fbpx

ଦୁନିଆ ଦେଖିଛି ହିନ୍ଦୁ ଏବଂ ଶିଖଙ୍କ ଉପରେ ଅତ୍ୟାଚାର, ପାକିସ୍ତାନକୁ ତାରି ଭାଷାରେ ଜବାବ ଦେଲା ଭାରତ

ନୂଆଦିଲ୍ଲୀ: ସଂଖ୍ୟାଲଘୁଙ୍କ ଉତ୍ପୀଡନ ପାଇଁ ସମଗ୍ର ଦୁନିଆରେ ବଦନାମ ପାକିସ୍ତାନକୁ ପେଗମ୍ବର ମହମ୍ମଦଙ୍କ ଉପରେ ବିବାଦୀୟ ଟିପ୍ପଣୀ ମାମଲାରେ ମୁହଁ ଖୋଲିବା ଭାରି ପଡିଛି। ଭାରତ ପଡୋଶୀ ଦେଶର ବୟାନକୁ ଖାରଜ କରିବା ସହ କହିଛି ଯେ, ଆପଣଙ୍କ ରେକର୍ଡ ଦୁନିଆ ବେଶ ଭଲ ଭାବେ ଦେଖିଛି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଆମେ ପାକିସ୍ତାନର ବୟାନ ବିଷୟରେ ଅବଗତ। ସଂଖ୍ୟାଲଘୁଙ୍କ ଉତ୍ପୀଡନ ମାମଲାରେ ପାକିସ୍ତାନର ଯେଉଁ ରେକର୍ଡ ରହିଛି ସେହି ବିଷୟରେ ଦୁନିଆ ଭଲ ଭାବେ ଜାଣିଛି ଏବଂ ଦେଖିଛି ଯେ, କେମିତି ହିନ୍ଦୁ, ଶିଖ, ଖ୍ରୀଷ୍ଟିୟାନ ଏବଂ ଅହମଦିଆଙ୍କ ଉପରେ ଅତ୍ୟାଚାର କରିଛି।

ଭାରତ କହିଛି, ଦୁନିଆ ଦେଖିଛି ଯେ, ପାକିସ୍ତାନ ସରକାର ଜରିଆରେ ସେଠାରେ ସଂଖ୍ୟାଲଘୁଙ୍କ ଉପରେ କେଉଁଭଳି ଅତ୍ୟାଚାର ହୋଇଛି। ଭାରତରେ ସବୁ ଧର୍ମର ସମ୍ମାନ କରାଯାଏ। ଏଠାରେ ପାକିସ୍ତାନ ଭଳି ସ୍ଥିତି ନାହିଁ। ପାକିସ୍ତାନରେ ତ ଧାର୍ମିକ ଆଧାରରେ ଉତ୍ପୀଡନ କରୁଥିବା ଲୋକଙ୍କୁ ସମ୍ମାନିତ କରାଯାଏ ଏବଂ ସେମାନଙ୍କ ନାମରେ ସ୍ମାରକ ସ୍ଥାପନ କରାଯାଏ। ଭାରତ ସରକାର ଏହା ମଧ୍ୟ କହିଛନ୍ତି, ପାକିସ୍ତାନକୁ ନିଜ ଦେଶରେ ସଂଖ୍ୟାଲଘୁଙ୍କ ସୁରକ୍ଷା ଉପରେ ଧ୍ୟାନ ଦେବା ଉଚିତ୍। ପଡୋଶୀ ଦେଶ ଅନ୍ୟ ଦେଶ ବିରୋଧରେ ଗୁଜବ ପ୍ରଚାର କରି ସାମାଜିକ ସଦଭାବକୁ ଖରାପ କରିବାକୁ ଉଦ୍ୟମ କରିବା ଉଚିତ୍ ନୁହେଁ।

ଏହି ପରି ଭାରତ ପାକିସ୍ତାନକୁ ସଂଖ୍ୟାଲଘୁ ସମୁଦାୟ ବିରୋଧରେ ଉତ୍ପୀଡନକୁ ନେଇ ନିଜ ଭୁଲ୍ ଦେଖିବାକୁ ଉପଦେଶ ଦେଇଛି। ଉଲ୍ଲେଖନୀୟ ଆମେରିକା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ନିକଟରେ ଧାର୍ମିକ ସ୍ଵାଧୀନତାକୁ ନେଇ ଏକ ରିପୋର୍ଟ ଜାରି କରାଯାଇଥିଲା। ଏଥିରେ ପାକିସ୍ତାନକୁ ନିକୃଷ୍ଟ ଶ୍ରେଣୀରେ ରଖିଥିଲା। ସଦ୍ୟତମ ମାମଲାରେ ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କୁ ପେଗମ୍ବର ମହମ୍ମଦଙ୍କ ପ୍ରତି ଆପତ୍ତିଜନକ ଟିପ୍ପଣୀ ମାମଲାରେ ପାର୍ଟିରୁ ନିଲମ୍ବିତ କରିଛି। ଏହି ମାମଲାରେ ସାଉଦି ଆରବ, ଇରାନ, ଓମାନ, ବାହାରିନ ଏବଂ କାତାର ସମେତ ଅନେକ ମୁସଲିମ ଦେଶ ଭାରତୀୟ ରାଜଦୂତଙ୍କୁ ତଲବ କରି ବିରୋଧ ଜାହିର କରିଛନ୍ତି।

Get real time updates directly on you device, subscribe now.