fbpx

୯୯ ବର୍ଷ ବୟସରେ ସ୍ୱାଧୀନତା ସଂଗ୍ରାମୀ ସାରଦା ପ୍ରସାଦ ରାୟଙ୍କ ପରଲୋକ

ସ୍ୱାଧୀନତା ଆଣିବା ପାଇଁ ବହୁ ସ୍ୱାଧୀନତା ସଂଗ୍ରାମୀ ଦେଶ ପାଇଁ ଲଢିଥିବା ଆପଣମାନେ ଜାଣିଥିବେ କିନ୍ତୁ ସ୍ୱାଧୀନତା ସଂଗ୍ରାମୀ ସାରଦା ରାୟ ଥିଲେ ଅନ୍ୟତମ । ଦେଶର ସ୍ୱାଧୀନତା ପାଇଁ ଲଢିଥିବା ସାରଦା ଆଉ ଆଜି ଆମ ଗହଣରେ ନାହାନ୍ତି । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ଆରୁଆ ପଞ୍ଚାୟତରେ ରହୁଥିବା ସାରଦାଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୯ବର୍ଷ ହୋଇଥିଲା । ଦୀର୍ଘଦିନ ଧରି ରୋଗ ଶଯ୍ୟାରେ ପଡ଼ି ରହିବା ପରେ ଗତକାଲି ପ୍ରାଣ ତ୍ୟାଗ କରିଥିଲେ ଶାରଦା ।

ଶେଷ ଦର୍ଶନ କରିବା ପାଇଁ ଭଦ୍ରକ ଜିଲ୍ଲାର ବହୁ ମାନ୍ୟଗଣ ବ୍ୟକ୍ତିଙ୍କ ସହ ଉପ ଜିଲ୍ଲାପାଳ, ତହସିଲଦାର ଏବଂ ସ୍ଥାନୀୟ ପୋଲିସ ସାରଦାଙ୍କ ଘରେ ଉପସ୍ଥିତ ହୋଇଥିଲେ । ସାରଦାଙ୍କୁ ରାଷ୍ଟ୍ରପତି ବିଶିଷ୍ଟ ସୈନିକ ଭାବେ ସମ୍ମାନିତ କରିଥିଲେ ।

ସୂଚନାଥାଉ କି, ୧୯୨୮ ମସିହାରେ ଜନ୍ମ ଗ୍ରହଣ କରିଥିବା ସାରଦା ମାତ୍ର ୧୫ ବର୍ଷ ବୟସରେ ଭାରତ ଛାଡ଼ ଆନ୍ଦେଳନରେ ଯୋଗ ଦେଇଥିଲେ । ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଦେଶ ସେବାରେ ନିଜକୁ ନିୟୋଜିତ କରିଥିଲେ ସାରଦା । ସେ ବ୍ରିଟିଶମାନଙ୍କ ଦ୍ୱାରା ବନ୍ଦୀ ମଧ୍ୟ ହୋଇଥିଲେ । ୨୯ ସେପ୍ଟେମ୍ବର ୧୯୨୨ରେ ଇରମ ମେଳଣ ପଡ଼ିଆରେ ହୋଇଥିବା ବ୍ରିଟିଶ ବିଦ୍ରୋହୀ ଆନ୍ଦୋଳନରେ ସାରଦା ଯୋଗ ଦେଇଥିଲେ । ସେହିପରି ବ୍ରଟିଶ ମାନଙ୍କ ଗୁଳିରୁ ଅଳ୍ପକେ ବର୍ତ୍ତିଥିଲେ ସାରଦା । କିନ୍ତୁ ବ୍ରିଟିଶ ମାନଙ୍କ ଦ୍ୱାରା ପୁଣି ଥରେ ବନ୍ଦୀ ହୋଇ ବାଲେଶ୍ୱର ଏବଂ ବିହାର ଜେଲରେ ଦେଢ ବର୍ଷ ପାଇଁ ରହିଥିଲେ । ଦେଶ ସ୍ୱାଧୀନ ହେବା ପରେ ସାରଦା ଭଦ୍ରକ ଏବଂ ବାଲେଶ୍ୱରର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଶିକ୍ଷା ଦାନ କରିଥିଲେ ।

Get real time updates directly on you device, subscribe now.