fbpx

ଦୁଷ୍କର୍ମ ପୀଡିତାଙ୍କ ଅଭିଯୋଗରେ ଫସିଲେ ଗେହଲଟଙ୍କ ମନ୍ତ୍ରୀମଣ୍ଡଳର ନେତାଙ୍କ ପୁଅ: ଜାଣନ୍ତୁ ମାମଲା

ରାଜସ୍ଥାନ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ କ୍ୟାବିନେଟର ମନ୍ତ୍ରୀ ମହେଶ ଯୋଶୀ ଏବେ ଏକ ଦୁଷ୍କର୍ମ ପୀଡିତାଙ୍କ ମାମଲାରେ ଛନ୍ଦି ହୋଇଯାଇଛନ୍ତି । ପୀଡିତାଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦିଆଯିବା ନେଇ ଅଭିଯୋଗ ହୋଇଛି । ମହିଳା ଜଣକ ମନ୍ତ୍ରୀଙ୍କ ପୁଅ ବିରୋଧରେ ଏକ ଦୁଷ୍କର୍ମ ମାମଲା ରୁଜୁ କରିଥିବା ଜଣାଯାଇଛି । ତେଣୁ ତାଙ୍କୁ ଧମକ ସହିତ ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି ।

ପୋଲିସ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ଜଣେ ମହିଳାଙ୍କ ଉପରକୁ ଆକ୍ରମଣ ହୋଇଥିବା ନେଇ ପିସିଆରକୁ କଲ ଆସିଥିଲା । କିଛି ଦୁର୍ବୃତ୍ତ ମହିଳାଙ୍କୁ ଉପରକୁ କାଳି ପରି କିଛି କେମିକାଲ ଫିଙ୍ଗି ଚାଲିଯାଇଥିବା ଅଭିଯୋଗ ହୋଇଛି । ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ବୟାନ ରେକର୍ଡ କରିଛି । ମାଆଙ୍କ ସହିତ ଯାଉଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କ ଉପରକୁ ଏସବୁ ଫିଙ୍ଗି ଫେରାର ହୋଇଯାଇଥିବା ଜାଣିବାକୁ ମିଳିଛି । ତେବେ ଆକ୍ରମଣ ପୂର୍ବରୁ ଦୁର୍ବୃତ୍ତ ମାମଲା ଫେରାଇ ନେବାକୁ ଧମକ ଦେଇଥିବା ପୀଡିତା କହିଛନ୍ତି । ତେବେ ପରୀକ୍ଷା ପରେ ମହିଳାଙ୍କ ଉପରକୁ କାଳି ଫିଙ୍ଗା ଯାଇଥିବା ସ୍ପଷ୍ଟ ହୋଇଛି । ଏହାପରେ ପୋଲିସ ଅଭିଯୋଗକୁ ଆଧାର କରି ୧୯୫(ଏ), ୫୦୬, ୩୨୩ ଏବଂ ୩୪ ଦଫା ଅନୁସାରେ ମାମଲା ରୁଜୁ କରିଛି ।

ସୂଚନାଯୋଗ୍ୟ, ରାଜସ୍ଥାନର ମନ୍ତ୍ରୀ ମହେଶ ଯୋଶୀଙ୍କ ପୁଅ ବିରୋଧରେ ଜଣେ ମହିଳାଙ୍କୁ ନିଶାଦ୍ରବ୍ୟ ଦେଇ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । କିନ୍ତୁ ଅଭିଯୋଗ ପରେ ପୀଡିତା ଏବଂ ତାଙ୍କ ପରିବାର ପ୍ରତି ବିପଦ ଥିବା ନେଇ ମଧ୍ୟ ମହିଳା ଜଣାଇଛନ୍ତି । ତେବେ ପୋଲିସ ପକ୍ଷରୁ ସେମାନଙ୍କୁ ସୁରକ୍ଷା ପ୍ରଦାନ କରାଯାଇଛି ।

Get real time updates directly on you device, subscribe now.