fbpx

କଟକରେ ଟି-୨୦ରେ ଭାରତର ପ୍ରଦର୍ଶନ ୫୦-୫୦: କ’ଣ ହେବ ଆଜିର ରେଜଲ୍ଟ

କଟକ: କଟକର ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜର ଦ୍ୱିତୀୟ ମ୍ୟାଚ ଖେଳିବ ଟିମ ଇଣ୍ଡିଆ । ପ୍ରଥମ ମ୍ୟାଚରେ ପରାସ୍ତ ହେବା ପରେ ଦ୍ୱିତୀୟ ମ୍ୟାଚରେ ବିଜୟ ହାସଲ କରି ଏହାର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ । ମଇଦାନରେ ଭାରତର ପୁରୁଣା ରେକର୍ଡ ଦେଖିଲେ ଦଳ ସାମାନ୍ୟ ପଛୁଆ ରହିଥିବା ଜଣାଯାଇଛି । ତେବେ ଆଜିର ମ୍ୟାଚ ଟିମ ଇଣ୍ଡିଆ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି ।

ପ୍ରଥମ ମ୍ୟାଚ ହାତଛଡା କରିବା ପରେ ଭାରତ ଆଜି ମ୍ୟାଚରେ ବିଜୟ ହାସଲ କରି ସିରିଜରେ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରିବ । କଟକରେ ଭାରତର ରେକର୍ଡ ଭାରତର ବିପକ୍ଷରେ ରହିଛି । ଏହି ପଡିଆରେ ଭାରତ ଦୁଇଟି ଟି-୨୦ ଖେଳିଛି । ତେବେ ଏଥିରୁ ଗୋଟିଏ ମ୍ୟାଚ ଜିତିଥିବା ବେଳେ ଅନ୍ୟ ମ୍ୟାଚରେ ପରାଜୟର ସାମନା କରିଛି ମେନ ଇନ ବ୍ଲୁ । ବଡ କଥା ହେଉଛି ଏହି ପରାଜୟ ଭାରତକୁ ସାଉଥ ଆଫ୍ରିକା ହିଁ ଦେଇଥିଲା । ୨୦୧୫ରେ ଖେଳାଯାଇଥିବା ଏହି ମ୍ୟାଚରେ ୧୦୦ରନ ମଧ୍ୟ ପାର କରି ପାରି ନଥିଲା ଟିମ ଇଣ୍ଡିଆ । ମାତ୍ର ୯୨ ରନରେ ଭାରତ ଅଲଆଉଟ ହୋଇତିବା ବେଳେ ୭ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁବାରେ ଅସଫଳ ହୋଇଥିଲେ । ଯାହାଫଳରେ ମାତ୍ର ୧୭ ଓଭରରେ ଦକ୍ଷିଣ ଆଫ୍ରିକା ଏହି ମ୍ୟାଚକୁ ନିଜ ନାମରେ କରିଥିଲା ।

India vs South Africa Twenty20I: BCCI Wants Report on Cuttack Violence in  48 Hours | Cricket News

ସେହିପରି ୨୦୧୭ରେ ଶ୍ରୀଲଙ୍କା ବିପକ୍ଷରେ ଏହି ମଇଦାନରେ ଲଢିଥିଲା ଟିମ ଇଣ୍ଡିଆ । କେ.ଏଲ ରାହୁଲଙ୍କ ଦମଦାର ଅର୍ଦ୍ଧଶତକ ବଳରେ ସିଂହଳୀ ଦଳକୁ ୯୩ ରନରେ ଏହି ମ୍ୟାଚରେ ବିଜୟ ହାସଲ କରିଥିଲା । ଏହି ମ୍ୟାଚରେ ରାହୁଲ ୬୧ ରନ ସଂଗ୍ରହ କରିଥିଲେ । ତେବେ ଆଜି ମ୍ୟାଚରେ ମଧ୍ୟ ସେହିଭଳି ଦମଦାର ପାଳି ସହିତ ଏକ ଦମଦାର ବିଜୟ ହାସଲ ସିରିଜକୁ ଫେରିବା ଆଶାରେ ଓହ୍ଲାଇବ ଟିମ ଇଣ୍ଡିଆ ।

KL Rahul fifty powers India to big win over Sri Lanka in Cuttack T20 |  Cricket - Hindustan Times

Get real time updates directly on you device, subscribe now.