fbpx

କେବେ ଓ କିପରି ଗିରଫ ହେବେ ଇମରାନ୍ ଖାନ୍ ? ପାକିସ୍ତାନର ଗୃହମନ୍ତ୍ରୀ ଦେଲେ ସୂଚନା

ଇସଲାମାବାଦ: ପାକିସ୍ତାନ ରାଜନୀତିର ଅଶାନ୍ତି ଶେଷ ହେବାର ନାଁ ନେଉନାହିଁ । କ୍ଷମତାରୁ ବାହାରିବା ପରେ ଶାହାବାଜ ସରିଫଙ୍କ ନୂଆ ସରକାରଙ୍କ ବିରୋଧରେ ମୋର୍ଚ୍ଚା ଆରମ୍ଭ କରିଛନ୍ତି ଇମରାନ୍ ଖାନ୍ । ଏହା ସହ ସେ ଲଗାତାର ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ଏହାରି ମଧ୍ୟରେ ଇମରାନ ଖାନଙ୍କୁ ଯେକୌଣସି ସମୟରେ ଗିରଫ କରାଯାଇପାରେ ବୋଲି କୁହାଯାଉଛି । ଏବେ ଇମରାନ ଖାନଙ୍କୁ କେବେ ଓ କିପରି ଗିରଫ କରାଯାଇପାରିବ ବୋଲି ପାକିସ୍ତାନର ଗୃହମନ୍ତ୍ରୀ ସୂଚନା ଦେଇଛନ୍ତି ।

ପାକିସ୍ତାନର ଗୃହମନ୍ତ୍ରୀ ରାନା ସାନାଉଲ୍ଲା କହିଛନ୍ତି ଯେ, ‘ଜୁନ ୨ରେ ଇମରାନ ଖାନଙ୍କୁ ୩ ସପ୍ତାହ ପାଇଁ ଟ୍ରାଞ୍ଜିଟ୍ ଜାମିନ୍ ପ୍ରଦାନ କରାଯାଇଥିଲା । ୨୩ ତାରିଖ ଦିନ ତାଙ୍କା ଜାମିନ୍ ଶେଷ ହୋଇଯିବ । ସୁରକ୍ଷା ଜାମିନର ସମୟ ଅବଧି ଶେଷ ହେବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନଙ୍କୁ ଗିରଫ କରାଯିବ ।

ରିପୋର୍ଟ ଅନୁସାରେ, ଇମରାନ୍ ଖାନଙ୍କ ବିରୋଧରେ ଦଙ୍ଗା, ବିଦ୍ରୋହ, ସଂଘୀୟ ସରକାର ଉପରେ ଆରୋପ ଭଳି ଅନେକ ମାମଲା ରୁଜୁ କରାଯାଇଛି । ତାଙ୍କ ଜାମିନ ଶେଷ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବାନି ଗାଲା ବାସଭବନ ବାହାରେ ଥିବା ସୁରକ୍ଷା ରକ୍ଷୀମାନେ ତାଙ୍କୁ ଗିରଫ କରିବେ ବୋଲି ରାନା କହିଛନ୍ତି ।

ତେବେ ୫୦୦୦୦ ଟଙ୍କାର ମୁଚାଲିକାରେ ଜୁନ ୨ ତାରିଖରେ ପେଶୱାର ହାଇକୋର୍ଟ ଇମ୍ରାନ ଖାନଙ୍କୁ ୩ ସପ୍ତାହ ପାଇଁ ଟ୍ରାଞ୍ଜିଟ ବେଲ ମଞ୍ଜୁର କରିଛନ୍ତି । ପାକିସ୍ତାନ ମୁସଲିମ ଲିଗ-ନୱାଜ ଦାବି କରିଛି, ‘ପାକିସ୍ତାନ ତେରୀକ୍-ଏ-ଇନ୍ସାଫ’ ସରକାର ଅମଳରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ତାଙ୍କ ପତ୍ନୀ ବୁଶ୍ରା ବିବି ଓ ତାଙ୍କ ବାନ୍ଧବୀ ଫାରା ଗୋଗି କୋଟି କୋଟି ଟଙ୍କା ଆତ୍ମସାତ୍ କରିଛନ୍ତି ।

Get real time updates directly on you device, subscribe now.