fbpx

୧୯୮୩ ରେ ବିଶ୍ୱକପ୍ ଜିତି ଆଜିର ଦିନରେ ଭାରତ ରଚିଥିଲା ଇତିହାସ

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ୨୫ ଜୁନ୍ ୧୯୮୩ ଏକ ଏଭଳି ଦିନ ଯାହା ଭାରତୀୟ କ୍ରିକେଟ୍ ଇତିହାସରେ ସୁବର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇଛି। ଏହିଦିନରେ ଯାହା ପରେ ଭାରତୀୟ କ୍ରିକେଟ୍ ସମ୍ପୁର୍ଣ୍ଣ ଭାବରେ ବଦଳି ଯାଇଥିଲା। ଏବଂ ଭାରତରେ କ୍ରିକେଟ୍ ଏକ ଧର୍ମରେ ପରିବର୍ତ୍ତନ ହୋଇଯାଇଥିଲା। ଏହି ସମୟରେ ଯେତେବେଳେ ଭାରତୀୟ ଟିମ୍ ଇଂଲଣ୍ଡ ଗସ୍ତରେ ଯାଇଥିଲା କେହି ବିଶ୍ୱାସ କରି ନଥିଲେ ଯେ ଭାରତୀୟ ଟିମ୍ ପେରିବା ସମୟରେ ସାଥିରେ ବିଶ୍ୱକପ୍ ଧରି ଫେରିବ। ଭାରତୀୟ ଟିମ୍ ଏହି ଲୋସ୍କୋରିଂ ମୁକାବିଲାରେ କାରବୀୟାନ୍ ଟିମ୍‌କୁ ୩୪ ରନ୍‌ରେ ପରାସ୍ତ କରିଥିଲା। ଏଥି ସହିତ ଭାରତୀୟ ଟିମ୍ ଆଇସିସି ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଥର ପାଇଁ କୌଣସି ବଡ଼ ସଫଳତା ପାଇଥିଲା।

ଏହି ଟୁର୍ନାମେଣ୍ଟ ସମୟରେ ଭାରତୀୟ ଦଳ ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ କରିଥିଲେ। ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ, ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍ ଭଳି ଦଳକୁ ଗୋଟିଏ ପରେ ଗୋଟିଏ ମ୍ୟାଚ୍‌ରେ ପରାସ୍ତ କରି ଚାଲିଥିଲା। କୌତୁହଳର ବିଷୟ, ଡିଫେଣ୍ଡିଂ ଚାମ୍ପିଅନ୍ ୱେଷ୍ଟଇଣ୍ଡିଜ୍କୁ ପରାସ୍ତ କରି ଭାରତୀୟ ଦଳ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଥିଲା। ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ମ୍ୟାଚରେ ଯଶପାଲ ଶର୍ମା ୮୯ ରନ୍ ସଂଗ୍ରହ କରିଥିଲେ ଏବଂ ଭାରତୀୟ ଦଳ ୨୬୨ ରନ୍ ସ୍କୋର କରିବାରେ ସଫଳ ହୋଇଥିଲେ। ସେତେବେଳେ ମ୍ୟାଚଗୁଡ଼ିକ ୬୦ ଓଭରର ଥିଲା । ଏହାର ଉତ୍ତରରେ ୱେଷ୍ଟଇଣ୍ଡିଜ୍ ଦଳ ମାତ୍ର ୨୨୮ ରନ୍ ସ୍କୋର କରିପାରିବ। ଚମତ୍କାର ବୋଲିଂ ବେଳେ ରବି ଶାସ୍ତ୍ରୀ ମାତ୍ର ୨୬ ରନ୍ ଦେଇ ୩ ୱିକେଟ୍ ନେଇଥିଲେ।

ଫାଇନାଲରେ ଭାରତୀୟ ଦଳ ମାତ୍ର ୧୮୩ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା। ୱେଷ୍ଟଇଣ୍ଡିଜ୍ ଦଳରେ ଗର୍ଡନ୍ ଗ୍ରୀନଜ୍, ଡେସମଣ୍ଡ୍ ହେନ୍ସ, ଭିଭିଆନ୍ ରିଚାର୍ଡସ୍, କ୍ଲିଭ୍ ଓଲିଡ୍ ଏବଂ ଲୌରୀ ଗୋମସ୍ ଭଳି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ଥିଲେ। ଦୁଇଟି ୱିକେଟ୍ ହରାଇବା କାରିବିଆନ୍ ଦଳ ଏକ ସମୟରେ ୫୭ ରନ୍ କରିଥିଲା ଏବଂ ରିଚାର୍ଡସ୍ ୨୭ ବଲରେ ୩୩ ରନ୍‌ରେ ଖେଳୁଥିଲେ। ସେତେବେଳେ ଲାଗୁଥିଲା ଯେ ଭାରତ ଫାଇନାଲ ମୁକାବିଲା ହାରିବାକୁ ଯାଉଛି। କିନ୍ତୁ କପିଲଙ୍କ ଏକ କ୍ୟାଚ୍ ମ୍ୟାଚର ମୋଡ ବୁଲାଇଲା। ରିଚାର୍ଡସ ମଦନଲାଲଙ୍କ ବଲରୁ ଛକା ମାରିବାକୁ ଚେଷ୍ଟା କରିଥିଲେ, କିନ୍ତୁ କପିଲ ଦେବ ଏକ ଐତିହାସିକ କ୍ୟାଚ୍ ନେଇଥିଲେ। ଏହି କ୍ୟାଚ୍ ଧରି ସେ ଭାରତୀୟ ଟିମ୍‌କୁ ବିଶ୍ୱକପ୍ ଆଣି ଦେଇଥିଲେ । ୱେଷ୍ଟଇଣ୍ଡିଜ୍ ଇନିଂସ୍‌ର ପତନ ଏଠାରୁ ଆରମ୍ଭ ହୋଇଥିଲା ଏବଂ ସମଗ୍ର ଦଳ ୧୪୦ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା ।

Get real time updates directly on you device, subscribe now.