fbpx

ଇଣ୍ଟରନେଟ ସ୍ପିଡ ବଢାଇବାର ସହଜ ଉପାୟ: ଏବେ Try କରନ୍ତୁ ଏହି ଉପାୟ

ଓଡିଶା ଭାସ୍କର: ଆଜିକାଲି ସମସ୍ତଙ୍କ ହାତରେ ସ୍ମାର୍ଟଫୋନ, ଆଉ ସ୍ମାର୍ଟଫୋନ ମାନେ ନିଶ୍ଚିତ ଇଣ୍ଟରନେଟ । ତେବେ ଅନେକ ଲୋକ ଏହି ଇଣ୍ଟରନେଟକୁ ନେଇ ପ୍ରାୟ ସମୟ ବ୍ୟସ୍ତ ଏବଂ ବିରକ୍ତି ଭାବ ପକାଶ କରିଥାନ୍ତି । ପ୍ରାୟ ସମୟରେ ଇଣ୍ଟରନେଟ ସ୍ଲୋ ଭଳି କିଛି ସମସ୍ୟାର ସାମନା କରିଥାନ୍ତି ୟୁଜର । ତେବେ ଏହି ସମସ୍ୟାରୁ ମୁକ୍ତି ପାଇବାର ଏକ ସହଜ ଏବଂ ସରଳ ଉପାୟ ଏବେ ଜାଣି ରଖନ୍ତୁ । ଆପଣଙ୍କ ସ୍ମାର୍ଟଫୋନ ମୋବାଇଲରେ କେବେହେଲେ ଇଣ୍ଟରନେଟ ସ୍ପିଡରେ ସମସ୍ୟା ଦେଖାଇବ ନାହିଁ ।

ଇଣ୍ଟରନେଟ ସ୍ପିଡ କମ ହେବାର କାରଣ ଅନେକ ରହିଛି । ୱିକ ସିଗନାଲ, ଖରାପ ନେଟୱାର୍କ କିମ୍ବା ଫୋନର ଭୁଲ ସେଟିଙ୍ଗ ଭଳି ବିଭିନ୍ନ କାରଣରୁ ଆପଣଙ୍କ ଫୋନରେ ଇଣ୍ଟରନେଟ ସ୍ପିଡ କମ ହୋଇଥାଏ । କିନ୍ତୁ କିଛି ଜିନିଷ ଉପରେ ଧ୍ୟାନ ଦେଇ ଆପଣ ନିଜ ସ୍ମାର୍ଟଫୋନରେ ଇଣ୍ଟରନେଟ ସ୍ପିଡ ବୁଷ୍ଟ କରିପାରିବେ । ତେବେ ଆସନ୍ତୁ ଜାଣିବା ଏହାର ଷ୍ଟେପ…

ଆପଣ ବ୍ୟବହାର କରୁଥିବା କିଛି ଆପ୍ ପାଇଁ ଏହି ସମସ୍ୟାର ସାମନା କରି ପାରନ୍ତି । ପ୍ରବଳ ମାତ୍ରାରେ କୌଣସି ଆପ୍ କୁ ଆକ୍ଟିଭ ରଖିଲେ ଏହାର ପ୍ରଭାବ ଇଣ୍ଟରନେଟ ସ୍ପିଡ ଉପରେ ପଡିଥାଏ । ଅଧିକ ଆପ୍ ର ବ୍ୟବହାର କରିବା, ଅର୍ଥାତ ଅଧିକ ଇଣ୍ଟରନେଟ ଖର୍ଚ୍ଚ । ଏବଂ ଏହାଦ୍ୱାରା ଆପଣଙ୍କ ଇଣ୍ଟରନେଟ ସ୍ପିଡ କମିଥାଏ । ଆପଣଙ୍କ ଇଣ୍ଟରନେଟ ସ୍ୱିଡ କମ ହେବାର ଏହା ଏକ ବଡ କାରଣ ହୋଇପାରେ । ତେବେ ଆପଣ ଏଭଳି କରୁଥିଲେ ଯଥାଶୀଘ୍ର ଏଥିରୁ ନିଜକୁ ଦୂରେଇ ଦିଅନ୍ତୁ । କିଛି ଜରୁରୀ ଆପ୍ ଗୁଡିକୁ ରଖି ଅନାବଶ୍ୟକ ଆପ୍ ଗୁଡିକୁ ଡିଆକ୍ଟିଭ କରି ଦିଅନ୍ତୁ ।

ୱିକ କନେକ୍ସନ ଅନେକ ସମୟରେ ଇଣ୍ଟରନେଟ ସ୍ପିଡକୁ କମ କରି ଦେଇଥାଏ । ଆପଣ ଯଦି କୌଣସି ଏମିତି ଜାଗାରେ ରହୁଛନ୍ତି, ଯେଉଁଠି ୟୁଜର ଅଧିକ ଏବଂ ଟେଲିକମ ଟାୱାର କମ ରହୁଛି । ତେବ ମଧ୍ୟ ଆପଣଙ୍କ ଇଣ୍ଟରନେଟ ସ୍ପିଡ କମ ହୋଇପାରେ ।

ଇଣ୍ଟରନେଟ ସ୍ପିଡ କମ ହେବାର ଆଉ ଏକ ବଡ କାରଣ ହୋଇପାରେ କେଚ ଫାଇଲ୍ସ । ବେଳେବେଳେ ଆପଣ ମୋବାଇଲରେ ଥିବା କେଚ ଫାଇଲ ଗୁଡିକୁ କ୍ଲିୟର କରିବା ଆବଶ୍ୟକ । ଏହାଦ୍ୱାରା ଫୋନର ଷ୍ଟୋରେଜ ଫୁଲ ହେବା ସହିତ ଇଣ୍ଟରନେଟ ସ୍ପିଡ ମଧ୍ୟ ସ୍ଲୋ ହୋଇଯାଇଥାଏ । ତେବେ ଏହି କେଚ ଫାଇଲକୁ ଡିଲିଟ କରିବା ଦ୍ୱାରା ଆପଣ ଇଣ୍ଟରନେଟ ସ୍ପିଡ ବଢାଇପାରିବେ ।

ସେହିପରି ଫୋନର ଭୁଲ ନେଟୱାର୍କ ସେଟିଙ୍ଗ ମଧ୍ୟ ଇଣ୍ଟରନେଟ ସ୍ପିଡ କମ ହେବାର ଏକ ମୁଖ୍ୟ କାରଣ ହୋଇଥାଏ । ତେବେ ଫୋନର ନେଟୱାର୍କ ସେଟିଙ୍ଗକୁ ରିସେଟ କରି ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । ଫ୍ଲାଇଟ ମୋଡ ଅନ-ଅଫ କରି ମଧ୍ୟ ଆପଣ ସ୍ପିଡ ବୁଷ୍ଟ କରିପାରିବେ ।

ଆପଣଙ୍କର ଯଦି ଅଧିକାଂଶ ସମୟରେ ଇଣ୍ଟରନେଟ ସ୍ପିଡ କମ ରହୁଛି, ତେବେ ବିଳମ୍ବ ନ କରି ଏହି ଉପାୟ ଗୁଡିକୁ ଅବଲମ୍ବନ କରି ଦେଖନ୍ତୁ । ଆପଣଙ୍କ ସ୍ମାର୍ଟଫୋନ ଏକଦମ ସ୍ମାର୍ଟ ହୋଇଯିବା ସହ ଆପଣ ସ୍ପିଡ ଇଣ୍ଟରନେଟ ମଧ୍ୟ ପାଇପାରିବେ ।

Get real time updates directly on you device, subscribe now.