fbpx

ଟାର୍ଗେଟ୍ କିଲିଂ ଉପରେ ଲାଗିବ ରୋକ୍, ଶାହା ଓ ଡୋଭାଲ୍‌ଙ୍କ ସୁଚିନ୍ତିତ ରଣନୀତି ଉପରେ କାର୍ଯ୍ୟ ଆରମ୍ଭ

ଶ୍ରୀନଗର(ଓଡିଶା ଭାସ୍କର): କାଶ୍ମୀରରେ ଟାର୍ଗେଟ୍ କିଲିଂ ଘଟଣାକୁ ରୋକିବା ତଥା ସେଠାରେ ଶାନ୍ତି, ସୁରକ୍ଷା ଓ ବିଶ୍ୱାସର ମାହୋଲ ସୃଷ୍ଟି କରିବା ପାଇଁ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ୍ ଶାହା ଓ ଏନ୍ଏସ୍ଏ ଅଜିତ୍ ଡୋଭାଲଙ୍କ ସୁଚିନ୍ତିତ ରଣନୀତି ଉପରେ ପ୍ରଦେଶରେ କାର୍ଯ୍ୟ ତ୍ୱରିତ ବେଗରେ ଆରମ୍ଭ କରାଯାଇଛି । କାଶ୍ମୀରରେ ଥିବା ଥାନା ଓ ମୁଖ୍ୟ ଆଉଟ୍ପୋଷ୍ଟ ଗୁଡ଼ିକରେ ମନୋବଳ ହ୍ରାସକୁ ଲକ୍ଷ୍ୟ ରଖି ସେଗୁଡ଼ିକରେ ବ୍ୟାପକ ସୁରକ୍ଷାକର୍ମୀ ନିୟୋଜିତ କରାଯାଇଛି। ଆତଙ୍କରୋଧୀ ଅଭିଯାନରେ ବିଏସ୍ଏଫ୍ ଓ ଏସ୍‌ଏସ୍‌ବିଙ୍କ ସଂଖ୍ୟାକୁ ବି ବୃଦ୍ଧି କରାଯାଇଛି ।

ସେହିପରି ଜୁନ୍ ୩୦ରୁ ଆରମ୍ଭ ହେଉଥିବା ଅମରନାଥ ଯାତ୍ରାରେ ସୁରକ୍ଷା କବଚକୁ ମଜବୁତ କରିବା ଲାଗି ଅତିରିକ୍ତ ସୁରକ୍ଷାବଳଙ୍କ ମୁତୟନ ପ୍ରକ୍ରିୟା ଜୁନ୍ ୧୫ ସୁଦ୍ଧା ପୂରଣ କରାଯିବ । ଏଥିସହ ୪୫୦୦ କାଶ୍ମୀର ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁ କର୍ମୀଙ୍କୁ କାଶ୍ମୀର ଭିତରେ ଜିଲ୍ଲା ମୁଖ୍ୟାଳୟ ଓ ତହସିଲ ମୁଖ୍ୟାଳୟରେ ନିୟୋଜିତ କରାଯାଇଛି । ପାଖାପାଖି ୬୦୦ କାଶ୍ମୀର ହିନ୍ଦୁଙ୍କୁ ସେମାନଙ୍କ ଦ୍ୱାରା ଚୟନ କରାଯାଇଥିବା ସ୍ଥାନରେ ନିଯୁକ୍ତି କରାଯାଇଛି । ଏହାବ୍ୟତୀତ ଭାରତର ବିଭିନ୍ନ ସ୍ଥାନରୁ କାଶ୍ମୀର ଆସି କାମ କରୁଥିବା ସଂଖ୍ୟାଲଘୁ ବସ୍ତି ନିକଟରେ ସୁରକ୍ଷାବଳଙ୍କ ସଂଖ୍ୟା ବୃଦ୍ଧି କରାଯାଇଛି ।

Get real time updates directly on you device, subscribe now.