fbpx

ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନୂଆ ଅପଡେଟ: ଏମିତି କହିଲେ ବବି ଦେଓଲ

ମୁମ୍ବାଇ: ହିନ୍ଦୀ ସିନେମା ଜଗତର ସୁପରଷ୍ଟାର ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବା ନେଇ ଚର୍ଚ୍ଚା ଜୋର ଧରିଛି । ତେଣୁ ତାଙ୍କୁ ମୁମ୍ବାଇର ବ୍ରିଚ କାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ତାଙ୍କୁ କେଉଁ କାରଣରୁ ମେଡିକାଲ ନିଆଯାଇଛଇ । ସେ ନେଇ କୌଣସି ସ୍ପଷ୍ଟ ହୋଇ ନଥିବା ବେଳେ ଏ ନେଇ ନୂଆ ତଥ୍ୟ ଦେଇଛନ୍ତି ପୁଅ ବବି ଦେଓଲ । ବାପା ଏକଦମ ସୁସ୍ଥ ଥିବା କହିଛନ୍ତି ବବି ।

ବାପା ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ନୀରବତା ଭାଙ୍ଗିଛନ୍ତି ପୁଅ ବବି ଦେଓଲ । ସୋସିଆଲ ମିଡିଆ ଏବଂ ବିଭିନ୍ନ ସ୍ଥାନରେ ଚର୍ଚ୍ଚା ଜୋର ଧରିଥିବା ଏହି ଖବର ଏକଦମ ମିଥ୍ୟା ଏବଂ ଗୁଜବ ବୋଲି ପ୍ରକାଶ କରିଛନ୍ତି ବବି । ଏବେ ବାପା ଏକଦମ ଠିକ ଅଛନ୍ତି ଏବଂ ଘରେ ଅଛନ୍ତି ବୋଲି ସେ କହିଛନ୍ତି । ତେବେ ବାପାଙ୍କ ଅସୁସ୍ଥତା ଖବର ଶୁଣି ବ୍ୟସ୍ତ ହେଉଥିବା ଧର୍ମେନ୍ଦ୍ରଙ୍କ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

ଗତ ମେ ମାସରେ ସାମାନ୍ୟ ଅସୁସ୍ଥତା ଅନୁଭବ କରିଥିଲେ । ଏଣୁ ତାଙ୍କୁ ବ୍ରିଚ କାଣ୍ଡି ହସ୍ପିଟାଲାରେ ଭର୍ତ୍ତି କରିବାକୁ ପଡିଥିଲା । ତେବେ ହସ୍ପିଟାଲରୁ ଡିସ୍ଚାର୍ଜ ହେବା ପରେ ?ଟ୍ୱିଟରରେ ନିଜ ସ୍ୱାସ୍ଥ୍ୟବସ୍ଥାକୁ ନେଇ ସେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.