fbpx

#instagramdown: Instagram ସର୍ଭର ଡାଉନ ହେବା ପରେ ଭାଇରାଲ ହେଲା ୟୁଜର୍ସଙ୍କ Funny Memes & Tweets

ନୂଆଦିଲ୍ଲୀ: ଆଜି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମର ସର୍ଭର ଡାଉନ ଦେଖିବାକୁ ମିଳିଥିଲା । ତେବେ ଏହାର ପ୍ରତିକ୍ରିୟା ୟୁଜର୍ସମାନେ ଦେଇଛନ୍ତି । ଏନେଇ ହ୍ୟାସଟ୍ୟାଗ ଇନଷ୍ଟାଗ୍ରାମଡାଉନ ୱିଟରରେ ଟ୍ରେଣ୍ଡିଂ କରିବାରେ ଲାଗିଛି । ଏହି ଅବସରରେ ଅନେକ ୟୁଜର୍ସ ଇନଷ୍ଟାଗ୍ରାମରେ ମଜାଳିଆ ଢଙ୍ଗରେ ଫନି ମିମ୍ସ ବନାଇବାର ସୁଯୋଗକୁ ହାତଛଡ଼ା କରିନାହାନ୍ତି ।

ଜଣେ ୟୁଜର ଇନଷ୍ଟାଗ୍ରାମ ‘ଏରର’ ଲେଖି ନିଜର ପ୍ରତିକ୍ରିୟା ଜାହିର କରିଛନ୍ତି । ଆଉ ଜଣେ ୟୁଜର ‘ୱି ଡୋଣ୍ଟ ଡୁ ଦାଟ ହିଅର’ ସହ ଫଟୋ ଛାଡ଼ିଛନ୍ତି । ଆଉ ଜଣେ ୟୁଜର ‘ଦ ମ୍ୟାନ ବିହାଇଣ୍ଡ ଇନଷ୍ଟାଗ୍ରାମଡାଉନ’ ଲେଖି ମାର୍କ ଜୁକରବର୍ଗଙ୍କ ଟୋପିପିନ୍ଧା ଫଟୋ ଶେୟାର କରିଛନ୍ତି ।

ଆଉ ଜଣେ ୟୁଜର ଫେସବୁକ, ଇନଷ୍ଟାଗ୍ରାମ, ମେସେଞ୍ଜର, ହ୍ୱାଟସଆପ ତଳକୁ ତଳ ଲେଖି ଏକ ଫଟୋ ଶେୟାର କରିଛନ୍ତି । ଆଉ ଜଣେ ୟୁଜର ‘ଅନ ଦି ବିଆଫ୍ ଅଫ୍ ଏଭ୍ରିୱାନ’ ଲେଖି ଫଟୋ ଶେୟାର କରିଛନ୍ତି । ତେବେ ପ୍ରତ୍ୟେକ ଫନି ମିମ୍ସର ମଜାଳିଆ କମେଣ୍ଟ ୟୁଜର୍ସ ଦେଇଛନ୍ତି । ଇନଷ୍ଟାଗ୍ରାମ ଚେକ୍ କରିବାକୁ ମୋର ସମୟ ନାହିଁ ତେଣୁ ଇନଷ୍ଟାଗ୍ରାମ ଡ୍ରାଉନ ହେଲା ବୋଲି କମେଣ୍ଟରେ ଜଣେ ୟୁଜର ଲେଖିଛନ୍ତି । ପ୍ରତ୍ୟେକ ମିମ୍ସରେ ଭିନ୍ନ ପ୍ରକାରର କମେଣ୍ଟ ଦେଖୁଥିବା ମିଳିଥିଲା ।

Get real time updates directly on you device, subscribe now.