fbpx

ଏଫଆଇଆର ନା ସଫ୍ଟ ପର୍ଣ୍ଣ: ଘରୋଇ ହିଂସାକୁ ନେଇ ଏମିତି କହିଲେ ଆଲାହାବାଦ କୋର୍ଟ

ଆଲାହାବାଦ: ଘରୋଇ ହିଂସା ସହ ଜଡ଼ିତ ଏକ ମାମଲାର ଶୁଣାଣି କରି ଗୁରୁବାର ଆଲାହାବାଦ ହାଇକୋର୍ଟ କହିଛନ୍ତି ଯେ କୁଲିଂ ପିରିୟଡ ସମୟରେ କାହାକୁ ଆରେଷ୍ଟ କରିଯାଇପାରିବ ନାହିଁ । ଆଲାହାବାଦ ହାଇକୋର୍ଟର ବିଚାରପତି ରାହୁଲ ଚତୁର୍ବେଦୀ ଏଭଳି ନିଷ୍ପତ୍ତି ଶୁଣାଣିଛନ୍ତି ।

ଜଣେ ମହିଳା ତାଙ୍କ ଶ୍ୱଶୁର ଦିଅର ଏବଂ ସ୍ୱାମୀଙ୍କ ଠାରୁ ଶାରୀରିକ ଏବଂ ଯୌନ ନିର୍ଯ୍ୟାତନା ନେଇ ମାମଲା ରୁଜୁ କରିଥିଲେ, ଯାହାକୁ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ ଶ୍ୱଶୁର ଘର ଲୋକେ । ଆଉ ଏହାର ଶୁଣାଣି କରିଛନ୍ତି କୋର୍ଟ ।

କୁଲିଂ ପରିୟଡରେ ମାମଲାକୁ ତୁରନ୍ତ ପରିବାର କଲ୍ୟାଣ କମିଟିକୁ ହସ୍ତାନ୍ତର କରାଯାଏ, ଯାହାଦ୍ୱରା ମଧ୍ୟସ୍ଥି ସହାୟତାରେ ମାମଲାକୁ ସମାଧାନ କରାଯାଇପାରିବ ।

ରିପୋର୍ଟ ଅନୂଯାୟୀ, ଜଷ୍ଟିସ ଚତୁର୍ବେଦୀ ଏକ ପିଟିସନର ଶୁଣାଣି କରି ଏହା କହିଥିଲେ ପିଟିସନ ମହିଳାଙ୍କ ଶ୍ୱଶୁର ମୁକେଶ ବଂଶଲ ଏବଂ ଶାଶୁ ମଞ୍ଜୁ ବଂଶଲଙ୍କ ତରଫରୁ କରାଯାଇଥିଲା । ପିଟିସନରେ ସେମାନେ ନିମ୍ନ ଅଦାଲତରେ ସେମାନଙ୍କ ଡିସଚାର୍ଜ ଆପ୍ଲିକେସନକୁ ଖାରଜ କରିବାକୁ ନେଇ ଚାଲେଞ୍ଜ କରିଥିଲେ ।

ବଂଶଲଙ୍କ ପତ୍ନୀ ଶ୍ୱଶୁର, ଦିଅରଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ନେଇ ଅଭିଯୋଗ ଆଣିଛନ୍ତି ।  ଏହାକୁୁ ଚାଲେଞ୍ଜ କରି କୋର୍ଟରେ ଆବେଦନ କରିଥିଲେ ପରିବାର ଲୋକ ଯାହାକୁ କୋର୍ଟ ଅଗ୍ରାହ୍ୟ କରିଦେଇଥିଲେ । ଯାହାପରେ ମହିଳାଙ୍କ ଶ୍ୱଶୁର ଘର ପରିବାର ହାଇକୋର୍ଟ ଯାଇଥିଲେ ।

ଅଭିଯୋଗରେ ମହିଳା କହିଥିଲେ ଯେ ତାଙ୍କ ଶ୍ୱଶୁର ତାଙ୍କୁ ଯୌନ ସଂପର୍କ ରଖିବାକୁ ବାଧ୍ୟ କରୁଥିଲେ ଏମିତିକି ତାଙ୍କ ଦିଅର ମଧ୍ୟ ତାଙ୍କ ସହ ଯୌନ ସଂପର୍କ ରଖିବାକୁ ଚେଷ୍ଟା କରୁଥିଲେ । ସେ ଆହୁରି ଅଭିଯୋଗ କରିଥିଲେ ଯେ ତାଙ୍କ ସ୍ୱାମୀ ତାଙ୍କ ସହ ଜୋରଜବରଦସ୍ତି ସେକ୍ସ କରିବା ପାଇଁ ବାଧ୍ୟ କରୁଥିଲେ ।

ଅଭିଯୋଗରେ ଆହୁରି କୁହାଯାଇଥିଲା ଯେ ତାଙ୍କୁ ଆବୋର୍ସନ ପାଇଁ ବାଧ୍ୟ କରାଯାଉଥିଲା । ଏଥିପାଇଁ ତାଙ୍କ ଶାଶୁ ଏବଂ ତାଙ୍କ ନଣନ୍ଦ ବାଧ୍ୟ କରୁଥିଲେ । ସଂପୂର୍ଣ୍ଣ ପରିବାର ଲୋକ ତାଙ୍କୁ ଶାରୀରୀକ ନିର୍ଯ୍ୟାତନା ଦେଉଥିଲେ । ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଯୌତୁକ ପାଇଁ ମଧ୍ୟ ନିର୍ଯ୍ୟାତନା ଦିଆଯାଉଥିଲା ।

ରିପୋର୍ଟ ଅନୁଯାୟୀ, ଏହା ଉପରେ ଶୁଣାଣି କରି ହାଇକୋର୍ଟ କହିଥିଲେ ଯେ ଆମର ପାରମ୍ପାରିକ ଭାରତୀୟ ପରିବାରରେ, ଯେଉଁ ପରିବାରରେ ମିଳିତ  ଭାବେ ରହୁଥିବେ ସେଭଳି ପରିବାରରେ ବୋହୂଙ୍କଠାରୁ ଶ୍ୱଶୁର ଏବଂ ଦିଅର ଯୌନ ଅନୁଗ୍ରହ ଦାବି କରିବା ଏହା ଅତ୍ୟନ୍ତ ଅସମ୍ଭବ  ।

ଅଦାଲତ ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ ଏଭଳି ମାମଲରେ ଏଫଆଇଆରରେ ବ୍ୟବହୃତ ଭାଷା ଭଲ ହେବା ଉଚିତ ଏବଂ ସୂଚନାଦାତା ସମ୍ମୁଖୀନ ହେଉଥିବା କୌଣସି ଅତ୍ୟାଚାର ଏପରି ଭାଷାକୁ ଯଥାର୍ଥ କରିବ ନାହିଁ। କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ସଫ୍ଟ ପର୍ଣ୍ଣ ସାହିତ୍ୟ ନୁହେଁ ଯେଉଁଠାରେ ଗ୍ରାଫିକ୍ ବର୍ଣ୍ଣନା କରାଯିବା ଉଚିତ ।

ଅଦାଲତର ମନ୍ତବ୍ୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି ଏବଂ ସୋସିଆଲ ମିଡିଆରେ ଅବାଞ୍ଛିତ ବ୍ୟକ୍ତିଗତ ମତ ପ୍ରକାଶ କରି ନ୍ୟାୟିକ ସଂସ୍ଥାକୁ ଅନେକ ନିନ୍ଦା କରିଛନ୍ତି।

Get real time updates directly on you device, subscribe now.