fbpx

ଓଡ଼ିଶା ପାଇଁ ଗୌରବ: ଆଇଏଫ୍‌ଏସ୍‌ ପରୀକ୍ଷାରେ କୋରାପୁଟର ନାଗାରାଜୁଙ୍କ ସଫଳତା

କୋରାପୁଟ, (ଭାସ୍କର ନ୍ୟୁଜ୍‌): ଭାରତୀୟ ବନସେବା (ଆଇଏଫ୍‌ଏସ୍‌) ପରୀକ୍ଷା ୨୦୨୧ରେ କୋରାପୁଟର ପୁଅ କେ. ନାଗାରାଜୁ (୨୯)ଙ୍କୁ ସଫଳତା ମିଳିଛି । ସେ ୪୦ତମ ର‌୍ୟାଙ୍କରେ ରହି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି । ମଙ୍ଗଳବାର ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଏହା ଜଣାପଡିଛିା

କୋରାପୁଟ ସହରର ଭାଣ୍ଡିସାହିରେ ରହୁଥିବା ନାଗାରାଜୁଙ୍କ ସଫଳତା ପଛରେ ବାପା ଆଇନଜୀବୀ କେ. ବାଲକ୍ରିଷ୍ଣା ରାଓ, ମା’ କେ. ରୁକ୍ମଣୀ ଦେବୀଙ୍କ ଆଶୀର୍ବାଦ ରହିଥିବା ସେ କହନ୍ତି । ନାଗାରାଜୁ କୋରାପୁଟସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ, ବିଶାଖାପାଟଣା ଶ୍ରୀଚୈତନ୍ୟ ମହାବିଦ୍ୟାଳୟରେ ପଢିବା ପରେ ଆଇଆଇଟି ଖଡଗପୁରରେ ଇଲେକ୍ଟିକାଲ ଇିଞ୍ଜିନିୟରିଂରେ ପଢିଥିଲେ ।ପରେ କିଛି ଦିନ ମୁମ୍ବାଇରେ ଚାକିର କରିଥିଲେ । ଚାକିରି ଛାଡି ଦିଲ୍ଲୀରେ ୫ ବର୍ଷ ଧରି ଆଇଏଫ୍‌ଏସ୍‌ ପରୀକ୍ଷା ପ୍ରସ୍ତୁତ ହେଉଥିଲେ । କେନ୍ଦ୍ର ସରକାର ଯେଉଁଠାରେ ନିଯୁକ୍ତି ଦେବେ କୋରାପୁଟ ମାଟିର ନାଁ ରଖିବା ବୋଲି ନାଗାରାଜୁ କହିଛନ୍ତି ।

Get real time updates directly on you device, subscribe now.