fbpx
BSKY SKY
BSKY SKY

ଜୁନ୍ ମାସରେ ଦେଖା ଦେଇପାରେ କୋଇଲା ସଙ୍କଟ, ଅମାଦନୀ କରିବାକୁ କହିଲେ କନ୍ଦ୍ର ସରକାର!

BSKY

ନୁଆଦିଲ୍ଲୀ: ଦେଶର ପୁଣି ଘନେଇଲାଣି କୋଇଲା ସଙ୍କଟ । ଏଥି ପାଇଁ ବିଦେଶରୁ ଆମଦାନୀ ହେବ କୋଇଲା । ଦେଶରେ କୋଇଲା ଚାଳିତ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ଗୁଡ଼ିକୁ କେନ୍ଦ୍ର ସରକାର କହିଛନ୍ତି ଯେ, ଜୁନ୍ ମାସରେ ଘରୋଇ କୋଇଲା ୧୧.୧ ପ୍ରତିଶତ କମ୍ ଯୋଗାଇ ଦିଆଯିବ । ବିଦ୍ୟୁତ୍ ଚାହିଦା ପୁରଣ କରିବାକୁ କେତେକ କାରଖାନାକୁ କୋଇଲା ଆମଦାନୀ କରିବାକୁ ଶକ୍ତି ମନ୍ତ୍ରଳାୟ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଜୁନ୍ ମାସରେ ଶକ୍ତି ମନ୍ତ୍ରଳାୟ ମୋଟ୍ କୋଇଲା ଉତ୍ପାଦନ ଲକ୍ଷ୍ୟ ୬୩୩ ଲକ୍ଷ ଟନ୍ ରୁ ହ୍ରାସ କରି ୫୬୨ ଲକ୍ଷ କରିଦେଇଛନ୍ତି । ରାଷ୍ଟ୍ରାୟତ କୋଇଲା ଉତ୍ପାଦନ କମ୍ପାନୀ କୋଲ ଇଣ୍ଡିଆ ଏବଂ ସିଙ୍ଗରେନି କଲିୟର୍ସ ଜୁନ୍ ମାସରେ ମୋଟ କୋଇଲା ଯୋଗାଣ ୪୭୪.୫ ଲକ୍ଷ ଟନ୍ ଧାର୍ଯ୍ୟ କରିଛନ୍ତି । ଯାହା ପୁର୍ବ ଲକ୍ଷ୍ୟଠାରୁ ୫.୨୩ ନିୟୁତ ଟନ୍ ତୁଳନାରେ ୯.୩ କମ୍ ଅଟେ ।

ଜୁନ୍ ୧ରୁ ଉପଲବ୍ଧ କୋଇଲା ସମାନ ଅନୁପାତରେ ବିଦ୍ୟୁତ୍ କମ୍ପାନୀଗୁଡିକୁ ବଣ୍ଟନ କରାଯିବ। ମନ୍ତ୍ରଣାଳୟ ଏହାର ମେ ୨୪ ମେମୋରେ କହିଛି ଯେ ଆମଦାନୀ ତଥା ନିରାପଦ କୋଇଲା ଖଣିରୁ ବାସ୍ତବ ଖଣି ମାଧ୍ୟମରେ ସନ୍ତୁଳନ ଆବଶ୍ୟକତା ପୂରଣ ହେବ।

ଏହା ପୁର୍ବରୁ କେନ୍ଦ୍ର ସରକାର ଗତ ୩୮ ବର୍ଷରେ ସର୍ବାଧିକ ବିଦ୍ୟୁତ୍ ଚାହିଦା ପୁରଣ କରିବା ଲାଗି କୋଇଲା ଆମଦାନୀ ଶୁନ୍ୟ କରିବା ସମ୍ଭଧିତ ନୀତିକୁ ବଦଳାଇ ଦେଇଥିଲେ । ଏହା ସହିତ ଆମଦାନୀ ହୋଇଥିବା କୋଇଲା କାରଖାନା ଚଳାଇବା ଏବଂ ବନ୍ଦ କୋଇଲା କନି ପୁଣି ଖୋଳିବା ପାଇଁ ନିଷ୍ପତ୍ତି ହୋଇଥିଲା ।

 

Get real time updates directly on you device, subscribe now.