fbpx

ଅଲିମ୍ପିକ ମେଡାଲିଷ୍ଟ ଆର୍ଜେଣ୍ଟିନାକୁ ମାତ ଦେଲା ଭାରତୀୟ ମହିଳା ଦଳ

ନୂଆଦିଲ୍ଲୀ: ଏଫଆଇଏଚ ପ୍ରୋ ଲିଗରେ ଅଲିମ୍ପିକ ମେଡାଲ ବିଜେତା ଆର୍ଜେଣ୍ଟିନାକୁ ମାତ ଦେଇଛି ଭାରତୀୟ ମହିଳା ହକି ଟିମ । ଡବଲ ଲିଗ ମୁକାବିଲାର ପ୍ରଥମ ମ୍ୟାଚରେ ନିର୍ଦ୍ଧାରି ସମୟରେ ୩-୩ ସ୍କୋର ପରେ ଶୁଟଆଉଟରେ ଏହି ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଗୁରଜୀତ କୌରଙ୍କ ୨ଟି ଜବରଦସ୍ତ ଗୋଲ ସହିତ ୨-୧ରେ ଏହି ମ୍ୟାଚକୁ ନିଜ ନାମରେ କରିଛି ଭାରତ ।

ମ୍ୟାଚର ୩୭ ଏବଂ ୫୧ ମିନିଟରେ ପେନାଲ୍ଟି କର୍ଣ୍ଣରରେ ୨ଟି ଗୋଲ ହାସଲ କରିଥିଲେ ଗୁରଜୀତ । ଏହାବ୍ୟତୀତ ଲାଲରେମସିୟାମୀ ମଧ୍ୟ ମ୍ୟାଚର ଚତୁର୍ଥ ମିନିଟରେ ଦଳକୁ ଏକ ଗୋଲ ଦେଇଥିଲେ । ସେପଟେ ଆର୍ଜେଣ୍ଟିନା ତରଫରୁ ଅଗଷ୍ଟିନା ଗୋର୍ଜେଲାନୀ ଏକମାତ୍ର ଖେଳାଳି ଭାବେ ହ୍ୟାଟ୍ରିକ ଗୋଲ କରିବା ସହିତ ମ୍ୟାଚକୁ ଶୁଟଆଉଟ ପର୍ଯ୍ୟନ୍ତ ପହଞ୍ଚାଇଥିଲେ । ଶୁଟଆଉଟରେ ନେହା ଗୋୟଲ ଏବଂ ସୋନିକା ଭାରତ ପାଇଁ ଗୋଲ ହାସଲ କରିଥିବା ବେଳେ ଆର୍ଜେଣ୍ଟିନା ପାଇଁ ଏକମାତ୍ର ସ୍କୋରର ଥିଲେ ଭିକ୍ଟୋରିଆ ଗ୍ରାନାଟୋ ।

ଶେଷରେ ଏହି ଐତିହାସିକ ମ୍ୟାଚକୁ ଭାରତ ନିଜ ମୁଠାରେ କରି ଟେକିଓ ଅଲିମ୍ପିକ ସେମିଫାଇନାଲ ମ୍ୟାଚର ମଧୁର ପ୍ରତିଶୋଧ ନେଇଛି ଭାରତ । ମ୍ୟାଚ ଆରମ୍ଭରୁ ଟିମ ଇଣ୍ଡିଆ ଆର୍ଜେଣ୍ଟିନା ଉପରେ ଚାପ ପକାଇ ରଖିଥିଲା । ଏହାପରେ ଗୁରଜୀତ ଏବଂ ଅନ୍ୟ ଖେଳାଳି ଏହି ପରସ୍ଥସ୍ତିତିର ଫାଇଦା ଉଠାଇ ଗୋଲ ହାସଲ କରିଥିଲେ । ଫଳରେ ଏକ ବଡ ପ୍ରତିଶୋଧ ପୂରଣ କରିଛି ଭାରତୀୟ ମହିଳା ହକି ଦଳ ।

Get real time updates directly on you device, subscribe now.