fbpx

ରାଷ୍ଟ୍ରପତି ପ୍ରାର୍ଥୀ ହେଲେ ଓଡ଼ିଶାର ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁ, ଜାଣନ୍ତୁ କ’ଣ ରହିଛି ତାଙ୍କ ରାଜନୈତିକ କ୍ୟାରିୟର

ଭୁବେନଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ରାଷ୍ଟ୍ରପତି ନିର୍ବାଚନ ପାଇଁ ରାଷ୍ଟ୍ରପତି ଓଡ଼ିଶାର ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ନାମକୁ ମୋହର ମାରିଛି ଏନଡିଏ । ମଙ୍ଗଳବାର ରାଷ୍ଟ୍ରପତି ପ୍ରାର୍ଥୀ ଚୟନ ପାଇଁ ବିଜେପିର ସଂସଦୀୟ ବୋର୍ଡ ବୈଠକ ବସିଥିଲା । ଯେଉଁଥିରେ ଦୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିବା ପାଇଁ ସ୍ଥିର କରାଯାଇଥିଲା ।

ତେବେ ଦୌପଦୀ ମୁର୍ମୁଙ୍କ ନାମକୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିବା ଓଡ଼ିଶା ପାଇଁ ଗର୍ବର ବିଷୟ । କାରଣ ପ୍ରଥମ ଥର ପାଇଁ ଓଡ଼ିଶାରୁ କେହି ମହିଳା ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହୋଇଛନ୍ତି । ତେବେ ଆସନ୍ତୁ ଜାଣିବା ଦୌପଦୀ ମୁର୍ମୁଙ୍କ ବିଷୟରେ ଏବଂ କିପରି ଥିଲା ତାଙ୍କର ରାଜନୈତିକ କ୍ୟାରିୟର ।

୧୯୫୮ ମସିହା ଜୁନ୍ ୨୦ ତାରିଖରେ ଦୌପଦୀ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ବୈଦାପୋସି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ବିରଞ୍ଚି ନାରାୟଣ । ତାଙ୍କର ସ୍ୱାମୀ ଏବଂ ଦୁଇ ପୁତ୍ରଙ୍କର ମୃତ୍ୟୁ ହୋଇସାରିଛି ।

୨୦୦୦ ମସିହାରେ ରାଇରଙ୍ଗପୁରରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ସେତେବେଳେ ଭାରତୀୟ ଜନତା ପାର୍ଟୀ ଏବଂ ବିଜୁ ଜନତା ଦଳର ମିଳିତ ସରକାର ସମୟରେ ୬ ମାର୍ଚ୍ଚ ୨୦୦୦ ରୁ ଅଗଷ୍ଟ ୨୦୦୨ ପର୍ଯ୍ୟନ୍ତ ଦ୍ରୌପଦୀ ମୁର୍ମୁ ବାଣିଜ୍ୟ ଏବଂ ପରିବହନ ବିଭାଗ ଏବଂ ୬ ଅଗଷ୍ଟ ୨୦୦ରୁ ମେ ୧୬ ୨୦୦୪ ପର୍ଯ୍ୟନ୍ତ ମତ୍ସ୍ୟ ଏବଂ ପଶୁ ସମ୍ପଦ ବିଭାଗର ମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଥିଲେ । ଦ୍ରୌପଦୀ ମୁମୁଁ ଝାଡ଼ଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ଭାବରେ କାର୍ଯ୍ୟ କରିଛନ୍ତି । ସେ ଓଡ଼ିଶାର ପ୍ରଥମ ଆଦିବାସୀ ନେତ୍ରୀ ଯିଏକି କୌଣସି ଭାରତୀୟ ରାଜ୍ୟର ରାଜ୍ୟପାଳ ହୋଇଥିଲେ ।

ସୂଚନାଯୋଗ୍ୟ, ଆସନ୍ତା ମାସ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହୋଇ ୨୧ରେ ଫଳାଫଳ ଘୋଷଣା ହେବ । ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନର ଅନ୍ତିମ ତାରିଖ ହେଉଛି ଜୁନ୍ ୨୯ ।

Get real time updates directly on you device, subscribe now.