ଷ୍ଟାଡିୟମରେ କୁକୁର ବୁଲାଇବା ପଡ଼ିଲା ମହଙ୍ଗା, ଟ୍ରାନ୍ସଫର ହେଲେ IAS ଦମ୍ପତି

ନୂଆଦିଲ୍ଲୀ: ଷ୍ଟାଡିୟମରେ କୁକୁର ବୁଲାଇବା ଆଇଏସଏସଙ୍କ ମହଙ୍ଗା ପଡ଼ିଛି । ଦିଲ୍ଲୀର ତ୍ୟାଗରାଜ୍ ଷ୍ଟାଡିୟମରେ କୁକୁର ବୁଲାଉଥିବା ଆଇଏଏସ ପତି-ପତ୍ନୀଙ୍କୁ ଗୁରୁବାର ବଦଳି କରିଦିଆଯାଇଛି । ଆଇଏଏସ ସଞ୍ଜୀବ ଖିରବାରଙ୍କୁ ଲଦାଖ ବଦଳି କରଯାଇଥିବାବେଳେ ତାଙ୍କ ପତ୍ନୀ ରିଙ୍କୁ ଧୁଗ୍ଗାଙ୍କ ଅରୁଣାଞ୍ଚଳ ପ୍ରଦେଶ ବଦଳି କରାଯାଇଛି । ଏହି ମାମଲାରେ ଗୁରୁବାର ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବ ଗୃହ ମନ୍ତ୍ରାଳୟକୁ ରିପୋର୍ଟ ଦେଇଥିଲେ । ଆଉ ରିପୋର୍ଟ ଅନୂଯାୟୀ  କାର୍ଯ୍ୟାନୁଷ୍ଠାନ ନିଅଯାଇଥିଲା ।

ସୂଚନାଅନୂଯାୟୀ, ଷ୍ଟାଡିୟମରେ ଆଇଏସଏସ ନିଜ କୁକୁରକୁ ବୁଲାଇବାକୁ ଆଣୁଥିବାରୁ ଖେଳାଳିଙ୍କ ଟ୍ରେନିଂରେ ବାଧା ସୃଷ୍ଟି ହେଉଥିବା ନେଇ ଅଭିଯୋଗ ହୋଇଥିଲା । ଜଣେ କୋଚ ଦାବି କରିଥିଲେ ଯେ ପୂର୍ବରୁ ସେମାନେ ରାତି ୮ ରୁ ସାଢ଼େ ୮ ପର୍ଯ୍ୟନ୍ତ ଟ୍ରେନିଂ କରୁଥିଲେ । କିନ୍ତୁ ଏବେ ତାଙ୍କୁ ୭ ଟା ପୂର୍ବରୁ ଗ୍ରାଉଣ୍ଡ ଖାଲି କରିବାକୁ କୁହାଯାଉଛି କାରଣ ଆଇଏଏସ ଅଫିସର ନିଜ କୁକୁର ସହ ବୁଲିପାରିବେ ।

ତେବେ ୧୯୯୪ ବ୍ୟାଚର ଆଇଏଏସ ଅଧିକାର ସଞ୍ଜୀବ ଖିରୱାର ନିଜ ଉପରେ ଲାଗିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଥିଲେ ଯେ ସେ କେବଳ ବେଳେବେଳେ କୁକୁରକୁ ବୁଲାଇବାକୁ ନେଇ ଯାଇଥାନ୍ତିି, ସେ ଆହୁରି କହିଛନ୍ତି ଯେ ଏହା ଯୋଗୁଁ କେବେବି ଖେଳାଳିଙ୍କ ଟ୍ରେନିଂ ଅସୁବିଧା ହୋଇନାହିଁ । ସେପଟେ ପୂର୍ବତନ ଆଇପିଏସ ଅଫିସର କିରଣ ବେଦୀ ମଧ୍ୟ ଆଇଏଏସଙ୍କ ବଦଳିକୁ ନାପସନ୍ଦ କରିଛନ୍ତି ।

Get real time updates directly on you device, subscribe now.