fbpx

ନୋଟ୍ ଛପାଇବା ପାଇଁ RBI କେତେ ଟଙ୍କା ଖର୍ଚ୍ଚ କରେ: ଜାଣନ୍ତୁ ୧୦ ଟଙ୍କିଆ ନୋଟ୍ ଠାରୁ ଆରମ୍ଭ କରି ୨୦୦ ଟଙ୍କିଆ ନୋଟର ଖର୍ଚ୍ଚ ମୂଲ୍ୟ

ନୂଆଦିଲ୍ଲୀ: ଆପଣମାନେ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ମୁଦ୍ରା ଛପାଇବା ପାଇଁ କେତେ ଅର୍ଥର ଆବଶ୍ୟକତା ପଡ଼େ ଆପଣମାନେ ଜାଣିଛନ୍ତି କି? ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ନୋଟ ମୁଦ୍ରଣ ଲିମିଟେଡ (ବିଆରବିଏନଏମଏଲ) ନାମକ ଏକ କମ୍ପାନୀ ନୋଟ ଛପାଇଥାଏ । ତେବେ ନୋଟ ଛପାଇବା ପାଇଁ କେତେ ଟଙ୍କା ଖର୍ଚ୍ଚ ହୁଏ, ତା’ର ଏକ ସୂଚନା ଅଧିକାର ଆଇନ (ଆରଟିଆଇ) ତଥ୍ୟ ସାମ୍ନାକୁ ଆସିଛି ।

ଜଣାପଡ଼ିଛି ଯେ, ଆର୍ଥିକ ବର୍ଷ ୨୦୨୧-୨୨ରେ ୧୦ ଟଙ୍କିଆ ଏକ ହଜାର ନୋଟ୍ ଛପାଇବା ପାଇଁ ଆରବିଆଇ ୯୬୦ ଟଙ୍କା ଦେଇଥିଲା । ୨୦ ଟଙ୍କିଆ ହଜାରେ ନୋଟ ପାଇଁ ୯୫୦ ଟଙ୍କା, ୫୦୦ ଟଙ୍କିଆ ହଜାରେ ନୋଟ୍ ପାଇଁ ୨୨୯୦ ଟଙ୍କା ଓ ୨୦୦ ଟଙ୍କିଆ ପାଇଁ ୨୩୭୦ ଟଙ୍କା ଖର୍ଚ୍ଚ ହୋଇଥିଲା ।

ସେହିପରି ୫୦ ଟଙ୍କିଆ ହଜାରେ ନୋଟ୍ ଛପାଇବା ପାଇଁ ଗତ ଆର୍ଥିକ ବର୍ଷରେ ୧୧୩୦ ଟଙ୍କା ଖର୍ଚ୍ଚ ହେଉଥିଲା । ସେହିପରି ୧୦୦ ଟଙ୍କିଆ ପାଇଁ ୧୭୭୦ ଟଙ୍କା ରହିଥିଲା । ତେବେ ୨୦ ଟଙ୍କିଆ ଠାରୁ ୧୦ ଟଙ୍କିଆ ଓ ୫୦୦ ଟଙ୍କିଆ ଠାରୁ ୨୦୦ ଟଙ୍କିଆ ନୋଟ ଛପାଇବା ମହଙ୍ଗା ହୋଇଥିଲା ।

୨୦୨୦-୨୧ରେ ୫୦ ଟଙ୍କିଆ ହଜାରେ ନୋଟ୍ ପାଇଁ ୯୨୦ ଟଙ୍କା ଖର୍ଚ୍ଚ ହୋଇଥିଲା । ଏକ ବର୍ଷ ମଧ୍ୟରେ ଏହା ୨୩ ପ୍ରତିଶତ ବଢ଼ି ୧୧୩୦ରେ ପହଞ୍ଚି ଯାଇଥିଲା । ସେହିପରି ୨୦ ଟଙ୍କିଆ ନୋଟ ଛପା ଖର୍ଚ୍ଚ ଏକ ବର୍ଷରେ ବର୍ଷରେ ୧ ପ୍ରତିଶତ ବଢ଼ିଥିଲା । ୫୦୦ ଟଙ୍କିଆ ଛପା ଖର୍ଚ୍ଚ ସ୍ଥିର ରହିଥିଲା ।

Get real time updates directly on you device, subscribe now.