fbpx

ଆରମ୍ଭ କରନ୍ତୁ ପରିବା ଜୁସ ପିଇବାର ଅଭ୍ୟାସ: ରହିଛି ଏହି ପ୍ରକାର ଉପକାରିତା

ଭୁବନେଶ୍ୱର: ଜୁସ ପିଇବା ଅନେକ ଲୋକଙ୍କର ପସନ୍ଦ । ବିଭିନ୍ନ ପ୍ରକାର ଜୁସ ପିଇବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । ଶରୀର ସୁସ୍ଥ ରଖିବା, ତ୍ୱଚାର ସୁନ୍ଦରତା ବନେଇ ରଖିବା କିମ୍ବା ସ୍ଲିମ ରହିବା ପାଇଁ ଜୁସ ପିଇବା ଏକ ଭଲ ଉପାୟ । ଏଥିପାଇଁ ବିଭିନ୍ନ ପ୍ରକାର ଫଳ ଜୁସକୁ ଅନେକ ଲୋକ ନିଜ ଡାଏଟରେ ସାମିଲ କରିଥାନ୍ତି ।

ତେବେ କେବଳ ଫଳ ଜୁସ ନୁହେଁ, ପରିବା ଜୁସ ମଧ୍ୟ ସ୍ୱାସ୍ଥ୍ୟକୁ ସୁନ୍ଦର ଏବଂ ସୁସ୍ଥ ରଖିବାରେ ଖୁବ ସହାୟକ ହୋଇଥାଏ । କିନ୍ତୁ ମାର୍କେଟରେ ବିକ୍ରି ହେଉଖିବା ଜୁସ ଅପେକ୍ଷା ଘରେ ଏହାକୁ ପ୍ରସ୍ତୁତ କରି ପିଇବା ବେଶୀ ଲାଭଦାୟକ ହୋଇଥାଏ । ବଜାରରେ ଉପଲବ୍ଧ ଜୁସରେ କୃତ୍ରିମ ସ୍ୱାଦ ଏବଂ ପ୍ରିଜରଭେଟିଭ ଭର୍ତ୍ତି ହୋଇ ରହିଥାଏ । ଯାହା ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । କିନ୍ତୁ ଆପଣ ଯଦି ଡାଏଟରେ ଯଦି ଠିକଭାବେ ଏବଂ ଉପଯୁକ୍ତ ପରିମାଣର ଜୁସ ସାମିଲ କରାଯାଏ, ତେବେ ଆପଣ ସୁସ୍ଥ, ସୁନ୍ଦର ଏବଂ ସ୍ଲିମ ରହିବେ ।

ଏହି ଜୁସ ମଣିଷ ଶରୀରରେ ଇମ୍ୟୁନିଟି ବଢାଏ, ଜଳାଭାବ ସମସ୍ୟା ରୋକିଥାଏ, ଶରୀରରେ ଥିବା ବିଷାକ୍ତ ପଦାର୍ଥ ବାହାର କରେ, ପୁରୁଣା ରୋଗକୁ ଦୂର କରିବା ସହିତ ତ୍ୱଚା ସୁସ୍ଥ ରଖେ ଗ୍ୟାସ ସମସ୍ୟା ଦୂର କରେ ।

ଧନିଆ ଓ ପୁଦିନା ଜୁସ ଆପଣଙ୍କ ଏସିଡିଟି ଦୂର କରିବା ସହିତ ପେଟ ଥଣ୍ଡା କରାଏ ।

ସେହିପରି ଶୀତଦିନ ପାଇଁ ସବୁଠୁ ଭଲ ଜୁସ ହୋଇଥାଏ ଟମାଟୋ, ଗାଜର ଏବଂ ବିଟ ଜୁସ । ଏହାବ୍ୟତୀତ ବିଭିନ୍ନ ସମସ୍ୟା ଦୂର କରିଥାଏ ଏହି ଜୁସ । ବିଶେଷ କରି ତ୍ୱଚାଜନିତ ସମସ୍ୟାକୁ ସମାଧାନ କରିଥାଏ ।

ହଳଦୀ ଜୁସ ମଧ୍ୟ ଦେହ ପାଇଁ ଖୁବ ଉପଯୋଗୀ । ଏହା ଇମ୍ୟୁନିଟି ବଢାଇଥାଏ । ତେବେ ଏହି ଜୁସ ପିଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ।

ଅଁଳା ଜୁସ ମଧ୍ୟ ଶରୀରର ଅନେକ ସମସ୍ୟା ଦୂର କରିଥାଏ । ଭିଯାମିନ ସି’ର ପ୍ରମୁଖ ସ୍ରୋତ ହେଉଛି ଅଁଳା । ତେବେ ନିୟମିତ ଔଷଧ ଖାଉଥିଲେ ଏସବିୁ ଜୁସ ଡାଏଟରେ ସାମିଲ କରିବା ପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ କରି ଅନ୍ତୁ ।

Get real time updates directly on you device, subscribe now.