fbpx

ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ୨୫ ଲକ୍ଷ ସହାୟତା ପ୍ରଦାନ କଲେ ଅମୀର ଖାନ୍, ଧନ୍ୟବାଦ ଦେଲେ ଅସମ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ବଲିଉଡ୍ ସୁପରଷ୍ଟାର ଅମିର ଖାନ୍ ନିକଟରେ ଅସମ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ୍ କୁ ସହାୟତା କରିଛନ୍ତି । ବର୍ତ୍ତମାନ ଅସମରେ ବର୍ଷର ସବୁଠୁ ବଡ଼ ବନ୍ୟାର ଶିକାର ହୋଇଛି । ବନ୍ୟାଯୋଗୁଁ ୨୧ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ।

ଏଭଳି ପରିସ୍ଥିତିରେ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଅନେକ ଭାରତୀୟ ସହାୟତାର ହାତବଢ଼ାଇଛନ୍ତି । ଏହି ବନ୍ୟା ଯୋଗୁଁ ଲୋକଙ୍କ ଘରେ ଏବଂ ଚାଷ ଜମି ପାଣିରେ ବୁଡ଼ିଯାଇଛି ଫଳରେ ଅସମର ଅନେକ ପରିବାର ନେଲ୍ଲେୀ ଏବଂ ଖୁଲହଟ ଜଙ୍ଗଲରେ ଆଶ୍ରୟ ନେଇଛନ୍ତି । ବନ୍ୟାଯୋଗୁଁ ଲୋକମାନେ କେବଳ ନିରାଶ୍ରୟ ହୋଇନାହାଁନ୍ତି ବରଂ ଖାଦ୍ୟ ଏବଂ ପିଇବା ପାଣିର ଅଭାବରେ ପ୍ରଭାବିତ ହୋଇଛନ୍ତି । ବର୍ତ୍ତମାନ ସେଠାରେ ରହୁଥିବା ଲୋକମାନେ ଆର୍ଥିକ ସଙ୍କଟ ମଧ୍ୟ ଦେଖାଦେଲାଣି ।

ଆଉ ଏପରି ସ୍ଥିତିରେ ଅସମର ଲୋକଙ୍କୁ ସାହାଯ୍ୟ କରିବାକୁ ବଲିଉଡ ଅଭିନେତା ଆମୀର ଖାନ ଆଗକୁ ଆସିଛନ୍ତି । ଆମୀର ଖାନଙ୍କ ସାହାଯ୍ୟକୁ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଶର୍ମା ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଉଲ୍ଲେଖ କରିଛନ୍ତି । ଏହା ସହ ସେ ଅମୀର ଖାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Get real time updates directly on you device, subscribe now.