fbpx

ଶେଷ ହେଲା ପ୍ରଥମ ନାଜାଲ ଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ: ଖୁବଶୀଘ୍ର ଲଞ୍ଚ କରିପାରେ ଭାରତ ବାୟୋଟେକ୍

ନୂଆଦିଲ୍ଲୀ: ଗୋଟିଏ ପଟେ ଦେଶରେ ପୁଣି ଥରେ କରୋନା ସଂକ୍ରମଣରେ ବୃଦ୍ଧି ଦେଖାଯାଉଥିବାବେଳେ । ଏହାରି ମଧ୍ୟରେ ଆସିଛି ଏକ ଖୁସି ଖବର । କରୋନା ଭାଇରସ ଲଢ଼େଇରେ ଖୁବଶୀଘ୍ର ମିଳିପାର ଏକ ନୂଆ ହତିଆର । କାରଣ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ନାଜାଲ ଭାକ୍ସିନର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଶେଷ ହୋଇଛି ।

ଏନେଇ ସୂଚନା ଦେବା ସହ ଭାରତ ବାୟୋଟେକର ଅଧ୍ୟକ୍ଷ ଏବଂ ପ୍ରବନ୍ଧ ନିର୍ଦ୍ଦେଶକ ଡା.କୃଷ୍ଣା ଏଲା କହିଛନ୍ତି ଯେ କୋଭିଡ-୧୯ ର ନାଜାଲ ଭାକ୍ି୍ସନର ତୃତୀୟ ପରୀକ୍ଷଣ ଶେଷ ହୋଇଛି ଏବଂ କମ୍ପାନୀ ଆସନ୍ତା ମାସରେ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ(ଡିସିଜିଆଇ) ପାଖରେ ଏହାର ତଥ୍ୟ ଉପସ୍ଥାପନ କରିବେ । ଯଦି ସବୁକିଛି ଠିକ୍ ରୁହେ ତେବେ ଆମକୁ ଅନୁମତି ମିଳିଯିବ ଏବଂ ଆମେ ଏହାକୁ ଲଞ୍ଚ କରିବୁ ।

ସୂଚନାଯୋଗ୍ୟ, ଏହା ଦୁନିଆର ପ୍ରଥମ କୋଭିଡ୍-୧୯ ନାଜାଲ ଭାକ୍ସିନ ଯାହା ନାକରେ ନାକରେ ଦିଆଯିବ ।

ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଜାନୁଆରୀରେ ଭାରତ ବାୟୋଟେକକୁ ନିଜର କୋଭିଡ-୧୯ ନାଜାଲ ଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଅନୁମତି ଦେଇଥିଲା ।

Get real time updates directly on you device, subscribe now.