fbpx

ଇରାକରେ ବ୍ୟାପୁଛି ଘାତକ ସଂକ୍ରାମକ ରୋଗ: ଜ୍ୱର ହେବା ସହ ନାକରୁ ବାହାରୁଛି ରକ୍ତ, ଆଉ ତା’ପରେ ମୃତ୍ୟୁ

ବଗଦାଦ: ମଧ୍ୟ ପୂର୍ବ ଏସିୟ ଦେଶ ଇରାକରେ ଗତକିଛି ଦିନ ହେବ ଏକ ନୂଆ ରୋଗ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହି ରୋଗରେ ପିଡ଼ିତ ବ୍ୟକ୍ତିକୁ ପ୍ରଥମେ ଜ୍ୱର ହେବା ପରେ ନାକରୁ ରକ୍ତ ବାହାରିଥାଏ । ନାକରୁ ଅତ୍ୟଧିକ ରକ୍ତସ୍ରାବ ପାଇଁ ରୋଗୀମାନଙ୍କର ମୃତ୍ୟୁ ହେଉଥିବା କୁହାଯାଉଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା ଅନୁସାରେ ଇରାକରେ ଏପର୍ଯ୍ୟନ୍ତ ଏହି ରୋଗ ପାଇଁ ୧୯ଜଣଙ୍କର ମୃତ୍ୟୁ ହୋଇସାରିଛି । ଏହା ଏକ ଭାଇରସ ଜନିତ ରୋଗ ହୋଇଥିବା ବେଳେ ଏହା ପଶୁମାନଙ୍କ ଠାରୁ ବ୍ୟାପୁଛି । ସଂକ୍ରମିତ ପଶୁମାନଙ୍କ ସଂସ୍ପର୍ଶରେ ଆସିବା ଦ୍ୱାରା ମଣିଷ ଏହି ଜୀବାଣୁର ଶିକାର ହୋଇଥାଏ । ଏହାର ନାମ ‘କ୍ରିମେନ କଙ୍ଗୋ ହେମରୋହେଜିକ ଫିଭର’ ବୋଲି ଦିଆଯାଇଛି ।

ବର୍ତ୍ତମାନ ସୁଦ୍ଧା ଇରାକରେ ଏହି ସଂକ୍ରମଣର ୧୧୧ଟି ମାମଲା ଦେଖିବାକୁ ମିଳିଛି । ଏହି ରୋଗର ୫ଟି ମାମଲା ମଧ୍ୟରୁ ୨ଜଣଙ୍କର ମୃତ୍ୟୁ ନାକରୁ ରକ୍ତ ବୋହିବା ଦ୍ୱାରା ହୋଇଥିବା ଦେଖିବାକୁ ମିଳିଛି । ଧି କାର ପ୍ରାନ୍ତର ଜଣେ ସ୍ୱାସ୍ଥ୍ୟ ଅଧିକାରୀ ହାଇଦର ହତୋଚେ କହିଛନ୍ତି ପୂର୍ବ ବର୍ଷ ଏହି ରୋଗ କମ ଥିବାବେଳେ ବର୍ତ୍ତମାନ ଏହି ରୋଗ ଅଧିକ ବ୍ୟାପିବାରେ ଲାଗିଛି । ଡାକ୍ତରଙ୍କ କହିବା ଅନୁସାରେ ଏହି ରୋଗ ଗାଇ, ଛେଳି ଓ ମେଣ୍ଢାମାନଙ୍କ ଦ୍ୱାରା ବ୍ୟାପୁଛି ।

Get real time updates directly on you device, subscribe now.