fbpx

ଅଭାବନୀୟ: କାଠ କଟା ମେସିନରେ କାଟିଦେଲେ ପରିବାର ସଦସ୍ୟଙ୍କ ବେକ

ଅର୍ଥ ଅଭାବରୁ ଅନେକ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହୁଅନ୍ତି । କିନ୍ତୁ ବର୍ତ୍ତମାନ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଲୋମ ଟାଙ୍କୁରୀ ଉଠିବ । ଚେନ୍ନାଇର ଜଣେ ୪୧ ବର୍ଷିୟ ବ୍ୟକ୍ତି ନିଜ ସ୍ତ୍ରୀ ଓ ୨ ପିଲାଙ୍କୁ କାଠ କାଟିବା ମେସିନରେ ହତ୍ୟା କରିଛନ୍ତି, ସେ ନିଜେ ଆତ୍ମହତ୍ୟା କରିଛନ୍ତି ।

ଏହି ଅଭାବନୀୟ ଘଟଣା ପଲଭରମ ପୋଝୀଚଲୁର ଠାରେ ଦେଖିବାକୁ ମିଳିଛି । ଶଙ୍କର ନଗର ପୋଲିସର ସୂଚନା ଅନୁସାରେ ବ୍ୟକ୍ତି ଜଣଙ୍କ ଅର୍ଥାଭାବରୁ ଏପରି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି । ପ୍ରଥମେ ପଡୋଶୀଙ୍କ ସନ୍ଦେହ ହେବାରୁ ସେ ମୃତକଙ୍କ ଘରକୁ ଯାଇଥିଲେ ଓ ସେଠାରେ ପରିବାର ସମସ୍ତ ସଦସ୍ୟଙ୍କୁ ମୃତ ଅବସ୍ଥାରେ ଦେଖି ପୋଲିସକୁ ସୂଚନା ଦେଇଥିଲେ ।

ମୃତ ବ୍ୟକ୍ତି ହେଉଛନ୍ତି ପ୍ରକାଶ । ପ୍ରକାଶ ଏକ ଆୟୁର୍ବେଦିକ ଦୋକାନ କରିଥିବା ବେଳେ ଅର୍ଥାଭାବ ପାଇଁ ଏପରି ପଦକ୍ଷେପ ନେଇଥିବା ସନ୍ଦେହ କରାଯାଉଛି । ବ୍ୟକ୍ତି ଜଣକ ଗଳା କାଟିବା ପାଇଁ କାଠ କାଟିବା ମେସିନର ବ୍ୟବହାର କରିଥିବା ସ୍ଥାନୀୟ ଲୋକ ମାନେ କହିଛନ୍ତି । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଶବ ବ୍ୟବଚ୍ଛେଦ ପାଇଁ ପୋଲିସ ଶବକୁ ନିକଟସ୍ଥ ସରକାରୀ ଡାକ୍ତରଖାନାକୁ ପଠାଇଛି ।

Get real time updates directly on you device, subscribe now.