fbpx

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ପିକଅପ୍ ଧକ୍କାରେ ଚାଲିଗଲା ଦୁଇ ବାଇକ୍ ଆରୋହୀଙ୍କ ପ୍ରାଣ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ଦୁଇ ଜଣଙ୍କ ପ୍ରାଣ । ବଲାଙ୍ଗିର ଟିଟିଲାଗଡ ରାଜରାସ୍ତା ବହଲି ଛକ ଠାରେ ଘଟିଛି ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।

ସୂଚନା ଅନୂଯାୟୀ, ବଲାଙ୍ଗିର ପଟୁ ଦ୍ରୁତ ଗତିରେ ଯାଉଥିବା ଏକ ପିକଅପ୍ ଭ୍ୟାନ୍, ସଇଁନ୍ତଳା ପଟରୁ ଆସୁଥିବା ଏକ ବାଇକକୁ ସାମ୍ନା ପଟରୁ ଧକ୍କା ଦେଇଥିଲା । ପିକଅପ୍ ଭ୍ୟାନଟି ବାଇକକୁ ଏତେ ଜୋରରେ ଧକ୍କା ହୋଇଥିଲା ଯେ ଜଣେ ବାଇକ୍ ଆରୋହୀ ପିକଅପ୍ ଭ୍ୟାନର କ୍ୟାବିନ ଉପରେ ପଡିଥିଲେ ଏବଂ ଅନ୍ୟ ଜଣେ ପିକଅପ୍ ଚକା ତଳେ ଚାପି ହୋଇଯାଇଥିଲା ।

ତେବେ ଘଟଣା ସ୍ଥଳରେ ଦୁଇଜଣ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଥିଲା । ତେବେ ଘଟଣା ସମ୍ପର୍କରେ ଦେଓଗାଁ ପୋଲିସ ଖବର ପାଇଁ ଘଟଣାସ୍ଥଳରେ ପହଚିଂ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ପଠାଇ ଦେଇଛି ।

ଦୁର୍ଘଟଣା ଘଟାଇଥିବା ପିକଅପ ଭ୍ୟାନର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ମାରିଛି । ମୃତକଙ୍କ ଭିତରୁ ଜଣେ ସଇନ୍ତଳା ନିକଟସ୍ଥ ରେଙ୍ଗାଲି ଗାଁର ଟୁନୁ ମଲ୍ଲିକ ଏବଂ ଅନ୍ୟ ଜଣେ ବଲାଙ୍ଗିର ସହରର ମନୋଜ ଭୋଇ ବୋଲି ଜଣାପଡିଛି । ଦେଓଗାଁ ପୋଲିସ ଘଟଣାର ଅଧିକ ଛାନଭିନ ଜାରି ରଖିଛି  ।

Get real time updates directly on you device, subscribe now.