fbpx

ଭାଣିଜୀର କଟା ପାଦ ନେଇ ଥାନାରେ ପହଞ୍ଚିଲେ ମାମୁଁ: କହିଲେ ଏମିତି…

ବିହାର: ବାବୁ ମତେ ନ୍ୟାୟ ଦିଅ! ମୋ ଭାଣିଜୀକୁ ନ୍ୟାୟ ଦିଅ! ଏମିତି ବାହୁନି ବାହୁନି କାନ୍ଦୁଛନ୍ତି ବିହାର ଭୋଜପୁର ଅଞ୍ଚଳର ଜଣେ ବ୍ୟକ୍ତି । ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବା ପାଇଁ ଆଇନ ଆଗରେ ଗୁହାରି କରୁଛି ଜଣେ ସାଧାରଣ ଜନତା । ପୋଲିସର ପାଦ ତଳେ ଶରଣ ନେଇଛି ଜଣେ ବିଭତ୍ସ ମାମୁଁ । ଆଉ ଉଚିତ ନ୍ୟାୟ ପାଇଁ ଅଳି କରୁଛି ନିର୍ଯାତନାର ନିଆଁରେ ଜଳି ଯାଇଥିବା ଜଣେ ନବବଧୂ ।

ଏହି ଘଟଣାଟି ହେଉଛି ଆରା ମୁଫସିଲ ଥାନା ଅଞ୍ଚଳର । ଯୌତୁକ ଲୋଭରେ ନବବଧୂକୁ ଗଳା ଚିପି ହତ୍ୟା କରି ଦେଇଥିବା ଏକ ଘଟଣା ସାମନାକୁ ଆସିଛି । କେବଳ ସେତିକି ନୁହେଁ, ଶବକୁ ଜାଳି ମାଟି ତଳେ ପୋତି ଦେଇଥିଲେ ଶାଶୂ ଘର ଲୋକେ । ଏ ନେଇ ଜଣା ପଡିବା ପରେ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି ମୃତ ଯୁବତୀଙ୍କ ମାମୁଁ ଏବଂ ସମ୍ପର୍କୀୟ ।

ସୂଚନା ଅନୁସାରେ, ଯୁବତୀଙ୍କ ମାତାପିତା ଗୁଜୁରାଟରେ ଶ୍ରମିକ ଭାବରେ କାମ କରୁଥିବାରୁ ସେ ଏଠାରେ ତାଙ୍କ ମାମୁଁଙ୍କ ନିକଟରେ ରହୁଥିଲେ । ତେବେ ଗତବର୍ଷ ଗାଁର ଶତୃଘ୍ନ ବିନ୍ଦେଙ୍କ ସହ ମମତାଙ୍କ ବିବାହ ସମ୍ପନ୍ନ ହୋଇଥିଲା । ତେବେ ବିବାହ ପରେ ଶତୃଘ୍ନ ମମତାଙ୍କୁ ଏକ ଲକ୍ଷ ଟଙ୍କା ଯୌତୁକ ପାଇଁ ନିର୍ଯାତନା ଦେଇ ଆସୁଥିଲା । କିନ୍ତୁ ଯୌତୁକ ନ ମିଳିବାରୁ ପରିବାର ଲୋକଙ୍କ ସହ ମିଶି ଶତୃଘ୍ନ ମମତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ ହତ୍ୟ ପରେ ଶବକୁ ଜାଳିଦେବା ସହ ପୋତି ଦେଇଥିଲେ ମମତାଙ୍କ ଶାଶୂଘର ଲୋକେ ।

ଏ ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ମମତାଙ୍କ ମାମୁଁ । କିନ୍ତୁ ସେତେବେଳକୁ ମମତାଙ୍କ ଶବକୁ ଜାଳି ଦିଆଯାଇଥିଲା । ତେବେ ଅଧାଜଳା ପାଦରୁ ମମତାଙ୍କୁ ଚିହ୍ନି ପାରିଥିଲେ ମାମୁଁ । ଏହାପରେ ସେହି କଟା ପାଦକୁ ଧରି ଥାନାରେ ମମତାଙ୍କ ମାମୁୁଁ ତାଙ୍କ ଶାଶୂଘର ଲୋକଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଅନୁଯାୟୀ, ପୋଲିସ ମମତାଙ୍କ ସ୍ୱାମୀ ଶତୃଘ୍ନଙ୍କ ସମେତ ଶ୍ୱଶୂର ଏବଂ ଅନ୍ୟ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏହାସହିତ ପ୍ରମାଣ ଭାବରେ ମୃତଦେହର କଟାପାଦକୁ ଧରି ତଦନ୍ତ ଆଗକୁ ବଢାଇବା ପାଇଁ ଚେଷ୍ଟା କରୁଛି ମୁଫସିଲ ଥାନା ପୋଲିସ ।

Get real time updates directly on you device, subscribe now.