fbpx

ଗୃହ ମନ୍ତ୍ରଣାଳୟ ଅଫିସରେ ଲାଗିଲା ନିଆଁ: କାରଣ ଅସ୍ପଷ୍ଟ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଥିବା ଗୃହ ମନ୍ତ୍ରଣାଳୟ ଅଫିସରେ ବିଳମ୍ବିତ ରାତିରେ ନିଆଁ ଲାଗିଥିବା ଖବର ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ, ନର୍ଥ ବ୍ଲକରେ ଥିବା ଗୃହ ମନ୍ତ୍ରଣାଳୟର ଅଫିସରେ ବିଳମ୍ବିତ ରାତି ପ୍ରାୟ ୧୨ଟା ବେଳେ ନିଆଁ ଲାଗିଥିଲା । ନିଆଁ ଲାଗିବା ସୂଚନା ମିଳିବା ପରେ ଅଗ୍ନିଶମ ବାହିନୀର ପ୍ରାୟ ୭ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା । ଅଧଘଣ୍ଟାର ପରିଶ୍ରମ ପରେ ନିଆଁକୁ ସମ୍ପୂର୍ଣ୍ଣ ଭାବେ ଆୟତ୍ତ କରାଯାଇଥିଲା ।

ଅଗ୍ନିଶମ ବିଭାଗର ସୂଚନା ଅନୁସାରେ, ଗୃହ ମନ୍ତ୍ରଣାଳୟ ଅଫିସର ୮୨ ଏ ଓ ବି ରୁମ୍ ନମ୍ବରରେ ନିଆଁ ଲାଗିଥିଲା, ଯାହାକି ଟେଲିଫୋନ୍ ଏକ୍ସଚେଞ୍ଜର ଅଫିସ୍ ବୋଲି କୁହାଯାଉଛି । ନିଆଁ ଲାଗିବାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । ଜଣେ ଅଧିକାରୀ ଏହି ଘଟଣାର ସୁଚନା ଦେଇଛନ୍ତି ଯେ, ‘ନିଆଁକୁ ନିୟନ୍ତ୍ରଣ କରାଯାଇଛି । ଏପର୍ଯ୍ୟନ୍ତ କେଯଣସି ମୃତାହତ ହେବାର ସୂଚନା ନାହିଁ ।’

Get real time updates directly on you device, subscribe now.