fbpx

ଯମୁନେତ୍ରୀ ଯାତ୍ରା ହେଲା ଶେଷ ଯାତ୍ରା: ୨୦୦ ମିଟର ଖାଲକୁ ଖସିଲା ବସ୍, ୨୨ ମୃତ, ଏକାଧିକ ଆହତ

ନୂଆଦିଲ୍ଲୀ: ଉତ୍ତରକାଶୀରୁ ଏକ ବଡ଼ ଅପଡେଟ୍ ଆସିଛି । ଏକ ବଡ଼ଧରଣର ଦୁର୍ଘଟଣା ଘଟି ବହୁ ଲୋକଙ୍କ ମୃତ୍ୟୁ ଘଟିଛି । ଯମୁନେତ୍ରୀ ଯାଉଥିବା ଏକ ବସ୍ ଏକ ଖାଲକୁ ଖସି ପଡ଼ିବା ଫଳରେ ୨୨ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଏଥିସହିତ ୬ ଜଣ ଆହତ ମଧ୍ୟ ହୋଇଛନ୍ତି । ବସରେ ମୋଟ ୪୦ ଜଣ ଯାତ୍ରୀ ଥିବା ବେଳେ ଯମୁନେତ୍ରୀ ଜାତୀୟ ରାଜପଥର ଡାମଟା ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।

ତେବେ ଏହି ଦୁର୍ଘଟଣା ବିଷୟରେ ଖବର ପାଇ ଘଟଣାସ୍ଥଳରେ ପୋଲିସ ସହିତ ଏନଡିଆରଏଫ୍ ଟିମ୍ ପହଞ୍ଚିଥିଲେ । ଏହାପରେ ତକ୍ରାଳ ଭିତ୍ତିରେ ରେସକ୍ୟୁ ଅଭିଯାନ ଆରମ୍ଭ କରାଯାଇଥିଲା । ଆହତ ଯାତ୍ରୀମାନଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ପୋଲିସ ଓ ଏନଡିଆରଏଫ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଉତ୍ତରକାଶୀ ଯାତ୍ର ପାଇଁ ଯାତ୍ରୀମାନେ ମଧ୍ୟପ୍ରଦେଶରୁ ବସରେ ଆସୁଥିଲେ । ଏହି ସମୟରେ ଡାମଟା ନିକଟରେ ବସଟି ଏକ ଖାଲକୁ ଖସିପଡ଼ିଥିଲା ବୋଲିଡିଜିପି ସୂଚନା ଦେଇଛନ୍ତି ।

ତେବେ ବସଟି ୨୦୦ ମିଟର ଖାଲକୁ ଖସିପଡ଼ିଥିବା ଜଣାପଡ଼ିଛି । ବସରେ ଥିବା ସମସ୍ତ ଯାତ୍ରୀମାନେ ମଧ୍ୟପ୍ରଦେଶର ପନ୍ନା ଜିଲ୍ଲାର ବାସିନ୍ଦା ଥିଲେ । ଦୁର୍ଘଟଣା ପରେ ଘଟଣାସ୍ଥଳରେ ତିନୋଟି ଆମ୍ବୁଲାନ୍ସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ଦୁର୍ଘଟଣା ଘଟିଥିବା ଡାମଟା ସ୍ଥାନ ହେଉଛି ହିମାଚଳ ପ୍ରଦେଶ-ଉତ୍ତରାଖଣ୍ଡର ବର୍ଡର ଆଖାପାଖ ଅଞ୍ଚଳ । ତେବେ ଏହା ମଧ୍ୟରେ ଖାଲ ମଧ୍ୟରୁ ୧୫ ଜଣ ଲୋକଙ୍କର ଶବ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.