fbpx

ମହିମାଙ୍କ ପୂର୍ବରୁ ବଲିଉଡର ଏହି ସେଲିବ୍ରେଟିଙ୍କୁ ହୋଇସାରିଛି କ୍ୟାନ୍ସର

କ୍ୟାନସର୍ ଏଭଳି ଏକ ମାରାତ୍ମକ ରୋଗ ଯାହାର ନାଁ ଶୁଣିଲେ ସମସ୍ତଙ୍କ ମନରେ ଏକ ଭୟ ଆସିଯାଏ । ଏହି ରୋଗର ଶିକାର ହୋଇ ଦୁନିଆର ବହୁ ଲୋକ ମୃତ୍ୟୁବରଣ କରିଥିବା ବେଳେ କିଛି ଲୋକ ଏହାକୁ ସଂଘର୍ଷ କରି ପୁଣିଥରେ ଏକ ନୂଆ ଜୀବନ ପାଇଛନ୍ତି । ବଲିଉଡର ବହୁ ସେଲିବ୍ରେଟିମାନେ ମଧ୍ୟ ଏଥିରୁ ବାଦ୍ ପଡିନାହାଁନ୍ତି । ବଲିଉଡର ବହୁ ନାମୀଦାମୀ କଳାକାର ଏହି ରୋଗରେ ଶିକାର ହୋଇ ମୃତ୍ୟୁବରଣ କରିଥିବାବେଳେ ଆଉ କିଛି ସେଲିବ୍ରେଟି ଚିକିତ୍ସା ହୋଇ ଘରକୁ ଫେରିଛନ୍ତି । ତେବେ ଆଜି ଆମେ ଏଭଳି କିଛି ବଲିଉଡ କଳାକାରଙ୍କ ବିଷୟରେ କହିବୁ, ଯେଉଁମାନେ କ୍ୟାନସର ଭଳି ମାରାତ୍ମକ ରୋଗ ସହ ଲଢ଼େଇ କରି ନୂଆ ଜୀବନ ପାଇଛନ୍ତି ।

ମହିମା ଚୌଧୁରୀ
ବର୍ତ୍ତମାନ ଏହି ଧାଡିରେ ଅଛନ୍ତି ନବେ ଦଶକର ବହୁ ଜଣାଶୁଣା ଅଭିନେତ୍ରୀ ମହିମା ଚୌଧୁରୀ । କିଛି ଦିନ ପୂର୍ବେ ବଲିଉଡ ଅଭିନେତା ଅନୁପମ ଖେର ନିଜ ସୋସିଆଲ ହ୍ୟାଣ୍ଡେଲରେ ମହିମା ବ୍ରେଷ୍ଟ କ୍ୟାନସର(ସ୍ତନ କର୍କଟ)ର ଶିକାର ହୋଇଥିବା ସେ ଲେଖିଥିଲେ । ଏହା ସହ ସେ ମହିମାଙ୍କୁ ହିରୋ ସମ୍ବୋଧନ କରିବା ସହ ତାଙ୍କ ପାଇଁ ଇମୋସନାଲ ହୋଇଥିଲେ । ଏବେ ସେ ଆସ୍ତେ ଆସ୍ତେ ସୁସ୍ଥ ହେଉଥିବା ଜଣାପଡିଛି ।

ସୋନାଲି ବ୍ରେନ୍ଦ୍ରେ
ନବେ ଦଶକର କ୍ୟୁଟ୍ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ୨୦୧୮ ମସିହାରେ ମେଟାଷ୍ଟେଟିକ୍ କ୍ୟାନସର ରୋଗର ଶିକାର ହୋଇଥିବା ଖବର ସାମ୍ନାକୁ ଆସିଥିଲା । ସେ ଏହି ରୋଗରୁ ମୁକ୍ତି ପାଇବା ପାଇଁ ନ୍ୟୁୟର୍କରେ ଚିକିତ୍ସା ହୋଇଥିଲା । ନିଜର ଧର୍ଯ୍ୟ, ସାହାସ ଏବଂ ବଂଚିବାର ଆଶା ଯୋଗୁଁ ସେ ଆଜି ଏକ ନୂଆ ଜୀବନ ପାଇ ସାଧାରଣ ଲୋକଙ୍କ ଭଳି ନିଜର ଜୀବନ କାଟୁଛନ୍ତି ।

କିରଣ ଖେର
ଭେଟେରାନ୍ ଅଭିନେତ୍ରୀ କିରଣ ଖେର, ଯେ କି ୨୦୨୧ ମସିହାରେ ବ୍ଲଡ୍ କ୍ୟାନସରର ଶିକାର ହୋଇଥିଲେ । ଏହି ଖବର ସ୍ୱାମୀ ଅନୁପମ ଖେର ନିଜ ସୋସିଆଲ ମିଡିଆରେ ସେୟାର କରିବା ପରେ ଫ୍ୟାନ୍ସଙ୍କ ପକ୍ଷରୁ ଶୁଭକାମନାର ସୁଅ ଛୁଟିଥିଲା । ଫ୍ୟାନ୍ସଙ୍କ ଭଲ ପାଇବା ଏବଂ କିରଣ ଖେରଙ୍କ ଇଚ୍ଛା ଶକ୍ତି ବଳରେ ପରିଶେଷରେ ହାର ମାନିଥିଲା ମାରାତ୍ମକ ରୋଗ କ୍ୟାନସର । ଫଳରେ ସୁସ୍ଥ ହୋଇ ଘରକୁ ଫେରିଥିଲେ କିରଣ ଖେର ।

ତାହିରା କଶ୍ୟପ
ଲେଖିକା, ନିର୍ଦ୍ଦେଶିକା ତଥା ବଲିଡଡ୍ ଅଭିନେତା ଆୟୁଷ୍ମାନ୍ ଖୁରାନାଙ୍କ ପତ୍ନୀ ତାହିରା କଶ୍ୟପ ୨୦୧୮ ମସିହାରେ ବ୍ରେଷ୍ଟ କ୍ୟାନସରର ଶିକାର ହୋଇଥିଲେ । ପରବର୍ତ୍ତୀ ମୁହୂର୍ତ୍ତରେ ସେ କ୍ୟାନସର ଭଳି ମାରାତ୍ମକ ରୋଗ ସହ ଲଢ଼ି ସୁସ୍ଥ ହୋଇ ଘରକୁ ଫେରିଥିଲେ । ପରେ ତାହିରା କ୍ୟାନସର ସହ ନିଜ ସଂଘର୍ଷର କାହାଣୀକୁ ନେଇ ନିଜ ସୋସିଆଲ ସାଇଟ୍ରେ ସେୟାର କରିଥିଲେ ।

ଲିଜା ରେ’
ଅଭିନେତ୍ରୀ ଲିଜା ରେ’ ମଧ୍ୟ କ୍ୟାନସରର ଶିକାର ହୋଇଥିଲେ । ସେ ମଲ୍ଟିପଲ ମାୟଲୋମା କ୍ୟାନସରର ଶିକାର ହୋଇଥିଲେ । ମଲ୍ଟିପଲ ମାୟଲୋମା ଏକ ପ୍ରକାର କ୍ୟାନସର, ଯାହା ପ୍ଲାଜମା ସେଲରେ ସୃଷ୍ଟି ହୋଇଥାଏ । ପ୍ଲାଜମା ସେଲ ଏକ ପ୍ରକାର ଶ୍ୱେତ ରକ୍ତ କଣିକା, ଯାହା ଆଣ୍ଟିବଡି ତିଆରି କରିଥାଏ । ଏହା ସଂକ୍ରମଣ ସହ ଲଢ଼ିବାରେ ସହାୟକ ହୋଇଥାଏ । ଏକ ବର୍ଷର ସଂଘର୍ଷ ପରେ ସେ ଏହି ଭୟାନକ ରୋଗରୁ ମୁକ୍ତ ହୋଇଥିବା ସମସ୍ତଙ୍କୁ ଜଣାଇଥିଲେ ।

ମନିଷା କୋଏରାଲା
ନଭେମ୍ବର ୨୦୧୨ରେ ଓଭେରିଅନ୍ କ୍ୟାନସରର ଶିକାର ହୋଇଥିବା ଜାଣିଥିଲେ ଅଭିନେତ୍ରୀ ମନିଷା କୋଏରାଲା । ଏହି ରୋଗରୁ ମୁକ୍ତି ପାଇବା ପାଇଁ ସେ ବହୁ ସ୍ଥାନରେ ଚିକିତ୍ସା ହୋଇଥିଲେ । ପରିଶେଷରେ ନିଜର ଦୃଢ଼ ଇଚ୍ଛା ଶକ୍ତି ବଳରେ ସେ ଏହି ରୋଗରୁ ମୁକ୍ତ ହୋଇଥିଲେ । ସେ କ୍ୟାନସରକୁ ନେଇ ସବୁବେଳେ ନିଜ ସୋସିଆଲ ହ୍ୟାଣ୍ଡେଲରେ କିଛି ନା କିଛି ପୋଷ୍ଟ କରିଥାନ୍ତି । ତାଙ୍କର ଏହି ପଜିଟିଭ୍ ମେସେଜ୍କୁ ନେଇ ବହୁ ଲୋକଙ୍କ ମଧ୍ୟରେ ପୁନର୍ବାର ଜୀବନ ଜିଇଁବାର ଆଶାର ଆଲୋକ ସୃଷ୍ଟି କରୁଛି ।

ମୁମତାଜ୍
୫୪ ବର୍ଷ ବୟସରେ ବଲିଉଡର ଜଣାଶୁଣା ଅଭିନେତ୍ରୀ ମୁମତାଜ୍ ବ୍ରେଷ୍ଟ କ୍ୟାନସର(ସ୍ତନ କର୍କଟ)ର ଶିକାର ହୋଇଥିବା ଜାଣିଥିଲେ । ବଂଚିବାର ଆଶା ନେଇ ସେ ଏହି ଲଢ଼େଇକୁ ଲଢ଼ିବା ପାଇଁ ମନ ସ୍ଥିର କରି କେମୋଥେରାପି ଏବଂ ରେଡିଏସନ୍ ଥେରାପି ଆରମ୍ଭ କରିଦେଇଥିଲେ । ପରିଶେଷରେ ସେ ଏହି ରୋଗରୁ ମୁକ୍ତି ପାଇଥିଲେ ।

ବାରବରା ମୋରୀ
କାଇଟ୍ସରେ ହ୍ରିତିକ୍ ରୋଶନ୍ଙ୍କ ସହ ଅଭିନୟ କରିଥିବା ମେକ୍ସିକାନ୍ ଅଭିନେତ୍ରୀ ବାରବରା ମୋରୀ
୨୯ ବର୍ଷ ବୟସରେ ବ୍ରେଷ୍ଟ କ୍ୟାନସର(ସ୍ତନ କର୍କଟ) ରୋଗର ଶିକାର ହୋଇଥିଲେ । ସେ ଲିସା ରେ’ ଭଳି କ୍ୟାନସରକୁ ଲଢ଼େଇ କରିଥିବା ଅଭିନେତ୍ରୀଙ୍କ ସହ “ୱାନ୍ ଏ ମିନିଟ୍” ନାମକ ଏକ ଡକ୍ୟୁମେଣ୍ଟାରୀରେ ମଧ୍ୟ କାମ କରିଛନ୍ତି ।

ସଞ୍ଜୟ ଦତ୍ତ
ବଲିଉଡର ସଞ୍ଜୁ ବାବା ଓରଫ୍ ସଞ୍ଜୟ ଦତ୍ତ ମଧ୍ୟ କ୍ୟାନସର ରୋଗରେ ଶିକାର ହୋଇଥିଲେ । ୨୦୨୦ ମସିହାରେ ସେ ଲଙ୍ଗସ୍ କ୍ୟାସନର ଷ୍ଟେଜ୍-୪ରେ ଥିବା ଜାଣିବାକୁ ପାଇଥିଲେ । ଦୀର୍ଘ ୨ ବର୍ଷର ଚିକିତ୍ସା ପରେ ସେ ଏହି ରୋଗରୁ ସୁସ୍ଥ ହୋଇ ଘରକୁ ଫେରିଥିଲେ ।

ରାକେଶ ରୋଶନ୍
ଫିଲ୍ମ ନିର୍ମାତା ତଥା ପୂର୍ବ ବଲିଉଡ ଅଭିନେତା ରାକେଶ ରୋଶନ ୨୦୧୮ ମସିହାରେ ଥ୍ରୋଟ୍ କ୍ୟାନସର(ଗଳା କର୍କଟ) ରୋଗର ଶିକାର ହୋଇଥିଲେ । ସେ ମଧ୍ୟ ନିଜର ଇଚ୍ଛା ଶକ୍ତି ବଳରେ ଏହି ମାରାତ୍ମକ ରୋଗରୁ ସୁସ୍ଥ ହୋଇ ଘରକୁ ଫେରିଥିଲେ । ଏହାକୁ ନେଇ ଦୀର୍ଘ ୨ ବର୍ଷ ପରେ ସେ ଏକ ଇଣ୍ଟଭ୍ୟୁରେ କହିଥିଲେ ଯେ, ମୁଁ ୨୦୧୮ରେ କ୍ୟାନସର ରୋଗର ଶିକାର ହୋଇଥିଲି । ଏବେ ମୁଁ ସଂପୂର୍ଣ୍ଣ ସୁସ୍ଥ ଅଛି । ପୂର୍ବଭଳି ନିଜ ଜୀବନ ଖୁସିରେ କାଟୁଛି ।

ମହେଶ ମାଞ୍ଜେରକର
ବଲିଉଡର ଫିଲ୍ମ ନିର୍ମାତା ତଥା ଅଭିନେତା ମହେଶ ମାଞ୍ଜେରକର ୟୁରିନାରୀ ବ୍ଲାଡର କ୍ୟାନସରର ଶିକାର ହୋଇଥିଲେ । ଏ ନେଇ ସେ ସ୍ପଷ୍ଟୀକରଣ ମଧ୍ୟ କରିଥିଲେ । ଏଥିପାଇଁ ତାଙ୍କୁ ସର୍ଜରୀ କରିବାକୁ ପଡିଥିଲା । ଯାହାପରେ ସେ ସୁସ୍ଥ ହୋଇଥିଲେ ।

ଅନୁରାଗ ବସୁ:
ବଲିଉଡର ଫିଲ୍ମ ନିର୍ମାତା ଅନୁରାଗ ବସୁ ମଧ୍ୟ କ୍ୟାନସରର ଶିକାର ହୋଇଥିଲେ । ଏହାକୁ ନେଇ ସେ ଏକ ଇଣ୍ଟଭ୍ୟୁରେ କହିଥିଲେ ଯେ, ୨୦୦୪ ମସିହାରେ ମୁଁ ବ୍ଲଡ କ୍ୟାନସରର ଶିକାର ହୋଇଥିଲି । ଯେତେବେଳେ ଏହି ଖବର ମୁଁ ଜାଣିବାକୁ ପାଇଲି, ସେତେବେଳେ ମୁଁ କେବଳ ୨ ସପ୍ତାହ ବଂଚିପାରିବି ବୋଲି ଜାଣିଥିଲି । ତେବେ ଏଥିରୁ ମୁକ୍ତି ପାଇବା ପାଇଁ ମୁଁ ଚିକିତ୍ସା ଆରମ୍ଭ କରିଦେଇଥିଲି । ଚିକିତ୍ସା ପାଇଁ ଟଙ୍କାର ଅଭାବ ଥିବାରୁ ପୁଣିଥରେ ଫିଲ୍ମ ନିର୍ମାତା ଦୁନିଆକୁ ଫେରିଥିଲି ।

Get real time updates directly on you device, subscribe now.