fbpx

ଭଉଣୀ ଚିତାକୁ ଡେଇଁ ଭାଇ କଲା ଆତ୍ମହତ୍ୟା: ପରିବାରରେ ଦୁଃଖର ଛାୟା

ଭୋପାଲ: ଭାଇ ଭଉଣୀର ସମ୍ପର୍କ ଅନ୍ୟ ସବୁ ସମ୍ପର୍କଠାରୁ ଭିନ୍ନ । ଉଭୟ ପରସ୍ପରଙ୍କୁ ସ୍ନେହ ମମତାରେ ବାନ୍ଧି ଭଲପାଇବାର ନିଆରା ଉଦାହରଣ ସୃଷ୍ଟି କରିଥାଏ ଏହି ସମ୍ପର୍କ । କିନ୍ତୁ ଏହି ସମ୍ପର୍କକୁ ନେଇ ମଧ୍ୟପ୍ରଦେଶରୁ ଆସିଛି ଏକ ଅଭାନୀୟ ଏବଂ ଛାତିଥରା ଘଟଣା । ଭଉଣୀଙ୍କ ଚିତାକୁ ଡେଇଁ ଭାଇ ଆତ୍ମହତ୍ୟା କରିଥିବା ଘଟଣା ସାରା ଗାଁରେ ଶୋକର ଛାୟା ଖେଳାଇ ଦେଇଛି ।

ଏମିତି ଏକ ଘଟଣା ସାମନାକୁ ଆସିଛି ମଧ୍ୟପ୍ରଦେଶ ବହେରିୟା ଥାନା ଅନ୍ତର୍ଗତ ମଝଗମ୍ବା ଅଞ୍ଚଳରୁ । ସୂଚନା ଅନୁସାରେ, ଗୁରୁବାର ସନ୍ଧ୍ୟାରେ ଜ୍ୟୋତି ଔରଫ ପ୍ରିତୀ ନାମକ ଯୁବତୀ ଜମିକୁ ଯାଇଥିଲେ । ତେବେ ଏହାପରେ ସେ ଅଚାନକ ନିଖୋଜ ହୋଇଯାଇଥିଲେ । କିନ୍ତୁ ଶୁକ୍ରବାର ସକାଳେ ଏକ କୂଅରୁ ତାଙ୍କ ମୃତଦେହ ମିଳିଥିଲା । ତେବେ ମୃତଦେହର ପୋଷ୍ଟମର୍ଟମ କରିବା ପରେ ପରିବାରକୁ ହସ୍ତାନ୍ତର କରିଥିଲା ପୋଲିସ । ପରିବାର ଲୋକେ ପ୍ରିତିଙ୍କ ଅନ୍ତିମ ସଂସ୍କାର କରିବାକୁ ନେଇ ଯାଇଥିଲେ । କିନ୍ତୁ ଏହି ସମୟରେ ଘଟିଯାଇଛି ଏକ ଛାତିଥରା ଘଟଣା । ପ୍ରିତୀଙ୍କ ଚିତା ଜଳୁଥିବା ବେଳେ ଭାଇ କରନ ସେଠାରେ ପହଞ୍ଚିଥିଲା । ଏବଂ ହଠାତ ଭଉଣୀ ଚିତାକୁ ଡେଇଁ ପଡିଥିଲେ କରନ ।

ତେବେ କରନଙ୍କ ଉପରେ ଲୋକଙ୍କ ନଜର ପଡିବା ପୂର୍ବରୁ ସେ ସମ୍ପୂର୍ଣ୍ଣ ଜଳି ଯାଇଥିଲେ । ଏହାପରେ ମଧ୍ୟ ଚିତାରୁ କରନଙ୍କୁ ବାହାର କରି ହସ୍ପିଟାଲ ନେଇଯାଉଥିଲେ ସ୍ଥାନୀୟ ଲୋକେ । କିନ୍ତୁ ବାଟରେ କରନ ପ୍ରାଣତ୍ୟାଗ କରିଛନ୍ତି । ଏହାପରେ ଭଉଣୀଙ୍କ ଚିତା ନିକଟରେ କରନଙ୍କର ମଧ୍ୟ ଅନ୍ତିମ ସଂସ୍କାର କରାଯାଇଛି । ତେବେ ପୋଲିସ ଉଭୟ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ପରିବାର ଏବଂ ଗାଁରେ ଶୋକର ଛାୟା ଖେଳିଯାଇଛି ।

Get real time updates directly on you device, subscribe now.