fbpx

ଦିନିକିଆ କ୍ରିକେଟରେ ଇତିହାସ ରଚିଲା ଇଂଲଣ୍ଡ: ଭାଙ୍ଗିଦେଲା ନିଜର ଏହି ରେକର୍ଡ

ନୂଆଦିଲ୍ଲୀ: ଦିନିକିଆ କ୍ରିକେଟ ଇତିହାସରେ ଇଂଲଣ୍ଡ ଏକ ବିରାଟ ବଡ ମାଇଲଷ୍ଟୋନ ଅତିକ୍ରମ କରିଛି । ଆନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ଦମଦାର ବ୍ୟାଟିଂ ପ୍ରଦର୍ଶନ କରି ଏକ ଇତିହାସ ରଚିଛି ଇଂଲଣ୍ଡ ଟିମ । ଗୋଟିଏ ଦିନିକିଆ ମ୍ୟାଚରେ ସର୍ବାଧିକ ରନ ବନେଇବାର ବିଶ୍ୱ ରେକର୍ଡ ଦଳ ଏବେ ନିଜ ନାମରେ କରିଛି । ନେଦରଲାଣ୍ଡ ବିପକ୍ଷରେ ଚାଲିଥିବା ପ୍ରଥମ ଦିନିକିଆ ମ୍ୟାଚରେ ୪୯୯୮ ରନ କରି ଇତିହାସ ପୃଷ୍ଠାରେ ନିଜ ନାଁକୁ ଲିପିବଦ୍ଧ କରିଛି ଇଂଲଣ୍ଡ ।

ନେଦରଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ ଇଂଲଣ୍ଡ ରଚିଛି ଇତିହାସ । ପ୍ରଥମେ ବ୍ୟାଟିଂ କରି ନେଦରଲାଣ୍ଡକୁ ଦେଇଛି ଏକ ବିଶାଳକାୟ ଲକ୍ଷ୍ୟ । ପ୍ରଥମ ଇନିଂସରେ ୪୯୮ ରନ କରି ଇତିହାସ ଲେଖିଛି ଇଂଲଣ୍ଡ କ୍ରିକେଟ ଟିମ । ଦଳର ୩ ଜଣ ଷ୍ଟାର ବ୍ୟାଟ୍ସମ୍ୟାନ ଏହି ମ୍ୟାଚରେ ଦମଦାର ଶତକ ହାସଲ କରିଛନ୍ତି । ଏମାନଙ୍କ ଜବରଦସ୍ତ ପାଳିର ସହାୟତାରେ ଦଳ ୪୯୮ ରନର ଏକ ବିଶାଳକାୟ ସ୍କୋର ଠିଆ କରିବାରେ ସଫଳ ହୋଇଛି । ଦଳ ତରଫରୁ ଫିଲିପ ସଲ୍ଟ, ଡାଭିଡ ମଲାନ ଏବଂ ଜୋସ ବଟଲର ସମସ୍ତେ ଶତକୀୟ ପାଳି ଖେଳିଛନ୍ତି । ତେବେ ବଟବଲର ସର୍ବାଧିକ ୧୬୨ ରନର ପାଳି ଖେଳିଛନ୍ତି । ସେହିପରି ମଲାନ ୧୨୫ ଏବଂ ସଲ୍ଟ ୧୨୨ ରନ କରି ଦଳକୁ ୪୯୮ ରନରେ ପହଞ୍ଚାଇଛନ୍ତି । ଏହାବ୍ୟତୀତ ଲିଆମ ଲିଭିଙ୍ଗଷ୍ଟୋନ ଶେଷ ସମୟରେ ଆସି ୨୨ ବଲରୁ ୬୬ ରନର ଏକ ବିସ୍ପୋରକ ପାଳି ଖେଳିଛନ୍ତି । ଏହି ମ୍ୟାଚରେ ମୋଟ ୨୬ଟି ଛକା ଏବଂ ୩୬ଟି ଚୌକା ଦେଖିବାକୁ ମିଳିଛି ।

Netherlands v England LIVE: First ODI, VRA Cricket Ground, Amstelveen - score & updates - Live - BBC Sport

ତେବେ ୪୯୮ ରନ କରିଥିଲେ ବି ୪ଟି ୱିକେଟ ନେଇ ସଫଳତା ପାଇଛନ୍ତି ନେଦରଲାଣ୍ଡର ବୋଲର । ଦଳ ତରଫରୁ ଅଧିନାୟକ ସିଲାର ୨ଟି ସଫଳତା ଅର୍ଜନ କରିଥିବା ବେଳେ ଭାନ ବିକ ଏବଂ ସ୍ନାଟର ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି । ତେବେ ଇଂଲଣ୍ଡର ଏହି ବିଶାଳକାୟ ଦଳଗତ ରନ ପାଇଁ ଏହି ମ୍ୟାଚକୁ ଐତିହାସିକ ଭାବେ ମନେ ରକିବ ବିଶ୍ୱ କ୍ରିକେଟ ଇତିହାସ । ଏହା ସହିତ ୪୮୧ ରନର ରେକର୍ଡକୁ ଭାଙ୍ଗିଛି ଇଂଲଣ୍ଡ ।

Get real time updates directly on you device, subscribe now.