fbpx

ହୋମୱାର୍କ ନ କରିବାର ଏମିତି ଦଣ୍ଡ: ଭିଡିଓ ଦେଖିଲେ ଆଖିରେ ଲୁହ ଆସିଯିବ

ନୂଆଦିଲ୍ଲୀ: ପିଲାବେଳେ ହୋମୱାର୍କ ନ କରି ସ୍କୁଲ, ଟିଉସନ ଏମିତିକି ଘରେ ବାପା ମା’ଙ୍କ ନିକଟରୁ ଅନେକ ଶାସ୍ତି ମିଳିଥାଏ । କିନ୍ତୁ ଏହି କାରଣ ପାଇଁ ଶାସ୍ତି ଏତେ ବି ବଡ ହୋଇପାରେ, ଯାହା ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ହୋମୱାର୍କ ନ କରିବାରୁ ପିଲାଟିକୁ ଏମିତି ଶାସ୍ତିକୁ ଦେଖି ଅନେକ ଲୋକ ମାଆକୁ ରାକ୍ଷସୀ କିମ୍ବା ଡାହାଣୀ ବୋଲି ମଧ୍ୟ କୁହାଯାଉଛି । ଏହି ଛୋଟିଆ ଭୁଲ ପାଇଁ ପିଲାଟିର ହାତଗୋଡ ବାନ୍ଧି ଉାତ ଉପରେ ନିର୍ଦ୍ଧୁମ ଖରାରେ ଛାଡି ଦେଇଛି ନୃସଂସ ମାଆ ।

ସୋସିଆଲ ମିଡିଆରୁ ଏବେ ଏମିତି ଏକ ଭିଡିଓ ସାମନାକୁ ଆସିଛି, ଯାହାକୁ ଦେଖି ସମସ୍ତଙ୍କ ଆଖିରେ ଲୁହ ଜକେଇ ଆସିଛି । ଜଣେ ଛୋଟ ବାଳିକାକୁ ବାନ୍ଧି ପ୍ରବଳ ଖରାରେ ଛାତ ଉପରେ ଛାଡି ଦିଆଯାଇଥିବା ଦେଖିବାକୁ ମିଳିଛି । ଖରା ତାତି ସହି ନ ପାରି ନିଜକୁ ରକ୍ଷା କରିବା ପାଇଁ ବହୁ ଚେଷ୍ଟା କରିବା ପରେ ମଧ୍ୟ ଫେଲ ମାରୁଛି ଏହି ଛୋଟ ଛୁଆଟି । ଏହି ଭିଡିଓଟି ସୋସିଆଲ ମିଡିଆରେ ଆସିବା ପରେ ଏହାକୁ ଦେଖିବା ଲୋକ ମନ କାନ୍ଦି ଉଠିଛି । ତେବେ ଏହି ଭିଡିଓଟି ରାଜଧାନୀ ଦିଲ୍ଲୀର ବୋଲି ଜାଣିବାକୁ ମିଳିଛି । ଅନେକ ଛାନଭିନ ପରେ ପୋଲିସକୁ ଏହି ମାମଲାର ସତ୍ୟାସତ୍ୟ ଖୋଜି ବାହାର କରିଛି ।

ହୋମୱାର୍କ କରି ନଥିବାରୁ ପିଲାଟିକୁ ବାନ୍ଧି ନିର୍ଦ୍ଧୁମ ଖରାରେ ଛାତ ଉପରେ ମାଆ ଛାଡି ଦେଇଥିଲା । ତେବେ ୫-୭ ମିନିଟ ପରେ ତାକୁ ତଳକୁ ନେଇ ଆସିଥିବା ଜାଣିବାକୁ ମିଳିଛି । କିନ୍ତୁ ଏଭଳି ଅସହ୍ୟ ଗରମକୁ ସୁସ୍ଥ ସବଳ ଲୋକ ସହିବା କଷ୍ଟକର ହୋଇ ପଡୁଥିବା ବେଳେ ଛୋଟ ପିଲାଟିର ଅବସ୍ଥା କ’ଣ ହେଉଥିବ ତାହା ଚିନ୍ତା କରି ସମସ୍ତଙ୍କ ଆଖିରୁ ଲୁହ ଝରିଯାଇଛି ।

Get real time updates directly on you device, subscribe now.