fbpx

ହତ୍ୟାକାରୀଙ୍କ ବର୍ବରତା, କହ୍ନେୟାଙ୍କ ଉପରେ ଧାରୁଆ ଅସ୍ତ୍ରରେ ୨୬ ଥର ପ୍ରହାର, ୧୩ ଜାଗା କାଟି ଦେଲେ

ନୂଆଦିଲ୍ଲୀ: ରାଜସ୍ଥାନର ଉଦୟପୁରରେ ନୂପୁର ଶର୍ମାଙ୍କ ସମର୍ଥନ କାରଣରୁ କହ୍ନେୟାଲାଲଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ସଂଖ୍ୟାଲଘୁ ସଂପ୍ରଦାୟର ଦୁଇ ଦୁର୍ବୃତ୍ତ। କହ୍ନେୟାଲାଲଙ୍କ ପୋଷ୍ଟମର୍ଟମ ଏମବି ହସ୍ପିଟାଲରେ କରାଯାଇଛି। ଏହା ପରେ ମୃତଦେହ ପରିଜନଙ୍କୁ ହସ୍ତାନ୍ତର କରାଯାଇଛି। ତେବେ ଶବବ୍ୟବଚ୍ଛେଦ ରିପୋର୍ଟରେ ହତ୍ୟାକାରୀଙ୍କ କ୍ରୁରତାର ଚିତ୍ର ସାମ୍ନାକୁ ଆସିଛି। ଏତେ ବିଭତ୍ସ ଭାବେ ସେମାନେ କହ୍ନେୟାଙ୍କ ହତ୍ୟା କରିଛନ୍ତି ଭାବିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ।

ଶବ ବ୍ୟବଚ୍ଛେଦର ରିପୋର୍ଟ ଅନୁଯାୟୀ, ହତ୍ୟାକାରୀ ଧାରୁଆ ଅସ୍ତ୍ରରେ କହ୍ନେୟାଙ୍କ ଉପରେ ୨୬ ଥର ପ୍ରହାର କରିଥିଲେ। ତାଙ୍କ ଶରୀରରେ ୧୩ଟି ଜାଗାରେ ଗଭୀର କ୍ଷତ ରହିଛି। ଏଥିରୁ ଅଧିକାଂଶ ପ୍ରହାର ବେକରେ କରାଯାଇଛି। ଶରୀରରୁ ମୁଣ୍ଡକୁ ଅଲଗା କରିବା ପାଇଁ ହତ୍ୟାକାରୀ ପୂରା ଚେଷ୍ଟା କରିଥିଲେ। ଏଥିରୁ ସ୍ପଷ୍ଟ ହୋଇଛି ଯେ, ହତ୍ୟାକାରୀ କେତେ ବିଭତ୍ସ ଭାବେ କହ୍ନେୟାଙ୍କ ହତ୍ୟା କରିଛନ୍ତି।

ମୃତକ କେହ୍ନୟାଲାଲଙ୍କ ଭଉଣୀ କାନ୍ଦି କାନ୍ଦି କହିଛନ୍ତି ଯେ, ଯେମିତି ମୋ ଭାଇକୁ କାଟିଛନ୍ତି, ହତ୍ୟାକାରୀଙ୍କୁ ମଧ୍ୟ ସେମିତି କଟାଯାଉ। ଜୀବନ ବଦଳରେ ଆମକୁ ଜୀବନ ଦରକାର ବୋଲି ପରିବାର ଲୋକେ କହିଛନ୍ତି। ଏମବି ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ପରେ କହ୍ନେୟାଲାଲଙ୍କ ମୃତଦେହ ପରିଜନଙ୍କୁ ହସ୍ତାନ୍ତର କରାଯାଇଛି। ଘର ସମେତ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯିବା ସହ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।

ସୂଚନାଯୋଗ୍ୟ, ଉଦୟପୁରର ଭୂତମହଲ ନିକଟରେ କହ୍ନେୟାଲାଲ ସୁପ୍ରିମ ଟେଲର୍ସ ନାମରେ ଦୋକାନ ଦେଇଥିଲେ। ଗତକାଲି ଦୁଇ ଅଭିଯୁକ୍ତି ଅପରାହ୍ନ ପ୍ରାୟ ୨ଟା ୩୦ରେ ମାପ ଦେବା ବାହାନରେ ଦୋକାନକୁ ଆସିଥିଲେ। ହେଲେ ମାପ ଦେବା ବେଳେ ଅଚାନକ କହ୍ନେୟାଲାଲଙ୍କ ଉପରେ ଛୁରି ଏବଂ ଭୁଜାଲିରେ ଆକ୍ରମଣ କରିଥିଲେ। ନିର୍ମମ ଭାବେ ତାଙ୍କୁ ହତ୍ୟା କରିଥିଲେ ଦୁଇ ଅଭିଯୁକ୍ତ। ଉଭୟ ସଂଖ୍ୟାଲଘୁ ସଂପ୍ରଦାୟ। ଏପରିକି ଭିଡିଓ ତିଆରି କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା ଧମକ ଦେଇଛନ୍ତି ଉଭୟ। ଉଭୟଙ୍କୁ ପୋଲିସ ଗିରଫ କରି ସାରିଛି। ସହରରେ ୧୪୪ ଧାରା ଜାରି କରାଯିବା ସହ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି।

Get real time updates directly on you device, subscribe now.