fbpx

ବନ୍ଦେ ଭାରତ ଏକ୍ସପ୍ରେସକୁ ଅଟକାଇଛି ଋଷ-ୟୁକ୍ରେନ ଯୁଦ୍ଧ

ନୂଆଦିଲ୍ଲୀ: ଭାରତୀୟ ରେଳ ଉପରେ ଦେଖିବାକୁ ମିଳିଛି ଋଷ-ୟୁକ୍ରେନ ବିପକ୍ଷ ଯୁଦ୍ଧର ପ୍ରଭାବ । ଇଣ୍ଡିଆନ ରେଲୱେର ସବୁଠୁ ଲୋକପ୍ରିୟ ଟ୍ରେନ ବନ୍ଦେ ଭାରତ ଏକ୍ସପ୍ରେସ ଏହି ଯୁଦ୍ଧ ପାଇଁ ବିଳମ୍ବ ହୋଇଛି । ଏକ୍ସପ୍ରେସ ଚଳାଚଳ ଉପରେ ପରୋକ୍ଷ ଭାବରେ ପ୍ରଭାବ ପକଉଛି ଉଭୟ ଦେଶ ମଧ୍ୟରେ ଜାରି ରହିଥିବା ଏହି ମହାଯୁଦ୍ଧ । ୟୁକ୍ରେନରୁ ଆସିବାକୁ ଥିବା ଟ୍ରେନର ଚକ ଉଚିତ ସମୟରେ ଦେଶରେ ପହଞ୍ଚିପାରୁନି । ଫଳରେ ଚଳାଚଳ ବାଧାପ୍ରାପ୍ତ ହେଉଛି । ତେବେ ଏହି ସମସ୍ୟାର ସମାଧାନ ଏବଂ ବିକଳ୍ପ ଉପାୟ ପାଇ ସାରିଛି ରେଳ ବିଭାଗ ।

Making it happen: Vande Bharat Express - The Daily Guardian

ଭାରତର ୭୫ଟି ସହରରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରିବ ବୋଲି ସ୍ୱତନ୍ତ୍ରତା ଦିବସ ଅବସରରେ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ତେଣୁ ୭୫ଟି ବନ୍ଦେ ଭାରତ ଏକ୍ସପ୍ରେସ ପ୍ରସ୍ତୁତ କରିବାରେ ଲାଗି ପଡିଛି ରେଳ ବିଭାଗ । ତେବେ ୟୁକ୍ରେନରୁ ଗୋଟିଏ ଟ୍ରେନର ଚକ ଭାରତରେ ପହଞ୍ଚି ସାରିଥିବା ବେଳେ ଆଉ ଏକ ଟ୍ରେନର ଚକ ଖୁବ ଶୀଘ୍ର ପହଞ୍ଚିୀବ ବୋଲି ଆଶା କରାଯାଉଛି । କିନ୍ତୁ ଶେଷ ଟ୍ରେନର ଚକ ପାଇଁ ଚୀନକୁ ଦାୟିତ୍ୱ ଦେଇଛନ୍ତି ଭାରତ ସରକାର । ତେବେ ଭାରତରେ ମଧ୍ୟ ଏହି ଚକ ଉତ୍ପାଦନ ପାଇଁ ପ୍ରୟାସ ଜାରି ରହିଛି । ୟୁକ୍ରେନ ହେଉଛି ଟ୍ରେନ ଚକ ଉତ୍ପାଦନର ବିଶ୍ୱର ସବୁଠୁ ବଡ ଦେଶ । କିନ୍ତୁ ଯୁଦ୍ଧ କାରଣରୁ ସେଠାରୁ ଚକ ଆସି ଭାରତରେ ପହଞ୍ଚିବା ସମୟରେ ଖୁବ ବିଳମ୍ବ ହେଉଛି ।

ଭାରତରେ ସବୁଠୁ ଦ୍ରୁତ ଗତିରେ ଚାଲୁଥିବା ଟ୍ରେନ ହେଉଛି ବନ୍ଦେ ଭାରତ ଏକ୍ସପ୍ରେସ । ଏହି ଟ୍ରେନକୁ ନେଇ ବିଶ୍ୱର ଅନେକ ଲୋକ ଆଶ୍ଚର୍ଯ୍ୟ ଏବଂ ଆଗ୍ରହ ପ୍ରକାଶ କରିଥାନ୍ତି । ଭାରତୀୟ ରେଳ ବିଭାଗକୁ ଏକ ନୂଆ ପରିଚୟ ଦେଇଛି ବନ୍ଦେ ଭାରତ ଏକ୍ସପ୍ରେସ ।

Get real time updates directly on you device, subscribe now.