଇକାର ଏହି ପ୍ରାଣୀ ଉଦ୍ୟାନରେ ଆତଙ୍କ ଖେଳିଯାଇଛି । କର୍ମଚାରୀମାନେ ସିଂହର ଚିକିତ୍ସା ଉପରେ ଆଲୋଚନା ଆରମ୍ଭ କରିଦେଇଛନ୍ତି । ଜାମାଇକା ପର୍ଯ୍ୟବେକ୍ଷକଙ୍କ ଅନୁଯାୟୀ ଜାମାଇକା ସୋସାଇଟି ଫର ପ୍ରିଭେନସନ୍‌ ଅଫ୍‌ କ୍ରୁଏଲିଟି ଟୁ ଆନିମଲ୍ସର ପରିଚାଳନା ନିର୍ଦ୍ଦେଶକ ପାମେଲା ଲସନ୍‌ କହିଛନ୍ତି ଯେ ଘଟଣାର ତଦନ୍ତ କରାଯିବ । ଜମାଇକା ପ୍ରାଣୀ ଉଦ୍ୟାନ କହିଛି, ‘ପ୍ରାଣୀ ଉଦ୍ୟାନ ଉଭୟ ସାଧାରଣ ଜନତା ଏବଂ ପଶୁମାନଙ୍କ ପାଇଁ ଏକ ସୁରକ୍ଷିତ ସ୍ଥାନ । ଏହା ଏକ ଦୁର୍ଭାଗ୍ୟଜନକ ଘଟଣା ଯାହା ଘଟିବା ଉଚିତ ନୁହେଁ । ଆମେ ପ୍ରାଣୀ ଉଦ୍ୟାନର କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ସହାୟତା ପ୍ରଦାନ କରୁଛୁ ।’

Get real time updates directly on you device, subscribe now.