fbpx

ମୋତେ କ’ଣ ଭାବିଛ କି, ମୁଁ ଜଣେ ଅଟୋବାଲା: ନା…ନା…ନା… ମୁଁ ଟୁଙ୍ଗୁରୁ ଭୋଳ କରିବି ଖେଳ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାମାନ୍ୟ ଅଟୋ ଡ୍ରାଇଭରକୁ ରାତାରାତି ହିରୋ ପାଲଟି ଯାଇଥିବା ଟୁଙ୍ଗୁରୁ ଭୋଳ ବିଷୟରେ ଆଜି କିଏ ବା ନ ଜାଣେ । ଏମ୍ସ ମେଡିକାଲକୁ ଅଟୋ ନେଇ ଯାଉଥିବା ସମୟରେ ଟୁଙ୍ଗୁରୁଙ୍କର ଦେଖା ହୁଏ ବର୍ଷା ନାମକ ଜଣେ ବିବାହିତ ମହିଳାଙ୍କ ସହିତ । ବାସ୍, ତାପରେ ଆରମ୍ଭ ହୋଇଯାଇଥିଲା ଦୁହିଙ୍କ ମଧ୍ୟରେ କଥାବର୍ତ୍ତା ଆଉ ପ୍ରେମ ସମ୍ପର୍କ । ତେବେ ବର୍ଷା ଭଡ଼ା ବାବଦରେ ୩୦୦ ଟଙ୍କା ଦେଇ ମାର୍କେଟ ବୁଲାଇବାକୁ କହୁଥିଲେ ବୋଲି କହିଛନ୍ତି ଟୁଙ୍ଗୁରୁ । ସେହିପରି ପ୍ରତ୍ୟେକ ଦିନ ଟୁଙ୍ଗୁରୁ ତାଙ୍କୁ ଗୋଲାପ ଫୁଲ ଦେଉଥିଲେ ବୋଲି କହିଛନ୍ତି ବର୍ଷା ।

ଅନ୍ୟପକ୍ଷରେ ଟୁଙ୍ଗୁରୁ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ଅଭିଯୋଗ ଆଣିଥିଲେ ବର୍ଷା । ଏପରିକି ସ୍ୱାମୀ ଓ ୨ ସନ୍ତାନଙ୍କୁ ଛାଡ଼ି ଟୁଙ୍ଗୁରୁଙ୍କୁ ବାହାହେବା ପାଇଁ ଭରତପୁର ଥାନାରେ ବସି ରହିଥିଲେ ଭାଉଜ ବର୍ଷା । ବର୍ଷା ଭାଉଜଙ୍କ ଘରେ କିଛିଦିନ ଧରି ରହିଥିଲେ ଟୁଙ୍ଗୁରୁ । ପରେ ପୋଲିସକୁ ମାମଲା ଯିବା ପରେ ଭାଉଜ-ଦିଅର ପରସ୍ପର ଉପରେ ଦୋଷାରୋପ ଆରମ୍ଭ କରିଦେଇଥିଲେ ।

ତେବେ ଏବେ ଟୁଙ୍ଗୁରୁଙ୍କୁ ନେଇ ଆସିଛି ଏକ ନୂଆ ଷ୍ଟୋରି । ଖୁବଶୀଘ୍ର ଟୁଙ୍ଗୁରୁ ଏକ ମ୍ୟୁଜିକ ଭିଡିଓରେ ହିରୋ ହେବାକୁ ଯାଉଛନ୍ତି । ଏହା ମଧ୍ୟରେ ଅନେକ ମ୍ୟୁଜିକ ଭିଡିଓରେ ଅଭିନୟ କରିବା ପାଇଁ ଟୁଙ୍ଗୁରୁଙ୍କୁ ଅଫର୍ ଆସିଲାଣି । ଟୁଙ୍ଗୁରୁ କହିଛନ୍ତି, ‘ମୁଁ ଏବେ ମାର୍କେଟକୁ ପୂରା ଘାଣ୍ଟିବି । ମୋର ନାଚ, ଗୀତ, ମ୍ୟୁଜିକ ବହୁତ ପସନ୍ଦ । ସବୁ ସାରମାନେ ମୋତେ ପସନ୍ଦ କରୁଛନ୍ତି, ଆସନ୍ତାକାଲି ଶୁଟିଂକୁ ଯିବି ବୋଲି ମୁଁ ବହୁତ ଖୁସି ଅଛି । କରିବି ଖେଳ, ମୁଁ ଟୁଙ୍ଗୁରୁ ଭୋଳ ।’

ସତରେ ଟୁଙ୍ଗୁରୁଙ୍କର କାହାଣୀ ଆଜି ସଭିଙ୍କ ମୁହଁରେ ଫୁଟି ଉଠୁଛି । କାଲି ଯିଏ ଥିଲା ଏକ ସାମାନ୍ୟ ଅଟୋବାଲା, ଆଜି ସିଏ ପାଲଟି ଯାଇଛି ୟୁଟ୍ୟୁବ ସେନସେସନ୍ । ଇତିମଧ୍ୟରେ ପପୁ ପମପମ, ପ୍ରଜ୍ଞାଙ୍କ ପରି କମେଡ଼ି ଷ୍ଟାରମାନେ ମଧ୍ୟ ଆଜି ଟୁଙ୍ଗୁରୁଙ୍କୁ ଆକ୍ଟିଂ କରିବାକୁ ଅଫର ଦେଉଛନ୍ତି । ଆଗକୁ ଟୁଙ୍ଗୁରୁ କ’ଣ କମାଲ୍ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.