fbpx

ବଡ଼ ଖବର: ପେନସନକୁ ନେଇ ଆସିଲା ସରକାରଙ୍କ ନୂଆ ନିୟମ

ନୂଆଦିଲ୍ଲୀ: କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ଜରୁରୀ ଖବର । ସରକାର ଫ୍ୟାମିଲି ପେନସନକୁ ନେଇ ନୂଆ ନିୟମ ଜାରି କରିଛନ୍ତି । ଜାରି କରାଯାଇଥିବା ନୂଆ ନିୟମ ଅନୂଯାୟୀ, ମୃତ୍ୟୁ ହୋଇଥିବା ସରକାରୀ କର୍ମଚାରୀଙ୍କ ପିଲା ଯଦି ମାନସିକ ରୋଗରେ ପୀଡ଼ିତ । ତେବେ ସେମାନଙ୍କୁ ମଧ୍ୟ ଫ୍ୟାମିଲି ପେନସନର ଲାଭ ମିଳିବ । ଯେଉଁ ପିଲାମାନେ ମାନସିକ ବିକାରଗ୍ରସ୍ତ ସେମାନେ ମଧ୍ୟ ଫ୍ୟାମିଲି ପେନ୍ସନର ହକଦାର ।

ସୂଚନାଯୋଗ୍ୟ, ମାନସିକ ରୋଗରେ ପୀଡ଼ିତ ପିଲାଙ୍କ ପରିବାରକୁ ପେନସନ ଲାଭ ନ ମିଳିବା ଯୋଗୁଁ ତାଙ୍କର ଲାଳନ ପାଳନ ଏବଂ ଭରଣ ପୋଷଣରେ ଅସୁବିଧା ହେଉଥିଲା କାରଣ ସେମାନେ ନିଜର ଭରଣ ପୋଷଣ କରିବାରେ ଅସମର୍ଥ । ଏହି ପିଲାଙ୍କୁ ଅନ୍ୟଙ୍କ ଉପରେ ନିର୍ଭର ହେବାକୁ ପଡ଼ିଥାଏ ।

କେନ୍ଦ୍ରୀ ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି, ଯେ ବ୍ୟାଙ୍କ ଏହିଭଳି ପିଲାଙ୍କୁ ଫ୍ୟାମିଲି ପେନସନ ର ଲାଭ ଦେଉନାହାଁନ୍ତି । ଏହିଭଳି ମାନସିକ ବିକାରଗସ୍ତ ପିଲାଙ୍କୁ ବ୍ୟାଙ୍କ ପେନସନ ଦେବାକୁ ମନା କରୁଛି । ବ୍ୟାଙ୍କ ଏହି ପିଲାଙ୍କଠାରୁ ଅଦାଲତରୁ ଜାରି ଗାର୍ଡିଆନସିପ୍ ସାର୍ଟିଫିକେଟ ମାଗୁଛନ୍ତି । ସେ କହିଛନ୍ତି ଏଭଳି ସ୍ଥିତିରେ ଲୋକଙ୍କୁ ସହାୟତା କରିବା ପାଇ ଫ୍ୟାମିଲି ପେନ୍ସନରେ ନୋମିନେସନର ପ୍ରାବଧାନ ଜରୁରୀ କରାଯାଉଛି ଫଳରେ କର୍ମଚାରୀଙ୍କ ପିଲାଙ୍କୁ ବିନା ଅସୁବିଧାରେ ପେନ୍ସନ ମିଳିପାରିବ । ଏମିତିିକି ମାନସିକ ରୋଗରେ ପୀଡ଼ିତ ପିଲାଙ୍କୁ କୋର୍ଟରୁ ସହଜରେ ଗାର୍ଡିଆନ ସାର୍ଟିଫିକେଟ ମିଳିପାରିବ । ବ୍ୟାଙ୍କ ଏଭଳି ପିଲାଙ୍କ ଠାରୁ ଗାର୍ଡିଆନସିପ୍ ସାର୍ଟିଫିକେଟ୍ ପାଇଁ ବାଧ୍ୟ କରିପାରିବେ ନାହିଁ ଏବଂ ପେନସନ ଦେବାକୁ ମନାକରିପାରିବେ ନାହିଁ ।

ଏହି ଘୋଷଣା ପରେ ଯଦି କେହି ବ୍ୟାଙ୍କ ମାନସିକ ବିକାରଗ୍ରସ୍ତ ପିଲାଙ୍କୁ କୋର୍ଟରୁ ଗାର୍ଡିଆନସିପ୍ ସାର୍ଟିଫିକେଟ ବିନା ଫ୍ୟାମିଲି ପେନସନ ଦେବାକୁ ମନା କରୁଛନ୍ତି ତେବେ ଏହା ସେଣ୍ଟ୍ରାଲ ସିଭିଲ ସର୍ଭିସ(ପେନ୍ସନ) ନିୟମ ୨୦୨୧ର ଉଲ୍ଲଘଂନ ହେବ । ଆଉ ଏମିତି ହେଲେ ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ସବୁ ପେନ୍ସନ ଦେଉଥିବା ବ୍ୟାଙ୍କକୁ ନିର୍ଦ୍ଦେଶ ଦିଆଯାଇଛି, ଯେପରି ମାନସିକ ରୋଗରେ ପୀଡ଼ିତ ପିଲାଙ୍କୁ ଫ୍ୟାମିଲି ପେନ୍ସନର ଲାଭ ମିଳିବ । ଏହି ପେନ୍ସନ ନୋମିନୀ ଭାବରେ ମିଳିବ । ଏମିତି ପିଲାଙ୍କ ଠାରୁ ବ୍ୟାଙ୍କ କୋର୍ଟର ଗାର୍ଡିଆନସିପ୍ ସାର୍ଟିଫିକେଟ ମାଗିପାରିବେ ନାହିଁ ।

Get real time updates directly on you device, subscribe now.